କେବେ ସରିବ କୋରନା? ମାଳିକାରୁ ମିଳିବ ପ୍ରମାଣ।

କୋରନା ଏବଂ କାଳିଆ ଠାକୁର କୋରନାକୁ ନେଇ କଣ କହେ ମାଳିକା। ମାଳିକା କହେ ମହାମାରୀର ଆୟୁଷ ଜମା ବେସି ଦିନ ନୁହେଁ। ଯେମିତି ବିପାତ ନେଇ ଆସିବ ସେମିତି ଶନିପାତ ହୋଇ ଚାଲିଯିବ। ଆପଣ କହିବେ କେଉଁ ମାଳିକାରେ କୁହାଯାଇଛି ଏହି କଥା କିଏ କହିଛନ୍ତି ଓ ଶାସ୍ତ୍ରରେ କହିଛନ୍ତି ନିଜେ ହିମାଳୟର ନବନିୟ ସନ୍ଥ ପଞ୍ଚସଖାଙ୍କ ଭିତରେ ଥିବା ପ୍ରଚଣ୍ଡ ପ୍ରତିଭା ଭବିଷ୍ୟବକ୍ତା ମହାଯୋଗୀ ତଥା ଲକ୍ଷେସ ଗ୍ରନ୍ଥର ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ।

ଶାସ୍ତ୍ର ହେଲା କଳିଵଂଶ ମାଳିକା। ବିଂଶ ଉଣା ଏକ ଦି’କୋଡ଼ିକୁ ଦେଖ, ବ୍ରହ୍ମସଂଖ୍ୟା ମିଶୁ ତହିଁ ଏକାଳେ ଜାଣିବୁ ଅକାଳ ମଡ଼କୁ ଆସିକି ରହିବ ନାହିଁ। ଆପଣ ଏଠାରେ କହିବେ ମହାପୁରୁଷ କହିଥିବା ଅକାଳ ମଡ଼କ କୋରନା କାହିଁକି ହେବ। ଏଠି ସେମିତି କିଛି ଶବ୍ଦ ନାହିଁ। ଶବ୍ଦ ନଥାଉ କାଳ ଅଛି। ଏବେ କାଳ ନିର୍ଣ୍ଣୟ କରନ୍ତୁ। ତେବେ ଆସନ୍ତୁ ଏଠାରେ କାଳ ନିର୍ଣ୍ଣୟ କରିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

କାଳ ବିଷୟରେ ମହାପୁରୁଷ ଯେଉଁଠାରେ ପ୍ରୟୋଗ କରିଛନ୍ତି ତାହା ନିର୍ଣ୍ଣୟ କରିବାକୁ ଉଭୟ ଗାଣିତିକ ଏବଂ ଆଧ୍ୟାତ୍ମିକ ପ୍ରତିଭାର ବିନିଯୋଗ କରିବାକୁ ପଡିବ। ମହାପୁରୁଷ କହିଲେ “ବିଂଶ ଉଣା ଏକ” ବିଂଶ ଅର୍ଥ କୋଡିଏ। କୋଡିଏ ରୁ ଏକ ଉଣା ଅର୍ଥାତ (୧୯) । ତା ପରେ କହିଲେ ଦି କୋଡ଼ିକୁ ଦେଖ କୋଡ଼ିର ଅର୍ଥ ୨୦। ଦି କୋଡ଼ି ଅର୍ଥ ୪୦। ଏଥିରେ ବ୍ରହ୍ମ ସଂଖ୍ୟା ମିସେଇବାକୁ ନିର୍ଦେଶ ଦେଲେ। ବ୍ରହ୍ମ ସଂଖ୍ୟା ହେଉଛି ଏକ। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଚାଳିଶିରେ ଏକ ମିସିଲେ ସଂଖ୍ୟା ହେବ ୪୧। ସମୁଦାୟ ସଂଖ୍ୟା ୧୯୪୧। ଆପଣ କହିବେ ମହାପୁରୁଷ କହିଲେ ୧୯୪୧ ମସିହା କଥା। ଆପଣ ୨୦୨୦ ସହିତ ଏ କଥା କାହିଁକି ଯୋଡୁଛନ୍ତି।

