ମଙ୍ଗଳ ବାର ଦିନ ମହିଳା ମାନେ କରନ୍ତୁ ନାହିଁ ଏହି ୬ଟି…

ବନ୍ଧୁମାନେ କଳିଯୁଗରେ ହନୁମାନ ହେଉଛନ୍ତି କଳିଯୁଗର ଦେବତା।ଏମିତି ରେ ତାଙ୍କ ପୂଜା ପ୍ରତେକ ଦିନ କଲେ ମଧ୍ୟ ମଙ୍ଗଳବାର ଦିନ ସଙ୍କଟ ମୋଚନଙ୍କର ପୂଜାର ଦିନ ଅଟେ ତେଣୁ ଏହି ଦିନ ତାଙ୍କୁ ପୂଜା କରିବାର ବିଧି ରହିଛି।ସେ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଏବଂ ସଙ୍କଟକୁ ଦୂର କରିଥାନ୍ତି ତେଣୁ ତାଙ୍କ ନାମ ସଙ୍କଟ ମୋଚନ ରଖାଯାଇଛି। ସେ ସମସ୍ତ ସଙ୍କଟ,ପିଶାଚ,ରକ୍ଷସଠୁ ଆମକୁ ଦୂରେଇ ରଖନ୍ତି।ଏହି ଦିନ ଅର୍ଥାତ୍ ମଙ୍ଗଳବାର ଦିନ ହନୁମାନଙ୍କର ବିଶେଷ ପୂଜା କଲେ ବହୁତ୍ ଭଲ ଫଳ ମିଳେ।ତେଣୁ ଏହି ଦିନ ଭଗବାନଙ୍କୁ ସିଦୁର ଏବଂ ଲାଲ ଫୁଲ ଚଢ଼େଇବା ଦ୍ଵାରା ବିଶେଷ କୃପା ମିଳେ।ଏହିଦିନ ହନୁମାନଙ୍କୁ ଗୁଡ଼ ଏବଂ ଚଣାର ଭୋଗ ଲଗେଇବା ଉଚିତ୍ ।ଏହାପରେ ଆରତୀ କରିବା ବିଧେୟ।ଏଥିରେ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ଏବଂ ସମସ୍ତ ସଙ୍କଟ ଦୂର ହୋଇଥାଏ ।

ମଙ୍ଗଳବାର ହେଉଛି ହନୁମାନଙ୍କ ଜନ୍ମଦିନ ।ତେଣୁ ଏହି ଦିନ ତାଙ୍କୁ ପୂଜା କଲେ ସମସ୍ତ କଷ୍ଟ ସେ ଦୂର କରିଦିଅନ୍ତି।ମଙ୍ଗଳବାର ଦିନ ଗାଧେଇ ସାରିବା ପରେ ଗୋଟିଏ ବର ଗଛର ପତ୍ରକୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ।ଏହାକୁ କିଛି ସମୟ ପାଇଁ ହନୁମାନଙ୍କ ଆଗରେ ରଖନ୍ତୁ। ତାପରେ ଏହା ଉପରେ କେଶରେ ଜୟ ଶ୍ରୀରାମ ବୋଲି ଲେଖନ୍ତୁ।ଏହି ପତ୍ରକୁ ଆପଣ ନିଜ ପର୍ସରେ ରଖନ୍ତୁ।ଏପରି କଲେ ଆପଣଙ୍କ ପର୍ସରେ ପଇସା ଆସିବାକୁ ଲାଗେ।ପତ୍ର ଶୁଖିଗଲା ପରେ ତାହାକୁ ନଦୀରେ ଭସାଇ ନୂଆ ପତ୍ରରେ ଶ୍ରୀରାମ ବୋଲି ଲେଖି ସେଥିରେ ରଖନ୍ତୁ।ପକେଟ୍ ରେ ଟଙ୍କା ରୁହେ ବୋଲି ମାନା ଯାଇଥାଏ।

