କାର୍ଗିଲ ଯୁ-ଦ୍ଧ ସମୟରେ ପାକିସ୍ତାନୀମାନେ କହିଥିଲେ – ” କାଶ୍ମୀର ଛାଡ଼ିଦେବୁ ଯଦି ଆମକୁ ମାଧୁରୀ ଦୀକ୍ଷିତ ଦିଆଯିବ “

90 ଦଶକରୁ କୋଟି କୋଟି ଲୋକମାନଙ୍କ ହୃଦୟରେ ରାଜ କରୁଥିବା ମାଧୁରୀ ଦୀକ୍ଷିତଙ୍କର କାଲି ଜନ୍ମଦିନ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଜନ୍ମ 15 ମେ 1967 ମସିହା ମୁମ୍ବାଇରେ ହୋଇଥିଲା । ମରାଠୀ ବ୍ରାହ୍ମଣ ପରିବାର ସହ ସମ୍ପର୍କ ଥିବା ମାଧୁରୀଙ୍କର ଦୁଇଟି ବଡ଼ ଭଉଣୀ ଏବଂ ଗୋଟିଏ ବଡ଼ ଭାଇ ଅଛନ୍ତି । ସେ ନିଜ ଫିଲ୍ମ କ୍ୟାରିଅର ଚଳଚ୍ଚିତ୍ର ‘ ଅବୋଧ ‘ ଠାରୁ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା କିନ୍ତୁ ଲୋକମାନେ ତାଙ୍କ ଅଭିନୟକୁ ପ୍ରସଂଶା କରୁଥିଲେ । ସେ ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରିଛନ୍ତି । ମଧୁରୀ ପଦ୍ମଶ୍ରୀ ବ୍ୟତୀତ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

କଣ ଆପଣ ଜାଣିଛନ୍ତି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଚଳଚ୍ଚିତ୍ରରେ କାମ କରିବା ପାଇଁ ଏକ ମହିଳା କଳାକାର ରୂପରେ ସବୁଠାରୁ ଅଧିକ ଟଙ୍କା ଦିଆଯାଉଥିଲା । ଏବେ ମଧ୍ୟ ତାଙ୍କର ମୋହିନୀ ହସ ଏବଂ ଆଦରକାରୀ କାର୍ଯ୍ୟକୁ ପ୍ରସଂଶା କରିବାରେ ତାଙ୍କ ପ୍ରସଂଶକମାନେ କ୍ଲାନ୍ତ ହେଉ ନାହାଁନ୍ତି । ମାଧୁରୀଙ୍କର ଜନ୍ମଦିନରେ ଆପଣଙ୍କୁ ଜଣାଇଦେଉଛୁ ଯେ କେଉଁଭଳି ଭାବରେ ଥରେ ପାକିସ୍ତାନ କାଶ୍ମୀର ବଦଳରେ ମାଧୁରୀ ଦୀକ୍ଷିତଙ୍କୁ ଦାବି କରିଥିଲେ ।

ମାଧୁରୀ ଦୀକ୍ଷିତ ନା କେବଳ ଭାରତୀୟ ପ୍ରସଂଶକମାନଙ୍କ ମଧ୍ୟରେ ଲୋକପ୍ରିୟ ବରଂ ପାକିସ୍ତାନରେ ମଧ୍ୟ ତାଙ୍କର ପ୍ରସଂଶକମାନଙ୍କ ଅଭାବ ନାହିଁ । ତାଙ୍କର ଗୋଟିଏ ହସରେ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି । ମାଧୁରୀଙ୍କ ଚଳଚ୍ଚିତ୍ର ପୋଷ୍ଟରକୁ ପାକିସ୍ତାନୀମାନେ ନିଜ ଘରେ ସଜାନ୍ତି । ସମସ୍ତଙ୍କର କେବଳ ଗୋଟିଏ ସ୍ୱପ୍ନ ଯେ କୌଣସି ଉପାୟରେ ସେମାନେ ମାଧୁରୀଙ୍କୁ ଭେଟିବେ ।

ଏହି ଘଟଣାଟି କାର୍ଗିଲ ଯୁ-ଦ୍ଧ ସମୟର ଅଟେ । TOI ର ରିପୋର୍ଟ ଅନୁସାରେ ଯେତେବେଳେ ସୀମାରେ ଯୁଦ୍ଧ ଚାଲିଥିଲା ପାକିସ୍ଥାନୀ କହିଥିଲେ ଯେ ,ସେମାନେ କାଶ୍ମୀର ଛାଡ଼ିଦେବେ ଯଦି ସେମାନଙ୍କୁ ମାଧୁରୀ ଦୀକ୍ଷିତ ଦିଆଯିବ । ମାଧୁରୀଙ୍କ ପାଇଁ ଯେଉଁ ପାଗଳାମି ଅଛି ସେହିଭଳି ପାଗଳାମି କୌଣସି ହିରୋଇନମାନଙ୍କ ପାଇଁ ଦେଖାଯାଇ ନାହିଁ ।

ତେଜାବ , ରାମ ଲଖନ , ପରିନ୍ଦା , ସାଜନ , ଖଲନାୟକ , ଦିଲ୍ଲ , ବେଟା , ହମ ଆପକେ ହେ କୋନ , ଦିଲ୍ଲ ତୋ ପାଗଲ ହେ , ଲଜ୍ଜା , ପୁକାର , ଦେବଦାସ ଭଳି ଚଳଚ୍ଚିତ୍ରରେ ମାଧୁରୀଙ୍କ ଅଭିନୟ ଲୋକମାନଙ୍କ ହୃଦୟ ଜିତି ନେଇଥିଲା । ଆମିରଙ୍କ ସହ ‘ ଦିଲ୍ଲ’ , ସଲମାନଙ୍କା ସହ ‘ ହମ ଆପକେ ହେ କୋନ ‘ , ଶାରୁଖଙ୍କ ଶା ‘ ଦିଲ୍ଲ ତୋ ପାଗଲ ହେ ‘ ସଫଳ ଚଳଚ୍ଚିତ୍ର ଦେଇଥିବା ମାଧୁରୀ ତାଙ୍କ ସମୟରେ ଅନେକ ବଡ଼ କଳାକାରଙ୍କ ସହ କାମ କରିଛନ୍ତି ।

ତାଙ୍କ ସମ୍ପର୍କର କାହାଣୀ କମ ବିଶେଷ ନଥିଲା । ସମୟ ଥିଲା ଯେତେବେଳେ ମଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଖବର ପ୍ରକାଶିତ ହେଉଥିଲା । ଚଳଚ୍ଚିତ୍ର ‘ ଥାନେଦାର ‘ ସେଟରେ ଦୁଇଜଣଙ୍କ ମଧ୍ୟରେ ଥିବା ଭଲପାଇବାକୁ ଦେଖାଇଥିଲା । କିନ୍ତୁ ଯେତେବେଳେ 1993 ରେ ସଞ୍ଜୟ ଦତ୍ତଙ୍କ ନାମ ମୁମ୍ବାଇ ବିସ୍ପୋରଣ ସହ ଜଡିତ ଥିବା ଦେଖି ମଧୁରୀ ତାଙ୍କ ସହ ଥିବା ସମସ୍ତ ସମ୍ପର୍କ ଭାଙ୍ଗି ଦେଇଥିଲେ ।

Leave a Reply

Your email address will not be published. Required fields are marked *