ଯଦି ମହାପୁରୁଷ ୧୯୪୧ କଥା କହିଲେ ତେବେ ୧୯୪୧ ରେ ଏପରି କିଛି ହୋଇନି। ତେବେ କଣ ମହାପୁରୁଷ ଅଚ୍ୟୁତାନନ୍ଦ ମିଛ। ନାଁ ଆଜ୍ଞା। ମହାପୁରୁଷ ଅଚ୍ୟୁତାନନ୍ଦ ମିଛ ନୁହଁନ୍ତି। ମିଛ ଆମେ। ମିଛ ଆମ ଅହଂକାର। ମିଛ ଆମ ଡିଗ୍ରୀ। ସତଟି ଏହା ଯେ ମହାପୁରୁଷ ଏଠି ସକାତର କଥା କହିଛନ୍ତି। ୧୯୪୧ ସତକାତ ହିଁ ଇଂରାଜୀ ମସିହା ୨୦୨୦। ଶଙ୍ଖା ମୋଚନ ପାଇଁ ଘରେ ଝୁଲୁଥିବା କ୍ୟାଲେଣ୍ଡର ଦେଖନ୍ତୁ।ପାଞ୍ଜି କିମ୍ବା ଇଣ୍ଟରନେଟର ସହଯୋଗ ନିଅନ୍ତୁ। ଏହା ପ୍ରମାଣ କରେ ଯଦି ମସିହା ସତ୍ୟ ତେବେ ମୋଡ଼କ ସତ୍ୟ।ତେବେ ଏହି କୋରନା ନାମକ ମୋଡ଼କ ଖୁବଶୀଘ୍ର ସ୍ୱାର୍ଥପର ବାହୁଡ଼ିବ ମଧ୍ୟ ଏକ ନିରବଛିନ୍ନ ସତ୍ୟ। ମହାପୁରୁଷ ହାଡ଼ିଦାସ ମଧ୍ୟ ତାଙ୍କ ଲକ୍ଷ୍ମୀ ବିଳାସ କାବ୍ୟରେ ଏ ବିଷୟରେ ସୂଚନା ଦେଇଥିଲେ। ଦୁଇ ବିଂଶ ଯେବେ ବର୍ଷ ବୋଲାଇବ ବହୁ ବିତିପାତ ହେବ। ଅଜଣା ବ୍ୟାଧିରେ ବହୁ ନାଶ ଯିବେ ହାହାକାର ପଡିଯିବ।

ଏବେ ସେହି ହାହାକାରକୁ ଆମେ ସମସ୍ତେ ସାମ୍ନା କରୁଛେ। ଅଜଣା ଭୟରେ ଉତୁରି ପଡୁଛି ରାତି। ମରଣର ଚିଲ ସତେ ଅବା ଡେଣା ଝାଡୁଛି ଆମ ଛପର ଉପରେ। ଟିଭି ପରଦା ଉପରେ। ଭୟ ସବୁଠି। କିନ୍ତୁ ଆପଣ ସ୍ଥିର ଏବଂ ନିଶ୍ଚିତ ହୁଅନ୍ତୁ ଯେ ଏହି ମହାମାରୀର ଅଳ୍ପ ଆୟୁ। ଖରାଦିନ ମେଘ ପରି ତରିତ ଆଗମନ ପୁଣି ଆକସ୍ମିକ ପ୍ରାପ୍ତ ନେଇ ଯେଉଁ ମହାପୁରୁଷ ଏହି ମହାମାରୀକୁ ଅଳ୍ପ ଆୟୁ ବୋଲି କହିଛନ୍ତି ତାଙ୍କ ଦିବ୍ୟ ଦୃଷ୍ଟିରେ ଏ ସମୟ ଓ ତାହାର ପ୍ରଭାବକୁ ମଧ୍ୟ ଦେଖିଥିଲେ। ନହେଲେ ଆଜିର ଏହି ଚିତ୍ର ତାଙ୍କର ୫୦୦ ବର୍ଷ ତଳର କୁକୁଡ଼ା ମଡ଼ାଣ ଅର୍ଥାତ ତାଙ୍କର କାବ୍ୟରେ କେମିତି ଥାନ୍ତା।

ମହାମାରୀ ବ୍ୟାପିଯିବ। ଦେଶେ ଦେଶେ ଭୟ ଉପୁଜିବ। କେହି କାହାର ଘର ନଥିବ। ଅର୍ଥାତ ଆଜି ଆମର ହୋମକ୍ବାରେଣ୍ଟାଇନର ଚିତ୍ର ସେ ଦିନ ଦେଖିଥିଲେ ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ଅର୍ଥାତ ତାଙ୍କ ପଟାମଟାଣ କାବ୍ୟରେ ମହାମାରୀକୁ ପର କରିଥିବା ପ୍ରଥମ ଡାକ୍ତରଙ୍କ ମୃ-ତ୍ୟୁ ବିଷୟରେ ବି ଭବିଷ୍ୟବାଣୀ କରିଛନ୍ତି। ଆର୍ଥ୍ୟଦୈବ୍ୟ ଠାରେ ପ୍ରକାଶ ହୋଇବା ପରେ ଅନ୍ୟ ହେବେ ନାଶ। ଦୈବ୍ୟ ଯେବେ ନାଶ ହୋଇବେ ପାରଙ୍ଗ ଆଉକେ ହୋଇବେ ଧ୍ୱଂସ। ଏ ଯେ ଘୋରଇ କଳିର କୁଶଳ ଶେଷ ଧାଡିରେ ଏ ରୋଗରେ ଅନେକ ରୋଗୀଙ୍କର ପ୍ରାଣ ଅର୍ଥାତ ପ୍ରାଣ ବଞ୍ଚାଇଥିବା ଡାକ୍ତର ମାନଙ୍କର ମୃ-ତ୍ୟ ପରେ ଅର୍ଥାତ ମୃ-ତ୍ୟୁରେ ମହାପୁରୁଷ ମଧ୍ୟ ସମ୍ବେଦନଶୀଳ। ଦୁଃଖି ଘୋର କଳିରେ ମହାନ ଆ-ତ୍ମା ମାନଙ୍କର ମୃ-ତ୍ୟୁରେ ପଞ୍ଚସଖା ୫୦୦ ବର୍ଷ ତଳୁ ଦୁଃଖ ପ୍ରକାଶ କରିଥିଲେ।

