ମାଟି ତଳୁ ଶୁଭିଲା କ୍ରନ୍ଦନ ସ୍ୱର, ମାଟି ହଟାଇ ଦେଖିଲେ ବେଳକୁ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।

“ରଖିଲେ ସିଏ ମରିବ କିଏ” ଯାହାକୁ ସ୍ୱୟଂ ଭଗବାନ ରକ୍ଷା କରିବେ ତାକୁ ଅବା କିଏ ମାରି ପାରିବ। କେବେ କେବେ ଏହି କଥାର ଚରିତାର୍ଥ ମଣିଷର ପ୍ରକୃତ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ। ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। ଯାହା ଲୋକମାନଙ୍କୁ ଚକିତ କରି ଦେଇଥାଏ। ଏଥିମଧ୍ୟରୁ କିଛି ଘଟଣା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ ତ କେତେକ ଦୁଃଖ ଭରା କାହାଣୀ ହୋଇଥିବା ବେଳେ କେତେକ ଖବର ମନକୁ ଖୁସି କରିଦେଇଥାଏ। ଏପରି ଏକ ଘଟଣା ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ସାମ୍ନାକୁ ଆସିଛି। ଯେଉଁଠାରୁ ଏକ ଶିଶୁକୁ ମାଟି ତଳୁ ଜୀବିତ ଭାବରେ ବାହାର କରାଯାଇଛି।

ବାସ୍ତବରେ ଏହି ସମ୍ପୂର୍ଣ୍ଣ ମାମଲା ଲୋହରଦଗା ଜିଲ୍ଲାର କୁଡୁ ଥାନା କ୍ଷେତ୍ର ଅନ୍ତର୍ଗତ ଅଟେ। ଶନିବାର ଦିନ ସନ୍ଧ୍ୟା ପାଖାପାଖି ୭ ଘଣ୍ଟା ସମୟରେ ସେଠାରେ ଥିବା ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଛୋଟ ପିଲାର କାନ୍ଦିବାର ସ୍ୱର ଶୁଣାଯାଇ ଥିଲା। ଏହି ସ୍ଥାନରେ କିଏ କାନ୍ଦୁଛି ପୁଷ୍ଟି କରିବା ପାଇଁ ଯେତେବେଳେ ବ୍ୟକ୍ତି ଜଣକ ସେଠାକୁ ଗଲେ ଏବଂ ଯାହା ଦେଖିଲେ ତା’ପରେ ସେ ସ୍ତବ୍ଧ ହୋଇଗଲେ। ସେଠାରେ ଏକ ନବଜାତ ଶିଶୁ ମାଟି ତଳେ ପୋତା ହୋଇ ରହିଥିଲା।

ସେ ବିଳମ୍ବ ନକରି ତୁରନ୍ତ ଯାଇ ଗାଁ ଲୋକଙ୍କୁ ଏକତ୍ର କରି ସେହି ସ୍ଥାନକୁ ନେଇ ଆସିଥିଲେ। ଲୋକମାନେ ସେଠାରୁ ମାଟି ହଟାଇ ଶିଶୁଟିକୁ ସୁରକ୍ଷିତ ଭାବରେ ମାଟି ଭିତରୁ ବାହାର କରି ଆଣିଥିଲେ। ତେବେ ବର୍ତ୍ତମାନ ପିଲାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଅବସ୍ଥାରେ ରହିଛି। ଭଗବାନଙ୍କର ଏହା ଚମତ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ ସମୟ ମାଟି ତଳେ ରହିବା ପରେ ମଧ୍ୟ ଶିଶୁଟିର ମୃତ୍ୟୁ ତ ଦୂରର କଥା କୌଣସି କ୍ଷତି ମଧ୍ୟ ହୋଇନଥିଲା।

ଗ୍ରାମବାସୀଙ୍କ ଦ୍ଵାରା ମାଟି ତଳେ ପୋତି ହୋଇଥିବା ପିଲାଟିକୁ ସୁରକ୍ଷିତ ଭାବରେ ବାହାରକୁ କାଢ଼ିବାର ସୂଚନା ପୋଲିସ ଏବଂ ଶିଶୁ ସୁରକ୍ଷା ବିଭାଗକୁ ଦେଇ ଦିଆଯାଇଥିଲା। ପିଲାଟି ଅତ୍ୟନ୍ତ ଛୋଟ ଥିବାରୁ ମାଆ କ୍ଷୀର ବ୍ୟତୀତ ଆଉ କିଛି ଖାଇପାରୁନଥିଲା। ସେଥିପାଇଁ ଗ୍ରାମର ମହିଳା ମାନେ ପିଲାଟିକୁ ନିଜ କ୍ଷୀର ପିଆଇ ଥିଲେ। ଏହାଛଡା ପିଲାଟିର ଜନକ ଏବଂ ଜନନୀଙ୍କର କୌଣସି ସୂଚନା ନରଥିବାରୁ ଗାଁର ଅନେକ ଲୋକ ଏହି ଶିଶୁଟିକୁ ପାଳିତ ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି।

ଲୋକମାନେ ଏହା ମଧ୍ୟ ଚର୍ଚ୍ଚା କରୁଛନ୍ତି କେଉଁ ପିତାମାତା ଏତେ ନିର୍ଦୟ କିପରି ହୋଇପାରିବେ ଯେ ନିଜ ସନ୍ତାନକୁ ଏପରି ଭାବରେ ମାଟି ତଳେ ପୋତି ଦେଇ ଯାଇଥିବେ। ସେପଟେ ପୋଲିସ ଏହି ନବଜାତ ଶିଶୁଟିର ମାତାପିତାଙ୍କ ସନ୍ଧାନ କରିବା ମଧ୍ୟ ଆରମ୍ଭ କରିଦେଇଛି। ଶିଶୁ କଲ୍ୟାଣ ବିଭାଗ ମାଟିରେ ପୋତି ହେବା କାରଣରୁ ଭବିଷ୍ୟତରେ ଶିଶୁଟିକୁ ଯେପରି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନହେଉ ସେଥିପାଇଁ ସତର୍କତାପୂର୍ବକ ଏହି ଉଦ୍ଧାର କରାଯାଇଥିବା ଶିଶୁକୁ ହସ୍ପିଟାଲ ପଠାଇ ଦେଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *