ବର୍ଷାରୁ ନିଷ୍କ୍ରିୟ ଜୀବଟିକୁ ରକ୍ଷା କରିବା ଲାଗି ପିଲାଟି ନିଜ ଛତା ଖୋଲିଥିଲା । ଭିଡ଼ିଓ ଦେଖି ଲୋକମାନେ ଖୁସି ହୋଇଗଲେ ଦେଖନ୍ତୁ video

ପ୍ରାୟତଃ କିଛି ଲୋକଙ୍କୁ କହୁଥିବାର ଶୁଣିଥିବେ ଯେ ବୟସ ବୃଦ୍ଧି ସହ ବୁଝିବାଶକ୍ତି ମଧ୍ୟ ବଢିଥାଏ । କିନ୍ତୁ କିଛି କାହାଣୀ ଶୁଣି ଲାଗେ ଯେ ଜ୍ଞାନ ବୟସ ସହ ଅଧିକ ଜଡିତ ନୁହେଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ହେଡଲାଇନରେ ଅଛି । ଯାହାକୁ ଦେଖି କୌଣସି ବ୍ୟକ୍ତି ମାନିବାକୁ ପ୍ରସ୍ତୁତ ହୋଇଯିବ ଯେ ବୁଦ୍ଧିମାନ ହେବାପାଇଁ ବୟସର କୌଣସି ପ୍ରତିବନ୍ଧକ ନାହିଁ ।

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଲୋକପ୍ରିୟ ହେବାରେ ଲାଗିଛି । ଯାହାକୁ ଦେଖି କୁହାଯାଇପାରିବ ଯେ ଅପଣଙ୍କୁ ବଡ କାମ କରିବା ପାଇଁ ନିଜ ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ନୁହେଁ । କେବେ କେବେ କିଛି କାମ ଛୋଟ ହୋଇଥାଏ , କିନ୍ତୁ ଏହାର ପ୍ରଭାବ ବଡ଼ ହୋଇଥାଏ । ସୁଶାନ୍ତ ନନ୍ଦା IFS ଅଧିକାରୀ ଏକ ଭିଡ଼ିଓ ସେୟାର କରିଛନ୍ତି ଯାହା ଆପଣଙ୍କ ଧ୍ୟାନ ଆକର୍ଷଣ କରିବ ।

ଏହି ଭିଡ଼ିଓରେ ଦେଖାଯାଇପାରିବ ଯେ ଗୋଟିଏ ଛୋଟ ଝିଅ ନିଜ ଛତା ଦ୍ଵାରା ବର୍ଷାରେ ଥିବା କୁକୁରଟିକୁ ରକ୍ଷା କରୁଛି । 12 ସେକେଣ୍ଡର ଏହି ଭିଡ଼ିଓରେ ଏକ ଛୋଟ ଝିଅ ବର୍ଷାରେ ଥିବା ଏକ ନିଷ୍କ୍ରିୟ ଜୀଵକୁ ନିଜ ଛତା ଦ୍ଵାରା ରକ୍ଷା କରୁଛି । ଇଣ୍ଟରନେଟରେ ଏହି ଭିଡ଼ିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓର କ୍ୟାପସନରେ ଲେଖାହୋଇଛି କି ଦୟାଳୁ ହେବାର ଅର୍ଥ ଆପଣ କାହା ପାଇଁ ଛୋଟ କାର୍ଯ୍ୟ ମଧ୍ୟ କରିପାରିବେ ।

ଏଠାରେ ଭିଡ଼ିଓ ଦେଖନ୍ତୁ :

ପିଲାଟିର ଉଦରତା ଲୋକମାନଙ୍କ ହୃଦୟ ଜିତିନେଇଛି :

ଯେତେବେଳେ ସୋସିଆଲ ମିଡିଆରେ ଏହି ଭିଡ଼ିଓଟିକୁ ପୋଷ୍ଟ କରାଗଲା ଲୋକମାନେ ଏହାଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଏହି ଭିଡ଼ିଓଟିକୁ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି ପିଲାଟିର ଉଦାରତା ସେମାନଙ୍କ ହୃଦୟ ଜିତିନେଇଛି । ସେହିଭଳି ଅନ୍ୟ ୟୁଜର କହିଛନ୍ତି ପିଲାଟି କୁକୁରଟିକୁ ନେଇ ଯେଉଁଭଳି ବିଶେଷ ଚିନ୍ତାରେ ଅଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ଏକ ଦୟାଳୁ ପିଲା ଅଟେ ।

ଏହି ଭିଡ଼ିଓଟି ପୋଷ୍ଟ ହେବାପରେ ଏହାକୁ 12 ହଜାରରୁ ଅଧିକ ଦର୍ଶନ ମିଲିସାରିଛି । କିଛି ଲୋକ ଏହି ଭିଡ଼ିଓକୁ ଦେଖିବା ପରେ କହିଛନ୍ତି କି ଜରୁରୀ ନୁହେଁ ସାହାଯ୍ୟର ସ୍ତର ବଡ଼ ହେଉ । ଏହାସହ ଏଭଳି ପ୍ରତିକ୍ରିୟା ମଧ୍ୟ ଆସିଛି କି ଏହି ପିଲାଟିର ଉଦାରତା ପ୍ରକୃତରେ ଆଶ୍ଚର୍ଯ୍ୟଜଣକ ଅଟେ । ଅନ୍ୟ ଏକ ୟୁଜରଙ୍କ କହିବା ଅନୁସାରେ ଏହିଭଳି ଦୃଶ୍ୟକୁ ଦେଖିବା ପରେ କିଏ ପ୍ରସଂଶା ନ କରିବ ?

Leave a Reply

Your email address will not be published. Required fields are marked *