ଯେଉଁ ଲୋକର ମଙ୍ଗଳ ଗ୍ରହ ଖରାପ ଥାଏ ସେହି ଲୋକ ମସୁର ଡାଲି କିଛି ଗରିବ ଲୋକଙ୍କୁ ଦାନ ଦେବା ଉଚିତ୍।ଏହା ଦ୍ଵାରା ମଙ୍ଗଳ ଦୋଷ କମିଯାଏ ଏବଂ ଏହା ଛଡ଼ା ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ଆଗରେ ଦୀପ ଜାଳି ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣ ମାଲାମାଲ ହୋଇପାରିବେ।ଆସନ୍ତୁ ଜାଣିବା କେଉଁ ଜିନିଷ ମଙ୍ଗଳବାରରେ ହନୁମାନଙ୍କ ଉପାସନାରେ କରିବା ଅନୁଚିତ୍।ମନ୍ଦିରରେ ସବୁ ଲୋକ ନିଜ ନିଜର ଉପାସନା କରନ୍ତି

ମଙ୍ଗଳବାରଦିନ ଧ୍ୟାନ ରଖନ୍ତୁ କି ଶୌନ୍ଦର୍ଯ୍ୟ ଜାତୀୟ ଜିନିଷ କିଛି ବି କିଣନ୍ତୁ ନାହିଁ।ଏହା ଦ୍ଵାରା ପତି ପତ୍ନୀଙ୍କ ସମ୍ବନ୍ଧରେ ବିବାଦ ଆସେ।ଯଦି ଏହି ଜନିତ ସାମଗ୍ରୀ ଆପଣଙ୍କୁ କିଣିବାକୁ ଅଛି ତେବେ ସୋମବାର କିମ୍ବା ଶୁକ୍ରବାର କିଣି ପାରିବେ।ଏହି ଶୁକ୍ରବାର କିଣିଲେ ସୌଭାଗ୍ୟରେ ବୃଦ୍ଧି ହୁଏ। ମଙ୍ଗଳବାରରେ କ୍ଷୀରରେ ତିଆରି ମିଠା ବା ବର୍ଫି କିଣିବା ଅନୁଚିତ୍।କ୍ଷୀରକୁ ଚନ୍ଦ୍ରମାର କାରକ ବୋଲି କୁହାଯାଏ ତେଣୁ ମଙ୍ଗଳବାରରେ କ୍ଷୀର ଜାତୀୟ ଜିନିଷ କିଣିବା ଅନୁଚିତ୍।କେଶରରେ ବା ବୁନ୍ଦିର ଲଡୁ ଭୋଗ ଲଗାନ୍ତୁ।

ଭଲ ଦିନ ବା ଶୁଭ ଦିନରେ ଆମେ ମାଂସ ଓ ମଦ ସେବନ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ଭଗବାନଙ୍କ ଉପରେ ଭରସା କରେ ସେ ମଦ ମାଂସ ଆଦି ଖାଇବା ଅନୁଚିତ୍ ନଚେତ୍ ଖର୍ଚ୍ଚରେ ବୃଦ୍ଧି ହୋଇଥାଏ।ଘରେ ରୋଗ ଉତ୍ପନ୍ନ ହୁଏ।ଯଦି ମଙ୍ଗଳବାର ଦିନ ମନୁଷ୍ୟ ମଦ ମାଂସ ଆଦି ଖାଏ ତେବେ ତାହା ଭିତରେ କ୍ରୋଧ,ହିଂସା ଆଦି ଜାତ ହୁଏ।ଏଥିପାଇଁ ଏହି ସବୁ ଜିନିଷକୁ ମଙ୍ଗଳ ବାର ଦିନ ନିଷେଧ ବୋଲି ମାନା ଯାଇଥାଏ।ମଙ୍ଗଳବାର କଳା ଜିନିଷ କିନିପାରିବେ ହେଲେ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ । ଲାଲ ରଙ୍ଗର ବସ୍ତ୍ର ପିନ୍ଧିଲେ ଯଦି ଆପଣଙ୍କ ଜୀବନରେ ମଙ୍ଗଳ ଦୋଷ ଥାଏ ତେବେ ଆପଣଙ୍କ ଜୀବନରେ ଏହା କମ ହୋଇଯାଇଥାଏ।ଏହିଦିନ ଘରକୁ ଆପଣ ଲୁହା ଜିନିଷ ଆଣନ୍ତୁ ନାହିଁ।

