କିଶୋର ଭାଇନାଙ୍କ ମନ ପ୍ରବଳ ଦୁଃଖ,ମିଳୁନି ଲାଇସେନ୍ସ କି ମିଳୁନି ହୋଟେଲ ପାଇଁ ସ୍ଥାନ।

ଦିନକୁ ଦୁଇ କୁଇଣ୍ଟାଲ ମଟନ ରାନ୍ଧୁଥିଲେ କିଶୋର ଭାଇନା ଆଉ ସେହି ମଟନ ଦିନ ତିନିଟା ସୁଦ୍ଧା ସରିଯାଉଥିଲା କେବେ କେବେ କିଶୋର ଭାଇନାଙ୍କ ହୋଟେଲକୁ ମଟନ ଖାଇବାକୁ ଆସି ଫେରି ଯାଉଥିଲେ ଲୋକେ କାରଣ ମଟନ ଯେତେ ବି ରୋଷେଇ ହେଉଥିଲେ ତାହା ଶୀଘ୍ର ଶେଷ ହେଇ ଯାଉଥିଲା। ଆଉ ଏହାରି ଭିତରେ ବିଏମସି କିଶୋର ଭାଇନାଙ୍କ ମଟନ ହୋଟେଲକୁ ଭାଙ୍ଗିବା ପରେ କିଶୋର ଭାଇନାଙ୍କ ହୋଟେଲ କୁ ପ୍ରତିଦିନ ଖାଇବାକୁ ଆସୁଥିବା ମଟନ ପ୍ରେମୀଙ୍କ ହୃଦୟବି ଏକ ଦମ ଚୁନା ହୋଇଯାଇଥିଲା।

ତେବେ ଏହା ପରେ କିଶୋର ଭାଇନାଙ୍କ ମଟନ ଦୋକାନ କେଉଁଠି ହେବ ଆଉ ହୋଟେଲ ଖୋଲିବ କି ନାହିଁ ତାକୁ ନେଇ ଚାଲିଥିଲା ଅନେକ କଳ୍ପନା ଜଳ୍ପନା ତେବେ ଏହାରି ଭିତରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସୂଚନା ମିଳୁଛି କି କିଶୋର ଭାଇନା ହୋଟେଲ କରିବାକୁ ଜାଗା ଆଉ ଲାଇସେନ୍ସ ପାଇଁ ଧାଉଁଥିବା ବେଳେ କିଶୋର ଭାଇନାଙ୍କୁ ମିଳୁନି ଲାଇସେନ୍ସ କି ଦୋକାନ ପାଇଁ ସ୍ଥାନ। ଦିନେ ଆପୋଲ ହସ୍ପିଟାଲ ପଛପଟ ଦୂରଦର୍ଶନ ନିକଟରେ ଜମୁଥିଲା ପ୍ରବଳ ଲୋକଙ୍କ ଭିଡ଼। କାରଣ ସେହି ଦୂରଦର୍ଶନ ନିକଟରେ ଚାଲିଥିଲା କିଶୋର ଭାଇନାଙ୍କ ହୋଟେଲ ଦିନ 11 ବାଜିବା ପରେ ଲୋକେ ଜମୁଥିଲେ ସେହିଠାରେ ଆଉ କିଶୋର ଭାଇନାଙ୍କ ହାତ ତିଆରି ମଟନ ଖାଇ ହେଉଥିଲେ ଖୁସୀ।

ହଜାର ହଜାର ଲୋକଙ୍କ ପାଇଁ କାଠ ଚୁଲିରେ କିଶୋର ଭାଇ ପ୍ରସ୍ତୁତ କରୁଥିଲେ କୁଇଣ୍ଟାଲ କୁଇଣ୍ଟାଲ ମଟନ ତରକାରୀ ବସୁଥିଲା ବଡ଼ ବଡ଼ ହଣ୍ଡା ଆଉ କିଶୋର ଭାଇ ବଡ଼ ଖଡି଼କା ଧରି ସେହି ମଟନକୁ ଘାଣ୍ଟୁ ଥିଲେ। ହେଲେ ଏଇ କିଛି ଦିନ ହେବ ନା ଭିଡ଼ ଅଛି ନା ମଟନ ହଣ୍ଡା ବସୁଛି ନା ଗହଳି ହେଉଛି। କିଛି ଜାଣିନଥିବା ଲୋକେ ଦୂର ଜାଗାରୁ ଆସି ଯେତେବେଳେ ଜାଣୁଛନ୍ତି କିଶୋର ଭାଇନାଙ୍କ ମଟନ ଦୋକାନ କୁ ମାଟିରେ ମିଶାଇ ଦେଇଛନ୍ତି ବିଏମସି ସେତେବେଳେ ଚୁପ ଚାପ ମନ ଦୁଃଖରେ ଚାଲି ଯାଉଛନ୍ତି।

