ଆପଣଙ୍କ ଘରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ରଖିପାରିବେ ଟମାଟୋ, ହେବ ନାହିଁ ନଷ୍ଟ, ଜାଣନ୍ତୁ କିପରି

ଯଦି ଆପଣ ଟମାଟୋ ଚାଷ କରିଛନ୍ତି ଏବଂ ବହୁ ପରିମାଣରେ ଅମଳ କରିଛନ୍ତି, ତେବେ ଏହାର ନଷ୍ଟ ହେବାରେ ଆଦୌ ଚିନ୍ତା କରନ୍ତୁ ନାହିଁ । ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ବିଶେଷଜ୍ଞମାନେ ଆପଣଙ୍କୁ ଟମାଟୋରୁ ପ୍ୟୁରି ତିଆରି କରିବାର କୌଶଳ ଶିଖାଇବେ । ଏହି ପ୍ୟୁରି ଏକ ବର୍ଷ ପାଇଁ ସଂରକ୍ଷିତ ହୋଇପାରିବ । ଆହୁରି ମଧ୍ୟ, ଆପଣ ଯେତେବେଳେ ଚାହିଁବେ ଯେକୌଣସି ସସ୍ ତିଆରି କମ୍ପାନୀକୁ ବିକ୍ରୟ କରିପାରିବେ । ଆଜିକାଲି ଗୋରଖପୁର ଡିଭିଜନର ଚାରୋଟି ଜିଲ୍ଲାରେ ପ୍ରଚୁର ଟମାଟୋ ଚାଷ କରାଯାଉଛି । ହାଇବ୍ରିଡ୍ ଟମାଟୋ ବ୍ୟତୀତ କୃଷକମାନେ ବହୁ ପରିମାଣର ଦେଶୀ ଟମାଟୋ ମଧ୍ୟ ଚାଷ କରନ୍ତି ।

ଅମଳ ମଧ୍ୟ ଅଧିକ ହୋଇଥାଏ । ଯଦିଓ ଲକଡାଉନ୍ ହେତୁ ଟମାଟୋ ବିକ୍ରି ଉପରେ କୌଣସି ବିଶେଷ ପ୍ରଭାବ ପଡିନଥାଏ, କିନ୍ତୁ ପ୍ରଚୁର ପରିମାଣରେ ଉତ୍ପାଦିତ ହୋଇଥିବାରୁ କୃଷକମାନଙ୍କୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୃଷକଙ୍କ ଟମାଟୋକୁ ନଷ୍ଟରୁ ରକ୍ଷା କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହା ଅଧୀନରେ ଚାଷୀଙ୍କୁ ଟମାଟୋରୁ ପ୍ୟୁରି ପ୍ରସ୍ତୁତ କରିବାକୁ ସୂଚନା ଦିଆଯାଉଛି । ସରକାରୀ ଖାଦ୍ୟ ବିଜ୍ଞାନ ତାଲିମ କେନ୍ଦ୍ରର ବିଭାଗୀୟ ଅଧିକାରୀ ତଥା ପ୍ରିନ୍ସପାଲ୍ ପୱନ କୁମାର କହିଛନ୍ତି ଯେ ଗୋରଖପୁର ଡିଭିଜନର ଚାରିଟି ଜିଲ୍ଲାର ବିଶେଷଜ୍ଞଙ୍କୁ କଲ୍ କରି ଟମାଟୋ ପ୍ୟୁରି ତିଆରି ବିଷୟରେ କୃଷକମାନେ ସୂଚନା ପାଇପାରିବେ ।

ଏହି ନମ୍ୱର୍ ଗୁଡିକରେ କଲ କରି ନେଇପାରିବେ ବିଶେଷଜ୍ଞମାନଙ୍କ ମତାମତ :-

ଗୋରଖପୁର (ଦୀନେଶ ଚନ୍ଦ୍ର ଉପାଧ୍ୟାୟ) – 6306449502
କୁଶୀନଗର (ବିରେନ୍ଦ୍ର ପ୍ରସାଦ) – 8858972721
ମହାରାଜଗଞ୍ଜ (ରାମ ହର୍ଷ ପ୍ରସାଦ) – 9792957077
ଦେଓରିଆ (ଦୀନେଶ ଚନ୍ଦ୍ର ଉପାଧ୍ୟାୟ) – 6306449502