ଯେଉଁ ଜାତିର ଦୟତ ତାହା କାଳିଆ ଠାକୁରର ଦୟାତରେ ଶହ ହଜାର ଅର୍ଥାତ ଶହେ ହଜାର ବର୍ଷର ଭବିଷ୍ୟତକୁ ଦେଖା ଦେଇପାରେ। ସେ ଜାତିକୁ ବିନାଶ କରିବାର ସମର୍ଥ କୌଣସି ଅପଶକ୍ତିର ନାହିଁ। ମହାପୁରୁଷ ଯଶବନ୍ତଙ୍କ ଗୋଟେ ବହି ଅଛି କୋକ ବୋଲି। ଏହି କୋକ ହରି ବଂଶର କକୁଆ ନୁହେଁ। ଏହି କୋକ ଦ୍ଵାପର ଯୁଗର କୃଷ୍ଣଙ୍କ ସୈଶବ କାଳେ ଅର୍ଥାତ ସୈଶବ ବେଳେ ମାତି ଥିବା ଏକ ପ୍ରଚଣ୍ଡ ପରାକ୍ରମୀ ଅସୁର। ସେ ବିଭିନ୍ନ ରାଜ୍ୟର ଶିଶୁକୁ ମା କୋଳରୁ ଉଠାଇ ନେଇ ଭକ୍ଷଣ କରେ। ସବୁ ରାଜ୍ୟରେ ନିଜ ପରାକ୍ରମ ଦେଖାଇ ଯେବେ ସେ ଗୋପକୁ ଆସେ ତ ଅର୍ଥାତ ତା ଆଗରେ ଠିଆ ହୁଅନ୍ତି ବାଳକୃଷ୍ଣ। କୁହନ୍ତିକି କାହାକୁ ନେବା ଆଗରୁ ତୁ ମତେ ନେରେ କୋକ। କୋକ ଉଠାଇନିଏ ବାଳକୃଷ୍ଣଙ୍କୁ। ପାହାଡ଼ ଉପରେ ବସି କୋକ କୃଷ୍ଣଙ୍କ ଭୋଜନ କରିବା ପୂର୍ବରୁ ତାକୁ ଶେଷ କରନ୍ତି ନନ୍ଦସୁତ। ଶେଷ ହୁଏ କୋକ। ଆନନ୍ଦରେ ନାଚି ଉଠନ୍ତି ଗୋପପୁର ବାସୀ। ଏହି ଖୁସିରେ ଆ-ତ୍ମ-ହରା ହୋଇ ମା ଜୋଶଦା କାହ୍ନା ମୁହଁରେ ଖୁନ୍ଦାଏ ମାରି ପକାଉଛନ୍ତି। ଆଜି ଗୋଟିଏ ଓଡ଼ିଆଙ୍କର ଡାକ ଆଗରେ ଠିଆ ହେବେ ମହାପୁରୁଷ ଜଗନ୍ନାଥ। ମା ପରି ଘୋଡାଇ ପକାଇବେ ଏହି ମାଟିର ମଣିଷଙ୍କୁ। କେବଳ ଆମେ ଡାକିରଖିବା ଦରକାର। ବିଜ୍ଞାନ ମିଛ ହୋଇସାରିଛି।

ଏବେ ଧର୍ମକୁ ପରୀକ୍ଷା କରିବାର ସମୟ। ସର୍ବେ ହୋଇଣ ଏକ ମୁଖ ଡାକ ହେ ନାରାୟଣ ରଖ। ଡାକ ଅନ୍ତର ଖୋଲି ଡାକ। ଚାରି ଗୋଟି ଓଡ଼ିଆ ନିଜ ନିଜ ଘରେ ଥାଇ ଗୋଟିଏ ସମୟରେ ଗୋଟିଏ ସ୍ୱରରେ ଡାକ ଚହଳି ଉଠିବ ରତ୍ନ ସିଂହାସନ। ଶରଣ କ୍ଷରଣ ଅର୍ଥାତ ଶରଣ ରକ୍ଷଣର ଗୀତ ଗାଇବ ପତିତପାବନ। ଶୂନ୍ୟ ଶ୍ରୀ ମନ୍ଦିରର ଓଡ଼ିଆ ଜାତିର ଆକୁଳ ପ୍ରାର୍ଥନାରେ ପରିପୂର୍ଣ ହେବ। ନିଶ୍ଚୟ ଉତ୍ତର ଦେବେ ପତିତପାବନ। ଏହାବି କଣ ମାଳିକାରେ ନିର୍ଦେଶ ଦେବେ।

Leave a Reply

Your email address will not be published. Required fields are marked *