ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଏହି ପାଞ୍ଚୋଟି ଜିନିଷର ଅପମାନ କରିବାରୁ ଦାରିଦ୍ରତା ଆସିଥାଏ – ବାସ୍ତୁଶାସ୍ତ୍ର।

ଆମ ଜୀବନରେ ଏମିତି କେତେକ ସମୟ ଆସିଥାଏ ଯେତେବେଳେ ଆମେ ନିଜକୁ ବହୁତ ନିସହାୟ ଭାବିଥାଉ , ସେ ଯେକୌଣି କାରଣ ହେଉ। ଏମିତିରେ ତ ଆମର ସାମ୍ମନା କେତେକ ସମସ୍ୟା ଦେଇ ହୋଇଥାଏ। କେତେବେଳେ ପଇସାର ଅଭାବ , ସମ୍ପର୍କରେ ମନମତାଣିଆ , କେତେବେଳେ ର୍ଦୁଘଟଣା ବା ଏମିତି ସମୟ ଆସେ ସବୁ ସମସ୍ୟାର ସାମ୍ମନା କରିବାକୁ ପଡିଥାଏ। ଯଦି ଏହି ପରିସ୍ଥିତି ଲଗାତାର ଲାଗି ରହିଥାଏ ତେବେ ଆମ ଦ୍ବାରା ଜଣା ଏବଂ ଅଜଣାରେ ଏମିିତି କିଛି ଭୁଲ ହୋଇଥାଏ ଯାହାପାଇଁ ଆମକୁ ଏ ସବୁ ସାମ୍ମନା କରିବାକୁ ପଡିଥାଏ। ଯଦି ଆପଣଙ୍କ ବହୁତ ପରିଶ୍ରମ ପରେ ମଧ୍ୟ ପଇସାର ଅଭାବ ବା ଅଥିିକ ସମସ୍ୟା ହେଉଥାଏ ତେବେ ଯାଣନ୍ତୁ ଏହା ପଛର କାରଣ କ’ଣ? ଏବଂ ଏହାର କ’ଣ ନିବାରଣ ଅଟେ।

ଭଗବାନ ଶ୍ରୀକୃଷ୍ଣ ନିଜ ଉପଦେଶରେ ଏମିତି କିଛି ଉଲ୍ଲେଖ କରିଛନ୍ତି କି ଆମେ ତାକୁ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ , ଏହାକୁ କଲେ ଆପଣ ର୍ନିଧନ ହୋଇ ପାରନ୍ତି ଏବଂ ଆର୍ଥିକ ସମସ୍ୟାର ସମ୍ମାନ କରି ପାରନ୍ତି। ସର୍ବ ପ୍ରଥମେ ମହତ୍ବପୂର୍ଣ୍ଣ କଥା ହେଉଛି ଆମେ ନିଜର ସ୍ବାର୍ଥ ପାଇଁ କାହାକୁ ଆର୍ଥିକ ରୂପରେ ହଇରାଣ କରିବା ଉଚିତ ନୁହେଁ। ମିଛ , ବୈମାନୀ ଏବଂ ଧୋକା ଦେଇ ରୋଜଗାର କରାଯାଇଥିବା ଧନ କେବେବି ସୁଖ ଦେଇ ନଥାଏ। ଧୋକାବାଜୀ କରି କାହର ଧନ ବା ଜମି ଦଖଲ କରିବା ଉଚିତ ନୁହେଁ କାରଣ ଆପଣ ଯାହା ସହ ଏମିତି କରିବେ ତାଙ୍କ ମୁହଁରୁ ସବୁବେଳେ ଆପଣଙ୍କ ପାଇଁ ଅଭିଶାପ ବାହାରିବ , ଏହା ପାଇଁ ମଧ୍ୟ ଆପଣ ଆର୍ଥିକ ସମସ୍ୟାର ସାମ୍ମନା କରିପାରନ୍ତି।

ଦ୍ବିତୀୟ କଥା – କେବେବି ବିନା କାରଣରେ ବସ୍ତୁ ଏବଂ ଖାଦ୍ୟକୁ ଫୋପାଡିବା ଉଚିତ ନୁହେଁ। କାରଣ ଏଥିରେ ଲକ୍ଷ୍ମୀ ଏବଂ ଅନ୍ନପୂର୍ଣା ଦେବୀ ଦୁଇ ଜଣଙ୍କର ଅପମାନ ହୋଇଥାଏ ଯେଉଁଥି ପାଇଁ ସେମାନେ ରାଗିଯାଅନ୍ତି ଏବଂ ଏଥିପାଇଁ ବ୍ୟକ୍ତିକୁ ଆର୍ଥିକ ସମସ୍ୟାର ସାମ୍ମନା କରିବାକୁ ପଡିଥାଏ।

