‘ମାଟି ଉପରେ ଲକଡାଉନ’, ୧୩୦ସମ୍ପର୍କିୟଙ୍କ ସହିତ ଆକାଶରେ କରିଲେ ବାହାଘର!

ଏହି ସମୟରେ ପୂରା ଦେଶ କୋରୋନା ଭାଇରସ ଦେଇ ଗତି କରୁଛି ଏବଂ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଅଧିକାଂଶ ରାଜ୍ୟରେ ଲକଡାଉନ କରାଯାଇଛି। ବାହାଘରର ଏହି ମୌସୁମରେ ମଧ୍ୟ ଲୋକମାନଙ୍କୁ ବହୁତ ଅସୁବିଧା ହେଉଛି କାରଣ ସରକାର ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏଥିପାଇଁ ଗୋଟିଏ କପଲ ଧରିତ୍ରୀ ବଦଳରେ ଆକାଶରେ ବିବାହ କରିବା ପାଇଁ ଯୋଜନା କରିଥିଲେ ଏବଂ ଉଡାଜାହାଜରେ ସମ୍ପର୍କୀୟ ମାନଙ୍କ ସହିତ ବାହା ହୋଇଥିଲେ।

ଏହି ଅଦ୍ୱିତୀୟ ବାହାଘର ହୋଇଥିଲା ତାମିଲନାଡୁର ମଦୁରୈରେ ଯେଉଁଠାରେ ଥୁଥୁକୁଡୀ ଯାଉଥିବା ବିମାନରେ ସମ୍ପର୍କିୟମାନଙ୍କ ସାମ୍ନାରେ କପଲ ବାହା ହୋଇଥିଲେ। ତାମିଲନାଡୁରେ କୋରୋନା ଘଟଣା କାରଣରୁ ସୀଏମ ଷ୍ଟାଲିନ ୨୪ମଇରୁ ୩୧ମଇ ପର୍ଯ୍ୟନ୍ତ ୭ଦିନ ପାଇଁ ପୂର୍ଣ୍ଣ ଲକଡାଉନର ଘୋଷଣା କରିଛନ୍ତି।

ଏହା ମଧ୍ୟରେ, ଅନେକ ଯୋଡ଼ି ଯେଉଁମାନେ ୨୪ ରୁ ୩୧ମଇ ମଧ୍ୟରେ ବାହା ହେବାପାଇଁ ଯୋଜନା କରିଥିଲେ, ମନ୍ଦିର ବାହାରେ ଏକାଠି ହୋଇଥିଲେ ଏବଂ ନିଜ ସମ୍ପର୍କୀୟମାନଙ୍କ ସାମ୍ନାରେ ବାହା ହୋଇଥିଲେ, କାରଣ ଲକଡାଉନରେ କୈାଣସି ସମାରୋହ ପାଇଁ ଅନୁମତି ଦିଆଯାଇନାହିଁ।

ଏହି କାରଣରୁ ଗୋଟିଏ ଯୋଡ଼ି ଗୋଟିଏ ପାଦ ଆଗକୁ ବଢି ଚାର୍ଟର୍ଡ ଉଡାଜାହାଜ ଭିତରେ ବାହା ହୋଇଥିଲେ। ମଦୁରୈର ରାକେଶ ଏବଂ ଦୀକ୍ଷା ଗୋଟିଏ ବିମାନ ଭଡ଼ାରେ ନେଇଥିଲେ ଏବଂ ୧୩୦ସମ୍ପର୍କିୟଙ୍କ ସହିତ ଯେତେବେଳେ ବିମାନ ଆକାଶରେ ଥିଲା ତ ବାହା ହୋଇଥିଲେ। ଏହି ଯୋଡ଼ିଙ୍କ ବାହାଘର ଦୁଇଦିନ ପୂର୍ବରୁ ହିଁ ହୋଇଛି, ଯେଉଁଥିରେ ବହୁତ କମ ସମ୍ପର୍କୀୟ ସାମିଲ ହୋଇଥିଲେ। ହେଲେ, ଯେମିତି ହିଁ ରାଜ୍ୟରେ ଗୋଟିଏ ଦିନ ଛୁଟିର ଘୋଷଣା କରାଯାଇଥିଲା ସେ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ଯୋଜନା କରିଥିଲେ।

ଦମ୍ପତି ଦାବି କରିଛନ୍ତି କି ସମସ୍ତ ୧୩୦ଯାତ୍ରୀ ତାଙ୍କ ସମ୍ପର୍କୀୟ ଥିଲେ ଯେଉଁମାନେ ଆରଟୀ-ପୀସୀଆର ଟେଷ୍ଟ କରାଇଥିଲେ ଏବଂ ନେଗେଟିଭ ରି-ପୋ-ର୍ଟ ଆସିବା ପରେ ହିଁ ବିମାନରେ ବସିଥିଲେ।

ତାମିଲନାଡୁରୁ ହାରାହାରି ୩୫,୦୦୦+ ସଂକ୍ରମଣର ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ସୀଏମ କ-ଠୋ-ର ପ୍ରତିବନ୍ଧକ ସହିତ ଲକଡାଉନକୁ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ, ୨୩ମଇ ରାତି ୯ଟା ବାଜିବା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦେବା ସମୟରେ ଗୋଟିଏ ଦିନ ପାଇଁ ଛୁଟି ଦିଆଯାଇଛି। ସାରା ରାଜ୍ୟର ବଜାର ସ୍ଥାନ ଏବଂ କିଣାବିକା କ୍ଷେତ୍ରରେ ବଡ଼ ଭିଡ଼ ଦେଖାଯାଇଛି, ଯେଉଁଠାରେ ଅନେକ ବିଶେଷଜ୍ଞ ଛୁଟି ବିଷୟରେ ପ୍ରଶ୍ନ ଉଠାଇଥିଲେ।

Leave a Reply

Your email address will not be published. Required fields are marked *