ଓଲଟା ମୁଣ୍ଡ ସହ ଜନ୍ମ ହେବା ଦେଖି ଡାକ୍ତର କହିଥିଲେ ୨୪ ଘଣ୍ଟା ଆ-ୟୁ-ଷ ,ଆଜି ୪୪ ବର୍ଷ ପରେ ବି ସଫଳ ବ୍ୟକ୍ତିତ୍ଵ,ଜାଣନ୍ତୁ ତାଙ୍କ ବିଷୟରେ

ଯେଉଁଠି ବିଜ୍ଞାନ ଫେଲମାରେ ସେଠି ଭଗବାନଙ୍କ ଚାମତ୍କାରିତା ହିଁ ବ୍ୟକ୍ତିକୁ ବଞ୍ଚେଇ ପରେ ବୋଲି କୁହାଯାଏ। ସେମିତି ଏକ ଚ-ମତ୍କା-ରି ଘ-ଟ-ଣା ବ୍ରାଜିଲରେ ଦେଖିବାକୁ ମିଳିଛି।ଏଠାରେ ଜଣେ ବ୍ୟକ୍ତି ଜନ୍ମ ହେବା ପରେ ତାଙ୍କ ଅବସ୍ଥା ଦେଖି ଡାକ୍ତର କହିଥିଲେ ଯେ ସେ ୨୪ ଘଣ୍ଟା ଭିତରେ ମ-ରିଯି-ବେ, ହେଲେ ଈଶ୍ୱରଙ୍କ ଚ-ମତ୍କା-ରି-ତା କୁହ କି ତାଙ୍କ ଭାଗ୍ୟ ଏବେ ସେ ୪୪ ବର୍ଷ ବୟସରେ ପହଞ୍ଚି ବା ସହ ସାର ଦୁନିଆରେ ବେଶ ଫେମସ ହୋଇଛନ୍ତି। ତେବେ ଏହି ବ୍ୟକ୍ତି ଜଣଙ୍କ ଶରୀର ସମ୍ପୂର୍ଣ୍ଣ ବକ୍ର ହେବା ସହ ତାଙ୍କ ମୁଣ୍ଡ ଓଲଟା ରହିଛି।

Google

ବ୍ୟକ୍ତିଙ୍କ ନାମ କ୍ଲାଉଡିଓ ଭେରା ଡେ ଅଲିଭେରା ବୋଲି ଜଣା ପଡ଼ିଛି।ବ୍ରାଜିଲର ମୋଣ୍ଟେ କାର୍ଲୋରେ ସେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମୁଣ୍ଡ ଏବଂ ସମଗ୍ର ଶରୀର ଗଠନ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଜନ୍ମରୁ ମୁଣ୍ଡ ଓଲଟପାଲଟ ରହିଥିବା ସହ ପୁରା ଶରୀର ବ-ଙ୍କା ହୋଇଯାଇଥିବାରୁ ଜନ୍ମ ବେଳେ ଡାକ୍ତରମାନେ ତାଙ୍କ ବ-ଞ୍ଚିବା-ର ଆଶା କମ ବୋଲି କହିଥିଲେ। ନ୍ୟୁୟର୍କ ପୋଷ୍ଟର ଏକ ରି-ପୋ-ର୍ଟ ଅନୁଯାୟୀ, କ୍ଲାଉଡିଓ ଭେରା ଡେ ଅଲିଭେରା ବର୍ତ୍ତମାନ ପେଶାରେ ଜଣେ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ମୋଟିଭେଶନାଲ ସ୍ପିକର ଭାବେ ବେଶ ପରିଚିତ ହୋଇଛନ୍ତି। ଅଲିଭେରାଙ୍କ ମା କହିଛନ୍ତି ଯେ ସେ ପିଲାଦିନରୁ ତାଙ୍କୁ ତାଙ୍କର ଅନ୍ୟ ପିଲାମାନଙ୍କ ପରି ଦେଖୁଥିଲେ ଏବଂ ତାଙ୍କୁ ନିଜ ଜୀବନ ବଞ୍ଚିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ଯେତେବେଳେ ଅଲିଭେରା ଜନ୍ମ ହୋଇଥିଲେ, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ଡାକ୍ତରମାନେ ତାଙ୍କ ମା’ଙ୍କୁ ପରାମର୍ଶ ଦେଇଥିଲେ ଯେ ତାଙ୍କୁ ଖାଇବା ପିଇବା ପାଇଁ ଦିଅନ୍ତୁ ନାହିଁ, କାରଣ ସେ ଅଧିକ ଦିନ ବଞ୍ଚିବେ ନାହିଁ। ଅଲିଭେରା କେବଳ ବିଦ୍ୟାଳୟ ନାହିଁ, ବିଶ୍ୱବିଦ୍ୟାଳୟ ସ୍ତରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ ଏବଂ ସେ ଏବେ ଜଣେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

Google

ଅଲିଭେରା ସାଧାରଣ ଲୋକ ଭଳି ଟିଭି ଦେଖିବା, ଫୋନ୍ ଚଲାଇବା ସହ ଅନ୍ୟ ସମସ୍ତ କାର୍ଯ୍ୟ କରନ୍ତି।ଅଲିଭେରା ଆଜି ତାଙ୍କର ପ୍ରେରଣା ଦାୟକ ବକ୍ତବ୍ୟ ଓ କାମ ପାଇଁ ଲୋକଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇଛନ୍ତି। ସେ କିଛି ପୁସ୍ତକ ଲେଖିଥିବାର ମଧ୍ୟ ଜଣା ପଡ଼ିଛି। ଅଲିଭେରାଙ୍କ ସଫଳତାରେ ତାଙ୍କ ପରିବାର ଲୋକ ବହୁତ ଖୁସି ଥିବା କୁହନ୍ତି।

Leave a Reply

Your email address will not be published. Required fields are marked *