ଗୋରଖପୁର ବିଭାଗରେ ହୁଏ ଏକ ଲକ୍ଷ କ୍ୱିଣ୍ଟାଲ ଟମାଟୋ ଉତ୍ପାଦନ :-

ରାଜ୍ୟ ଉଦ୍ୟାନ ଅଧୀକ୍ଷକ ଅରୁଣ କୁମାର ତିୱାରୀ କହିଛନ୍ତି ଯେ ଗୋରଖପୁର ମଣ୍ଡଳର ଗୋରଖପୁର, କୁଶିନଗର, ମହାରାଜଗଞ୍ଜ ଏବଂ ଦେଓରିଆ ଏହି ଚାରିଟି ଜିଲ୍ଲାରେ ପ୍ରାୟ 450 ହେକ୍ଟରରେ ଟମାଟୋ ଚାଷ କରାଯାଏ । ଏହି ଅଞ୍ଚଳରେ ପ୍ରାୟ ଏକ ଲକ୍ଷ କ୍ୱିଣ୍ଟାଲ ଟମାଟୋ ଉତ୍ପାଦିତ ହୁଏ ।

ଏହିପରି ପ୍ରସ୍ତୁତ ହୁଏ ଟମାଟୋ ପ୍ୟୁରି :-

ସରକାରୀ ଖାଦ୍ୟ ବିଜ୍ଞାନ ତାଲିମ କେନ୍ଦ୍ରର ବିଭାଗୀୟ ଅଧିକାରୀ ତଥା ପ୍ରିନ୍ସପାଲ୍ ପୱନ କୁମାର କହିଛନ୍ତି ଯେ ପ୍ୟୁରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟୋକୁ ଫୁଟାଇ ପଲ୍ପ ବାହାର କରନ୍ତୁ । ଏହା ପରେ ମାତ୍ରା ଅନୁଯାୟୀ ଲୁଣ ଏବଂ ରାସାୟନିକ ପଦାର୍ଥ (ସୋଡିୟମ୍ ବେନଜୋଏଟ୍) ମିଶ୍ରଣ କରନ୍ତୁ ଏବଂ ଏହାକୁ ବଡ଼ ଡ଼୍ରମରେ ପ୍ୟାକ୍ କରନ୍ତୁ । ଏହାକୁ ପନିପରିବାରେ ବ୍ୟବହାର କରାଯାଇପାରିବ । ସସ୍ ଉତ୍ପାଦନ ୟୁନିଟକୁ ବିକ୍ରି କରାଯାଇପାରିବ । ପୱନ କୁମାର କହିଛନ୍ତି ଯେ ପ୍ୟୁରି ଉତ୍ପାଦନରେ ସୋଡିୟମ୍ ବେନଜୋଏଟ୍ ପରିମାଣ ନାମମାତ୍ର ପରିମାଣରେ ମିଶାଯାଇଥାଏ । ସାଧାରଣତଃ ପାଞ୍ଚ କିଲୋଗ୍ରାମ ପଲ୍ପରେ ଏକ ଚାମଚ ସୋଡିୟମ୍ ବେନଜୋଏଟ୍ ଯଥେଷ୍ଟ । ସୋଡିୟମ ବେନଜୋଏଟ୍ କେବଳ ବିଶେଷଜ୍ଞଙ୍କ ମତାମତ ଦ୍ୱାରା ମିସାଯିବା ଉଚିତ୍, ନଚେତ୍ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ ।

ଏହିପରି ତିଆରି ହୁଏ ଟମାଟୋ ସସ୍ :-

ଟମାଟୋ ସସ୍ ତିଆରି ପାଇଁ ଟମାଟୋ ପ୍ୟୁରିରେ ଅଦା, ରସୁଣ, ଗରମ ମସାଲା ଏବଂ ଚିନି ବ୍ୟବହାର କରାଯାଏ ।

Leave a Reply

Your email address will not be published. Required fields are marked *