ଛୋଟ ଝିଅଟି କୁକୁର ସହ ମିଶି ଝୁଲଣରେ ବହୁତ ମଜାକଲା , ଉଭୟ ପରସ୍ପରକୁ ଝୁଲାଉଥିଲେ। ଏହି ଭିଡ଼ିଓଟି ଆପଣଙ୍କ ହୃଦୟ ଜିତିନେବ

ସୋସିଆଲ ମିଡିଆରେ ଛୋଟ ଛୁଆ ଏବଂ କୁକୁରଙ୍କ ସୁନ୍ଦର ଏବଂ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଲୋକମାନଙ୍କ ହୃଦୟ ଖୁସୀ ହୋଇଯିବ । ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହା ସମସ୍ତଙ୍କ ହୃଦୟ ଜିତିନେଇଛି । ଏହି ଭିଡ଼ିଓ ଏକ ଛୋଟ ଝିଅ ଏବଂ କୁକୁରଟିର ଅଟେ, ଯେଉଁଥିରେ ଉଭୟ ବହୁତ ମଜା କରୁଛନ୍ତି । ଏହିପରି ମଜାଳିଆ ଭିଡ଼ିଓ ବୋଧହୁଏ ଆପଣ ପୂର୍ବରୁ ଦେଖିଥିବେ ।

ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆମେରିକାର ୱାୟୋମିଙ୍ଗର ପର୍ବତ ରାଜ୍ୟରୁ ଏକ 3 ବର୍ଷିୟ ଝିଅ ଏଲେକ୍ସାକୁ ଦେଖାଯାଇଛି । ଯିଏ ନିଜର ପ୍ରିୟ ସାଙ୍ଗ କୋନା ଯିଏକି 2 ବର୍ଷିୟ ରୋଟୱିଲର କୁକୁର ସହ ଡି-ଆଁ ମାରୁଛି । କୁକୁରଟି ଝିଅଟିକୁ କପି କରୁଛି । ଉଭୟଙ୍କ ମଜାଳିଆ ଭିଡ଼ିଓ ଲୋକମାନଙ୍କୁ ପସନ୍ଦ ଆସୁଛି । ଏହି ଭିଡ଼ିଓକୁ ଏଲେକ୍ସାଙ୍କ ମାତା-ପିତା 5 ମେରେ ସେୟାର କରିଛନ୍ତି ।

ଭିଡ଼ିଓରେ ଏଲେକ୍ସାଙ୍କ ମାଙ୍କୁ କ୍ୟାମେରା ପଛରୁ ହସୁଥିବାର ଶୁଣିବାକୁ ମିଳିବ । ଏଲେକ୍ସା ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ କୁକୁରଟି ଝିଅଟିକୁ କପି କରୁଛି ଏବଂ ଝୁଲଣରେ ଝିଅ ଭଳି ଡିଆଁ ମାରୁଛି । କୁକୁରଟି ଖୁସିରେ ଝିଅଟିର ଚାରିପଟେ ଘୁରି ବୁଲୁଛି । ଭିଡ଼ିଓକୁ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ 112,000 ରୁ ଅଧିକ ଥର ଦେଖାଯାଇ ସାରିଛି ।

Leave a Reply

Your email address will not be published. Required fields are marked *