ପୁଅ ଜାନ୍ ର ବୟାନ ପରେ ରାଗିଲେ କୁମାର ସାନୁ, କହିଲେ-ତୋ ନାଁରୁ ହଟାଇଦେ ମୋ ନାଁ

ପ୍ରସିଦ୍ଧ ବଲିଉଡ୍ ପ୍ଳେବୈକ ସିଙ୍ଗର କୁମାର ସାନୁ କହିଥିଲେ କି ତାଙ୍କ ପୁଅ ଜାନ୍ କୁମାର ସାନୁକୁ କହିଥିଲେ ନିଜ ନାମ ବଦଳାଇବା ବିଷୟରେ ଭାବିବାକୁ ପଡିବ। କୁମାର କହିଥିଲେ କି ତାଙ୍କୁ ନିଜ ନାମରେ ତାଙ୍କ ମା ରୀତା ଭଟ୍ଟାଚାର୍ଯ୍ୟଙ୍କ ନାମ ବ୍ୟବହାର କରିବା କଥା। ଗତ ଦିନ ବିଗ୍ ହାଉସ୍ ରୁ ବେଘର ହୋଇଯାଇଥିବା ଜାନ୍‌ ଛୋଟ ଥିଲେ ଯେତେବେଳେ ତାଙ୍କ ମାତା-ପିତା (କୁମାର ସାନୁ ଏବଂ ରୀତା ଭଟ୍ଟାଚାର୍ଯ୍ୟ) ଙ୍କ ଡିଭର୍ସ ହୋଇଯାଇଥିଲେ।

ସେହିଦିନ ଠାରୁ କୁମାର ସାନୁ ଜାନ୍ ଙ୍କ ସହ ସଂପର୍କରେ ରହିଲେ ନାହିଁ। ହେଲେ ବି କୁମାର ସାନୁ ସେହି ସମୟରେ ଜାନ୍ ଙ୍କ ପାଳନ-ପୋଷଣ ଉପରେ ବି କଥା ଉଠାଇ ଥିଲେ ଯେତେବେଳେ ସେ ବିଗ୍ ହାଉସ୍ ରେ ରହିବା ସମୟରେ ମରାଠୀ ଭାଷାରେ କଥା କହିଥିଲେ।

ଏବେ ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତାରେ କୁମାର ସାନୁ କହିଥିଲେ,”ମୁଁ ବିଗ୍ ବସ୍ ହାଉସ୍ ଏବଂ ଏକ ଇଣ୍ଟରବ୍ୟୁ ରେ ବି ସେ ଏହା କହିବାର ଶୁଣିଛି କି ତା ପାଇଁ ତା ମା ହିଁ ତା’ର ମାତା ଏବଂ ପିତା ଦୁଇଟା ଯାକ। ମୁଁ ତାକୁ ସାବାସ ଦେଉଛି କି ସେ ତା ମାଆ ର ଏତେ ସମ୍ମାନ କରୁଛି, ଏବଂ ମୁଁ ଚାହୁଁଚି କି ସେ ତା ମାଆକୁ ଆହୁରି ଅଧିକ ସମ୍ମାନ ଦେଉ।”

କୁମାର ସାନୁ କହିଥିଲେ,” ତାକୁ ତାର ନାମ ଜାନ୍ ରୀତା ଭଟ୍ଟାଚାର୍ଯ୍ୟ ଲେଖିବା ଦରକାର ଜାନ୍ କୁମାର ସାନୁ ନଲେଖି, କାହିଁକି ନା ପ୍ରଥମ କଥା ତ ଏହାକି ରୀତା ତା ପାଇଁ ବହୁତ କିଛି କରିଛନ୍ତି, ଏବଂ ଦ୍ଵିତୀୟ ଟି ଏହା କି ଲୋକ ତା ତୁଳନା ମୋ ସହ କରିବା ଆରମ୍ଭ କରିଦେବେ, ଯାହା ଏକ ନୂଆ କରି କାମ ଆରମ୍ଭ କରୁଥିବା ପିଲା ପାଇଁ ଭଲ କଥା ନୁହେଁ।”

କୁମାର ସାନୁ କହିଥିଲେ କି ଯେତେବେଳେ ସେ ମୁମ୍ବାଇ ଆସିଥିଲେ ତ ସେ ତାଙ୍କ ଛୁଆ ସହ ମିଶିବାକୁ ବହୁତ ଚେଷ୍ଟା କରିଥଲେ ଏବଂ ଜାନ୍ ଙ୍କ ବିଗ୍ ବସ୍ ହାଉସ୍ ରେ ପ୍ରବେଶ କରିବା ପୂର୍ବରୁ ସେ ତାଙ୍କ ସହ ଦେଖା ହୋଇଥିଲେ।

ସିଙ୍ଗିଙ୍ଗ୍ କ୍ୟାରିୟର ପ୍ରସ୍ତୁତ କରିବା ପାଇଁ ଜାନ୍ ଙ୍କୁ ସାହାଯ୍ୟ କରିନଥିବା ଜାନ୍ ଙ୍କ କଥା ଉପରେ କୁମାର ସାନୁ କହିଥିଲେ-ସେ ମୋତେ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କୁ କଲ୍ କରିବା ପାଇଁ କହିଥିଲା ଯେଉଁ ମାନଙ୍କୁ ମୁଁ ଜାଣିଛି। ମୁଁ ମୁକେଶ ଭଟ୍ଟ, ରମେଶ ତୁର୍ରାନୀ ଏବଂ କିଛି ଅନ୍ୟ ଲୋକଙ୍କୁ ଫୋନ୍ କରିଥିଲି ଏବଂ ଜାନ୍ ତାଙ୍କ ସହ ଦେଖା କରିବାକୁ ବି ଯାଇଥିଲା।

“ଏବେ ଆଗକୁ ତାଙ୍କ ଉପରେ ନିର୍ଭର କରୁଛି କି ସେମାନେ ତାକୁ କାମ ଦେବାକୁ ଚାହୁଁଛନ୍ତି କି ନାହିଁ।ଏ ପର୍ଯ୍ୟନ୍ତ ଜାନ୍ ଯେବେ ମୋର କିଛି ଲାଇଭ୍ କନଷ୍ଟ୍ରକସନ୍ ର ସଦସ୍ୟ ହେବାକୁ ଚାହିଁଛି ତ ମୁଁ ତାକୁ ଏମିତି କରିବାକୁ ବି ଅନୁମତି ଦେଇଥିଲି।”

ଜଣା ଯାଉଛି କି ଜାନ୍ କୁମାର ସାନୁ ତାଙ୍କ ଇଣ୍ଟରବ୍ୟୁ ରେ କହିଥିଲେ କି ମୋର ପିତା କେତେବେଳେ ବି ମୋର ଜୀବନରେ ରହିଲେ ନାହାନ୍ତି। ମୋର କିଛି ଅସୁବିଧା ନାହିଁ କି କାହିଁକି ସେ କେବେହେଲେ ମୋତେ ସମର୍ଥନ ବା ପ୍ରୋତ୍ସାହନ କରି ନାହାନ୍ତି।

Leave a Reply

Your email address will not be published. Required fields are marked *