ପୋଲିସଙ୍କୁ କଲ କରି କହିଲେ – ପ୍ରେମିକା ସହ ଝଗଡା ହୋଇଛି, ଅଧା ଘଣ୍ଟା ମଧ୍ୟରେ ନିଜକୁ ମାରିଦେବି, ଏବଂ ତାପରେ

ଆ-ତ୍ମ-ହ-ତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ । କିନ୍ତୁ ସମସ୍ୟା ଆସିବାପରେ ସମସ୍ତଙ୍କୁ ଏହା ଏକ ସହଜ ସମାଧାନ ଲାଗିଥାଏ । ଯେତେବେଳେ କୌଣସି ବ୍ୟକ୍ତି ମନରେ ଆତ୍ମହତ୍ୟା କରିବାର ଉଦ୍ୟମ ଆସିଥାଏ ନିକଟରେ ଥିବା ଲୋକ ତାଙ୍କର ଏହି ଭାବନାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତି । ତେଣୁ ସେମାନେ ସେହି ବ୍ୟକ୍ତି ସହ ବାର୍ତ୍ତାଳାପ କରି ତାଙ୍କୁ ଘଣ୍ଟା ଘଣ୍ଟା ଧରି ବୁଝାନ୍ତି । କିନ୍ତୁ ମୁମ୍ବାଇ ପୋଲିସ ପାଖକୁ ଯେତେବେଳେ ଆତ୍ମହତ୍ୟାର ଉଦ୍ୟମ କରୁଥିବା ଏକ ବ୍ୟକ୍ତିର ଫୋନ ଆସିବା ପରେ ଏପରି କିଛି ହୋଇଥିଲା ଯେ ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

ମୁମ୍ବାଇ ପୋଲିସଙ୍କୁ ଗତ ଗୁରୁବାର ଦିନ ଏକ ଫୋନ ଆସିଥିଲା ଯେ ତାର ନିଜ ପ୍ରମିକା ସହ ଝଗଡା ହୋଇଛି ଏବଂ ସେ ଅଧ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିବ । ଏହା ଶୁଣି ପୋଲିସ ହଠାତ ନିଜର ଏକ ଦଳକୁ ତାଙ୍କ ପାଖକୁ ପଠାଇଥିଲା । କିନ୍ତୁ ଯେତେବେଳେ ପୋଲିସ ତାଙ୍କ ପାଖରେ ପହଞ୍ଚିଥିଲା ସେ କହିଥିଲେ ଯେ ତାଙ୍କ mood change ହୋଇଯାଇଛି। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲେ । ସେମାନେ କିଛି ବୁଝି ପାରିନଥିଲେ ।

ଏହି ଅଦ୍ଭୁତକର ଘଟଣା ମୁମ୍ବାଇର କାନ୍ଦିବଲୀର ଅଟେ । ଏକ ମିଡ଼ିଆ ରିପୋର୍ଟ ଅନୁସାରେ ଏଠାରେ ରହୁଥିବା ଏକ ବ୍ୟକ୍ତି ଗୁରୁବାର ଦିନ ପୋଲିସଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ପ୍ରେମିକାଙ୍କ ସହ ଝଗଡ଼ା ହୋଇଛି ଏବଂ ସେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି । ଫୋନ କରିଥିବା ବ୍ୟକ୍ତି କାନ୍ଦିବାଲୀର ବାସିନ୍ଦା ଦିନେଶ ଗୁପ୍ତା ଅଟନ୍ତି । ସେ ସକାଳ 11 ଟା ସମୟରେ ପୋଲିସଙ୍କୁ କଲ କରି ନିଜ ଜୀବନକୁ ସମାପ୍ତ କରିବା କଥା କହିଥିଲେ । ତାଙ୍କ କହିବା ଅନୁସାରେ ତାଙ୍କ ପ୍ରେମିକାଙ୍କ ସହ କିଛି ଠିକ ଚାଲୁନଥିଲା ।

ଏହାପରେ ପୋଲିସ active ହୋଇ 15 ଜଣ କର୍ମଚାରୀଙ୍କୁ ଏକ ଟିମ କରି ବ୍ୟକ୍ତିଙ୍କ ପାଖକୁ ପଠାଇଥିଲେ। ଏହାପରେ ତାଙ୍କୁ ଟ୍ରାକ କରି ତାଙ୍କ ଘରେ ପହଞ୍ଚି ତାଙ୍କ ସହ ବାର୍ତ୍ତାଳାପ କରିଥିଲେ । ଯଦିଓ ବ୍ୟକ୍ତି କହିଥିଲେ ଯେ ତାଙ୍କ mood change ହୋଇଯାଇଛି ଏବଂ ସେ ଆତ୍ମହତ୍ୟା କରିବେନାହିଁ ।

କାନ୍ଦିବାଲୀ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ କନ୍ଦାରଗାଁଓକର କହିଥିଲେ ଯେ ବ୍ୟକ୍ତି ଫୋନରେ ଆତ୍ମହତ୍ୟା କରିବା କଥା କହୁଥିଲେ । ଏହାପରେ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା ଯେ ସେହି ବ୍ୟକ୍ତିଙ୍କୁ ଠାବ କରି ତାଙ୍କର କାଉଁସିଲିଂ କରିବାକୁ । କିଛି ସମୟ ପରେ ଯେତେବେଳେ ସେମାନେ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲେ ସେ କହିଥିଲେ ଯେ ସେ ନିଜ ପ୍ରେମିକାଙ୍କ ସହ ସମସ୍ୟା ସମାଧାନ କରିସାରିଛନ୍ତି ଏବଂ ବର୍ତ୍ତମାନ ସେ ଆତ୍ମହତ୍ୟା କରିବେନାହିଁ।

ସେ ମଧ୍ୟ ପୋଲିସଙ୍କୁ କହିଥିଲେ ଯେ ସେ ଅଫିସ ଯିବେ ଏବଂ ତାଙ୍କ ଚିନ୍ତା ନ କରିବାକୁ ସେ ମଧ୍ୟ ପୋଲିସଙ୍କୁ କହିଥିଲେ । ଥାନାର ଏକ ରେକର୍ଡରେ ଏହି ଘଟଣାର ବିବରଣୀ ଲେଖାଯାଇଛି। ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ କମେଣ୍ଟ କରି କୁହନ୍ତୁ ? ଯଦି ଆପଣଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ଆସୁଛି ତେବେ ଏହାକୁ ଭୁଲିଯାଆନ୍ତୁ ।

Leave a Reply

Your email address will not be published. Required fields are marked *