ସମସ୍ତେ ଜାଣିଛନ୍ତି ଏଇ କିଛି ଦିନ ତଳେ ବିଏମସିର ଫୁଡ଼ ଡିପାର୍ଟମେଣ୍ଟ ଅଧିକାରୀ କିଶୋର ଭାଇନାଙ୍କ ହୋଟେଲ ରେ ପହଞ୍ଚି ଚଢ଼ାଉ କରିଥିଲେ ଅତ୍ୟାଧିକ କଲର ଏବଂ ତା ସହିତ ଏସ୍ପାରି ଚାଲିଯାଇଥିବା ସସ ବ୍ୟବହାର ଓ ପରିଷ୍କାର ଦୃଷ୍ଟିରୁ କିଶୋର ଭାଇନାଙ୍କ ହୋଟେଲକୁ ସିଲ କରିଥିଲେ ତେବେ ଏହି ସମୟରେ କିଶୋର ଭାଇନା ବିଏମସି ଦୋକାନ ସିଲ କରିବା ସତ୍ୱେ ତା ପର ଦିନ ଖୋଲିଥିଲେ ଓ ପୁଣି ଥରେ ବସିଥିଲା ହଣ୍ଡା ହୋଇଥିଲା ରୋଷେଇ ଖାଇଥିଲେ ହଜାର ହଜାର ଲୋକେ।

ତେବେ ବିଏମସି ର ବାରଣ ସତ୍ୱେ କିଶୋର ଭାଇନା ଯେତେବେଳେ ପୁଣି ଥରେ ଦୋକାନ ଖୋଲିଥିଲେ ଓ ଲୋକଙ୍କୁ ଖାଦ୍ୟ ପରସି ଥିଲେ ଏହି ଖବର ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ହେଲା ଆଉ ତା ପରେ ବିଏମସି ପହଞ୍ଚି କିଶୋର ଭାଇନାଙ୍କ ମଟନ ଦୋକାନକୁ ଖଣ୍ଡ ଖଣ୍ଡ କରି ଚୁନା କରିବା ସହିତ ଦୋକାନକୁ ମାଟିରେ ମିଶାଇ ଦେଲା। କେବଳ ଦୋକାନ ମାଟିରେ ମିଶିଲା ନାହିଁ ସତେ ଯେପରି ମଟନ ପ୍ରେମୀଙ୍କ ହୃଦୟ ମାଟିରେ ମିଶିଯାଇଥିଲା। ଆଉ ତା ପର ଠୁ କିଶୋର ଭାଇନା ଧାଉଁଛନ୍ତି ଲାଇସେନ୍ସ ପାଇଁ ।

ମଟନ ପ୍ରେମୀ ମଧ୍ୟ ଭଗବାନଙ୍କୁ ଡାକୁଛନ୍ତି କି କିଶୋର ଭାଇନାଙ୍କୁ ଲାଇସେନ୍ସ ମିଳିବା ସହିତ ହୋଟେଲ ଖୋଲିବା ପାଇଁ ଜାଗା ମିଳୁ କିନ୍ତୁ ନା ହୋଟେଲ ପାଇଁ ଜାଗା ମିଳୁଛି ନା ଲାଇସେନ୍ସ ମିଳୁଛି। କିଶୋର ଭାଇନାଙ୍କ ମନ ଏନେଇ ଯେତିକି ଦୁଃଖ ସେତିକି ଦୁଃଖ ମଧ୍ୟ କିଶୋର ଭାଇନାଙ୍କ ହାତ ତିଆରି ମଟନ ତରକାରୀକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କର।

ତେବେ ଯାହା ବିଶେଷ ସୂତ୍ରରୁ ସୂଚନା ମିଳୁଛି କି ବିଏମସି ଆଉ ଥରେ କିଶୋର ଭାଇନାଙ୍କୁ ଲାଇସେନ୍ସ ଦେବାକୁ ଚାହୁଁନି। କାରଣ କିଶୋର ଭାଇନା ଙ୍କ ଖାଦ୍ୟ କୁଆଡେ ଉନ୍ନତ ମାନର ନଥିଲା। ଆଉ କିଶୋର ଭାଇନା ତିଆରି କରୁଥିବା ମଟନ ଖାଇଲେ ଲୋକେ ରୋଗରେ ପଡିବା ନେଇ ଏ କଥା ବିଏମସି ଅନୁମାନ କରି ଆଉ କିଶୋର ଭାଇ ନାଙ୍କୁ ଲାଇସେନ୍ସ ଦେବାକୁ ରାଜି ହେଉ ନାହାଁନ୍ତି। ତେବେ ସେପଟେ କିଶୋର ଭାଇନାଙ୍କ ମନ ଏନେଇ ଭାରି ଦୁଃଖ ଅଛି। କାରଣ ଦୋକାନ ଭାଙ୍ଗିବା ପରଠୁ କିଶୋର ଭାଇନା କୁଆଡେ ଲାଇସେନ୍ସ ପାଇଁ ବହୁତ ଦୌଡ଼ିଲେଣି।

ସେପଟେ ଓଡ଼ିଶାର କୋଣ ଅନୁକୋଣରୁ ଆସୁଥିବା ଲୋକେ ଭୁବନେଶ୍ୱର ରେ କିଶୋର ଭାଇନାଙ୍କ ମଟନ ନଖାଇ ଦୁଃଖରେ ଫେରୁଥିବା ବେଳେ ସମସ୍ତଙ୍କ ନଜର ରହିଛି କେବେ ଖୋଲିବ କିଶୋର ଭାଇନାଙ୍କ ମଟନ ଦୋକାନ ଆଉ କେବେ ବସିବ ହଣ୍ଡା। କେବେ ଖାଇବେ ଲୋକେ ପୁଣି ଥରେ କିଶୋର ଭାଇ ଙ୍କ ହାତ ତିଆରି ମଟନ ତରକାରୀ। ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି କିଶୋର ଭାଇଙ୍କୁ ଦୋକାନ ପାଇଁ ଜାଗା ଆଉ ଲାଇସେନ୍ସ।

Leave a Reply

Your email address will not be published. Required fields are marked *