ତୃତୀୟ କଥା – ଆପଣଙ୍କ ଘରେ କେବେ ଜଲଦି ଜଲଦିରେ ଜିନିଷକୁ ଏଣେ ତେଣେ ରଖିବା ଉଚିତ ନୁହେଁ। ଘର ର ପ୍ରତ୍ୟକ ଜିନିଷ ନିଜ ନିଜ ସ୍ଥାନରେ ରଖିବା ସହିତ ଘରକୁ ସଫା ରଖିବା ମଧ୍ୟ ଆବଶ୍ୟକ। ଘରର ମୁଖ୍ୟ ଦ୍ବାରକୁ ମଧ୍ୟ ସଫା ରଖିବା ଆବଶ୍ୟକ। ଘରର ଦୂଆର ମୁହଁଁରେ ଚପଲା ଗଦା କରି ରଖନ୍ତୁ ନାହିଁ କି ଅନ୍ୟ କୌଣସି ଜିନିଷ ଗଦା କରି ଅପରିଷ୍କାର କରନ୍ତୁ ନାହିଁ। ମା ଲକ୍ଷ୍ମୀ ସେହି ମୁଖ୍ୟ ଦ୍ବାର ଦେଇ ଘରକୁ ପ୍ରବଶ କରନ୍ତି ଯଦି ସେଠାରେ ସେ ଅପରିଷ୍କାର ଦେଖନ୍ତି ତେବେ ସେ ସେଠାରୁ କୃପା ନ ବର୍ଷେଇ ଫେରି ଯାଆନ୍ତି। ଏଥିପାଇଁ ଆମକୁ ଆମ ଘରର ଶୌଚାଳୟ ଏବଂ ରୋଷେଇ ଘରର ବେଶି ସଫା ରଖିବା ଆବଶ୍ୟକ। ଶୌଚାଳୟର ଅପରିଷ୍କାରତା ଏବଂ ରୋଷୋଇ ଘର ଅଇଁଠା ବାସନ , ଅପରିସ୍କାରତା ଅଭାବକୁ ଆମତ୍ରଣ କରିଥାଏ।

ଚତୁର୍ଥ କଥା – ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଈଥାଏ। ଝାଡୁ କରିବାର ସମ୍ବନ୍ଧିତ କେତେକ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ, ଏହାର ଅପମାନ ଭୁଲରେ କରନ୍ତୁ ନାହିଁ। ସଂଧ୍ୟା ସମୟରେ ଝାଡୁ କରନ୍ତୁ ନାହିଁ। କେବେ ବି ଝାଡୁର ନିରାଦର କରି ଧନର ଦେବୀ ମା ଲକ୍ଷ୍ମୀଙ୍କୁ କେବେବି କ୍ରୋଧିତ କରନ୍ତୁ ନାହିଁ।

ପଞ୍ଚମ କଥା – ବିନା କାରଣରେ କାହାର ବି ଅପମାନ କରନ୍ତୁ ନାହିଁ। ସେ ଛୋଟ ହେଉ ଅବା ବଡା। ଖାସ କରି ଯେଉଁମାନେ ର୍ନିଧନ ତାଙ୍କୁ କେବେ ବି ଅପମାନିତ କରନ୍ତୁ ନାହିଁ। ଯଦି ସେ ଆପଣଙ୍କ ପାଖକୁ ସାହାର୍ଯ୍ୟ ପାଇଁ ଆସିଛନ୍ତି କିନ୍ତୁ ଆପଣ ତାଙ୍କୁ ସାହାର୍ଯ୍ୟ କରି ପାରୁ ନାହାଁନ୍ତି ତେବେ କୌଣସି ସମସ୍ୟା ନାହିଁ କିନ୍ତୁ ଆପଣ ତାଙ୍କୁ ଅପମାନ କରନ୍ତୁ ନାହିଁ। କାହାର ଅସହାୟତାର ଫାଇଦା ଉଠାନ୍ତୁ ନାହିଁ। ମହିଳା ମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଆମ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଦେବୀ କୁହାଯାଏ। ଏଥିପାଇଁ ତାଙ୍କୁ କେବେବି ଅପମାନ କରନ୍ତୁ ନାହିଁ। ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ। ଆମ ଶାସ୍ତ୍ରରେ କୁହାଯାଇଛି ଯେ ଘରର ପ୍ରତ୍ୟକ କୋଣରେ ଫିଟିକିରି ରଖିବା ଦ୍ବାରା ଘରର ନାକରତ୍ମକତା ଉର୍ଜା ଶେଷ ହୋଇଥାଏ ସେହି ପରି ପାଣିରେ ଲୁଣ ମିଶାଇ ଘର ପୋଛିବା ଦ୍ବାରା ଘରେ ସାକାରତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ପ୍ରତ୍ୟକ ସ୍ତରରେ ଆମକୁ ସଫଳ ହେବା ପାଇଁ ସଂର୍ଘଷ ତ କରିବାକୁ ପଡିବ ଆପଣ ଆପଣଙ୍କ ତରଫରୁ ପରିଶ୍ରମ କରନ୍ତୁ ମୋ କୃପାରୁ ଆପଣଙ୍କୁ ଅବଶ୍ୟ ଫଳ ମିଳିବ।

Leave a Reply

Your email address will not be published. Required fields are marked *