ଗାଡି ବା କାର ଏହିଦିନ କିଣନ୍ତୁ ନାହିଁ। ଘରର ଉତ୍ତର ପୂର୍ବ ଜାଗାରେ କେବେବି ଆପଣ ଲୁହାର ଜିନିଷ ରଖନ୍ତୁ ନାହିଁ।ଏହା ଆପଣଙ୍କୁ ଅଶୁଭ ଫଳ ଦେଇଥାଏ।ଏହି ଦିନ ମୁଣ୍ଡ ଧୁଅନ୍ତୁ ନାହିଁ ଓ ନଖ, ନିଶ,ଦାଢ଼ି ବା ଚୁଟି ଆଦି କାଟନ୍ତୁ ନାହିଁ।ଏହା କଲେ ମକର ଦୋଷ ଲାଗିଥାଏ।ଏହି ଦିନ କରଜ ଦେବା ବା ନେବା ଅନୁଚିତ୍ କାରଣ ଏହି ଦିନ ବହୁତ୍ ଭାରିଦିନ ହୋଇଥାଏ।ତେଣୁ ଏହା କଲେ ଧନ ହାନି ହୋଇଥାଏ।ଏହି ଦିନ କରଜ ଆଣିଲେ ତାହା ସୂଜିବା କଷ୍ଟ ହୋଇଥାଏ । ତେଣୁ ଏହି ଦିନ ଆପଣ ପଇସାର ଦେବା ନେବା କରିବା ଅନୁଚିତ୍।

ପୂଜା ସମୟରେ ମଙ୍ଗଳ ବାରରେ ଆପଣ ଝୁଣା ଧୂପ ଦିଅନ୍ତୁ ନାହିଁ ନଚେତ୍ ଅଗ୍ନି ଦେବତା ରାଗି ଯାଆନ୍ତି।ମଙ୍ଗଳବାର ଦିନ ଝାଡୁ କିଣିବା ଶୁଭ ହୋଇଥାଏ।ଏହିଦିନ ଯଦି ଗଣେଶଙ୍କୁ ଆପଣ ତାଙ୍କ ପ୍ରିୟ ନାଲି ରଙ୍ଗର ଫୁଲ ଦିଅନ୍ତି ତେବେ ତାହା ଅତ୍ୟନ୍ତ ଲାଭ ହୋଇଥାଏ।ଯେଉଁମାନେ ଚିନ୍ତାରେ ବୁଡି ରହୁଛନ୍ତି ସେମାନେ ମଙ୍ଗଳ ବାର ଦିନ ୫ଟି ଲାଲ ଫୁଲ ନିଅନ୍ତୁ ତାକୁ ଛାତର ପୂର୍ବ ଦିଗରେ ରଖନ୍ତୁ ଏବଂ ତା ପରର ମଙ୍ଗଳ ବାର ଯାଏଁ ତାକୁ ଛୁଅନ୍ତୁ ନାହିଁ। ତାପର ମଙ୍ଗଳ ବାରରେ ଆପଣ ଫୁଲକୁ ମନ୍ଦିରରେ ରଖି ଦିଅନ୍ତୁ।ଆପଣଙ୍କ ଜୀବନରେ ଯାହା ବି ଚିନ୍ତା ଥିବ ତାହା ଦୁରେଇ ଯିବ।

ମଙ୍ଗଳବାର ଦିନ ଲାଲ ଚନ୍ଦନ,ଗୋଲାପ,ସିନ୍ଦୂର,ଲାଲ ବସ୍ତ୍ର,ଲାଲ ଫୁଲ,ମସୁର ଡାଲି,ଲାଲ ମରିଚ ଏବଂ ଲାଲ ପଥରର ଦାନ କରନ୍ତୁ।କୌଣସି ଦେବୀ ମନ୍ଦିରରେ ଲାଲ ବାନା ଚଢ଼ାନ୍ତୁ।ଏହାବି ଆପଣ ୫ମଙ୍ଗଳ ବାର କରନ୍ତୁ ଯଦି ଏପରି କରନ୍ତି ତେବେ ଆପଣଙ୍କର ସବୁ କାର୍ଯ୍ୟ ହେବ।ଏହି ଦିନ ହନୁମାନଙ୍କୁ ନଡ଼ିଆ ନିଶ୍ଚୟ ଚଢ଼ାନ୍ତୁ।ଏହିଦିନ ସୁନ୍ଦର କାଣ୍ଡର ପାଠ ବି କରନ୍ତୁ ଓ ହନୁମାନ ଚାଳିଶା ଓ ବଜ୍ର ବାଣ ପାଠ କରନ୍ତୁ।ଦେଖିବେ ଆପଣଙ୍କର ସମସ୍ତ ସଙ୍କଟ ଏବଂ ରୋଗ ଦୂରେଇ ଯିବ।

Leave a Reply

Your email address will not be published. Required fields are marked *