ମହାଦେବୀ ସିରିଏଲ ଅଭିନେତ୍ରୀ ପ୍ରିୟମବଦାଙ୍କ ପରିବାର ଓ ଜୀବନ ବିଷୟରେ ଜାଣନ୍ତୁ

ବନ୍ଧୁଗଣ ଆପଣତ zee ସାର୍ଥକରେ ପ୍ରଯୋଜିତ ହେଉଥିବା ଧାରାବାହିକ ମହାଦେବୀ ନିଶ୍ଚିତ ଭାବରେ ଦେଖୁଥିବେ। ଏବଂ ଯଦି ଦେଖୁଥିବେ ସେଥିରେ ଶ୍ରୀଙ୍କ ମା ଭୂମିକାରେ ଅଭିନୟ କରୁଥିବା ପ୍ରିୟମବଦାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ଖୁବ ସୁନ୍ଦର ଅଭିନୟ କରୁଛନ୍ତି ସେ ମହାଦେବୀ ଧାରାବାହିକରେ। ଏବଂ ପୁରା ଜୀବନ୍ତ କରି ତୋଳି ଧରୁଛନ୍ତି ଏହି ଅଭିନୟକୁ।

ତେବେ ଆପଣ ଜାଣିଛନ୍ତି କି ପ୍ରିୟମବଦାଙ୍କ ପରିବାରରେ କିଏ କିଏ ଅଛନ୍ତି। ଏବଂ ପ୍ରିୟମବଦାଙ୍କ ଘର କେଉଁଠି ଏବଂ ତାଙ୍କ ପ୍ରକୃତି ଏବଂ କଣ। ଜାଣିବାକୁ ହେଲେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ବନ୍ଧୁଗଣ ଆପଣ ମହାଦେବୀ ଧାରାବାହିକରେ ଶ୍ରୀଙ୍କ ମା ଭୂମିକାରେ ପ୍ରିୟମବଦାଙ୍କୁ ଦେଖିପାରୁଥାନ୍ତି ସତ କିନ୍ତୁ ପ୍ରିୟମବଦା ଏତେ ବି ବୟସ୍କ ନୁହଁନ୍ତି ହଁ ଆଗରୁ ପ୍ରିୟମବଦା ନୁଆବହୁ ଧାରାବାହିକରେ ଅଭିନୟ କରିସାରିଛନ୍ତି ଏବଂ ଆଗରୁ ଅନେକ ମ୍ୟୁଜିକ ଭିଡିଓ ଏବଂ ସଟ ଷ୍ଟୋରିରେ ମଧ୍ୟ ଅଭିନୟ କରି ନିଜର ଯାଦୁ କରି ଦେଖେଇ ସାରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

ଲୋକମାନଙ୍କ ହୃଦୟକୁ ବେଶ ପସନ୍ଦ ଆସନ୍ତି ଏହି ଅଭିନେତ୍ରୀ ଜଣଙ୍କ। ତାଙ୍କର କ୍ୟୁଟନେସ୍ ଏବଂ ତାଙ୍କର ଅଭିନୟର ଷ୍ଠାଇଲ ଏବଂ ସ୍କିଲ ଲୋକମାନଙ୍କୁ ବେଶ ପସନ୍ଦ ଆସେ। ତେବେ ମହାଦେବୀ ଧାରାବାହିକରେ ଅଭିନୟ କରୁଥିବା ପ୍ରିୟମବଦାଙ୍କ ଘର ହେଉଛି ବାଲେଶ୍ଵର ଏବଂ ସେ ବାଲେଶ୍ଵର ହିଁ ରୁହନ୍ତି କିନ୍ତୁ ଏବେ ସୁଟିଂ ପାଇଁ ସେ ଭୁବନେଶ୍ୱରରେ ରହୁଛନ୍ତି ଏବଂ ସେହିଠାରୁ ହିଁ ସୁଟିଂ ସେଟକୁ ଯାଉଛନ୍ତି। ଅବଶ୍ୟ ମହାଦେବୀ ଧାରାବାହିକରେ ଶ୍ରୀ ବଉ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଜନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି।

ଏବଂ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି। ପରିବାର କହିଲେ ବାପା, ମା, ଭାଇ, ଅଜା ଏବଂ ଆଈ ଅଟନ୍ତି। ଏବଂ ଖୁବ ସୁନ୍ଦର ପରିବାରରେ ଖୁବ ମଜା ମସ୍ତିରେ ରୁହନ୍ତି ପ୍ରିୟମବଦା। ପ୍ରିୟମବଦାଙ୍କ ପ୍ରକୃତ ନାମ ହେଉଛି ମାହେସ୍ୱରୀ। ଏବଂ ସେ ଖୁବ ସୁନ୍ଦର ଦେଖିବାକୁ। ଯେତିକି ସୁନ୍ଦର ଦେଖିବାକୁ ତାଙ୍କ ପେଟିଂ ମଧ୍ୟ ଖୁବ ସୁନ୍ଦର ସେ ଆଙ୍କନ୍ତି।

ତାହା ସହିତ ସେ ଜଣେ ମଡେଲ ସହିତ ସେ କୃଷ୍ଣ ଭଗବାନଙ୍କୁ ବହୁତ ଭଲ ପାଆନ୍ତି ବୋଲି ଦେଖିବାକୁ ମିଳିଛି। ଏବଂ କୃଷ୍ଣ ଭଗବାନଙ୍କୁ ସେ ଏତେ ଭଲ ପାଆନ୍ତି ଯେ ତାଙ୍କର ପ୍ରତିଟି ପୋଷ୍ଟ ଏବଂ ପ୍ରତିଟି ଭିଡିଓରେ ସେ କୃଷ୍ଣ ଭଗବାନଙ୍କର ନାମ ମେନସନ କରିବାକୁ ଭୁଲନ୍ତି ନାହିଁ। ଭଗବାନ ଜଗନ୍ନାଥଙ୍କର ବଡ଼ ଭକ୍ତ ହେଉଛନ୍ତି ପ୍ରିୟମବଦା। ମହାଦେବୀ ସିରିୟଲରେ ମହାଦେବୀ ଅଭିନୟ କରୁଥିବା ସମୟରେ କିନ୍ତୁ ସତରେ ସେ କୃଷ୍ଣଙ୍କୁ ନିଜର ମନରେ ରଖନ୍ତି ଏବଂ ସବୁବେଳ ପାଇଁ କୃଷ୍ଣଙ୍କୁ ହିଁ ଭଲ ପାଆନ୍ତି। ତେବେ ଆପଣଙ୍କୁ ମହାଦେବି ଧାରାବାହିକରେ ପ୍ରିୟମବଦାଙ୍କ ଅଭିନୟ କେମିତି ଲାଗେ। ପ୍ରିୟମବଦା ସଠିକ ଅଭିନୟ କରନ୍ତି କି ନାହିଁ ଆମ କମେନ୍ଟ ସେକସନରେ ନିହାତି ମତାମତ ଦେବେ।

Leave a Reply

Your email address will not be published. Required fields are marked *