ପ୍ରୋପୋଜ କରିବାର ଏପରି ଉପାୟ ଆପଣ ଆଜି ପର୍ଯ୍ୟନ୍ତ ବି ଦେଖି ନଥିବେ ?

ଟ୍ୱିଟର ରେ ଏହି ଭିଡ଼ିଓ କୁ ‘ Fred Schultz ‘ ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ଭିଡ଼ିଓ ସହିତ ଖୁବ ମଜାଦାର କ୍ୟାପଶନ ମଧ୍ୟ ଲେଖା ଯାଇଛି । ଏବେ ଏହି ଭିଡ଼ିଓ ଦ୍ରୁତ ବେଗରେ ଭାଇରଲ ହେଉଛି ଏବଂ ଖବର ଲେଖା ଯିବା ପୂର୍ବରୁ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ସୋସିଆଲ ମିଡିଆରେ ପ୍ରତିଦିନ ପ୍ରାୟ କୌଣସି ନା କୌଣସି ଭିଡ଼ିଓ ଭାଇରଲ ହୋଇଥାଏ । ଏଥିରେ କିଛି ଭିଡ଼ିଓ ହସାଇବା ବାଲା ଭିଡ଼ିଓ ହୋଇଥାଏ ଏବଂ ଆଉ କିଛି ଆଶ୍ଚର୍ଯ୍ୟ କରୁଥିବା ଭଳି ଭିଡ଼ିଓ ହୋଇଥାଏ । ପୁଣି ଆଉ କିଛି ଭିଡ଼ିଓ ଲୋକଙ୍କୁ ଭଲ ଶିକ୍ଷା ଦେଇ ଯାଇଥାଏ । ଏହି ପରିପ୍ରେକ୍ଷୀରେ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କୁ ହସ ବି ଲାଗିବ ଏବଂ ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । କାରଣ ପ୍ରୋପୋଜ କରିବାର ସ୍ୱତନ୍ତ୍ର ଉପାୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ର ଚର୍ଚ୍ଚା ହେଉଛି ଏବଂ କମେଣ୍ଟ ଜରିଆରେ ଲୋକେ ମଜା ନେଉଛନ୍ତି ।

ଏହା ତ ଆମେ ସମସ୍ତେ ଜାଣିଛୁ ଯେ ପ୍ରୋପୋଜ କରିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣେଇ ଥାନ୍ତି । କିଛିକୁ ଦେଖି ଭଲ ଲାଗିଥାଏ ତ ଆଉକିଛି କୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ । ସୋସିଆଲ ମିଡିଆରେ ମଧ୍ୟ ଅନେକ ଥର ଏହି ପ୍ରକାରର ଭିଡ଼ିଓ ସେୟାର କରାଯାଇଥାଏ । କିନ୍ତୁ ପ୍ରୋପୋଜ କରିବାର ଏବେ ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି ତାହାକୁ ଦେଖି ଲୋକେ ନିଜର ହସକୁ ଅଟକାଇ ପାରି ନାହାଁନ୍ତି । ଯେପରିକି ଆପଣ ଭିଡ଼ିଓ ରେ ଦେଖି ପାରୁଥିବେ ଯେ ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡ କୁ ପ୍ରୋପୋଜ କରିବା ପାଇଁ ସମୁଦ୍ର କୂଳକୁ ନେଇ ଯାଇଛି । ସାଥୀରେ ଜଣେ ଫୋଟଗ୍ରାଫର ମଧ୍ୟ ଅଛି । ଯେପରି ଭାବରେ କପଲ ସମୁଦ୍ର ଦିଗକୁ ବଢ଼ୁଛନ୍ତି , ଦୃଶ୍ୟ ଖୁବ ମଜାଦାର ହେବାରେ ଲାଗିଛି । ଫୋଟୋଗ୍ରାଫର ଅନେକ ଥର ପଡ଼ି ଯାଇଛି ମଧ୍ୟ ଏବଂ ଖୁବ ମଜାଳିଆ ଅନ୍ଦାଜ ରେ ବ୍ୟକ୍ତି ଜଣକ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ପ୍ରପୋଜ କରିଥାଏ ।

ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ :-

https://twitter.com/fred035schultz/status/1392138040500494340?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392138040500494340%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fman-propose-to-unique-way-funny-video-goes-to-viral-651763.html

ଭିଡ଼ିଓ କୁ ଦେଖି ନିଶ୍ଚିତ ଭାବରେ ଆପଣଙ୍କୁ ମଧ୍ୟ ମଜା ଆସୁଥିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ରେ ଏହି ଭିଡ଼ିଓ କୁ ‘ Fred Schultz ‘ ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ଭିଡ଼ିଓ ସହିତ ଖୁବ ମଜାଦାର କ୍ୟାପଶନ ମଧ୍ୟ ଲେଖା ଯାଇଛି । ଏବେ ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଏବଂ ଏହାକୁ ଖବର ଲେଖା ଯିବା ପୂର୍ବରୁ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଯେଉଁଠି ୧୨ ହଜାର ଲୋକ ଏହି ଭିଡ଼ିଓ କୁ ପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଭିଡ଼ିଓ ଉପରେ ଲୋକେ ଖୁବ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି ।

https://twitter.com/fred035schultz/status/1392138040500494340?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392138633415639047%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fman-propose-to-unique-way-funny-video-goes-to-viral-651763.html

https://twitter.com/fred035schultz/status/1392138040500494340?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392139478144323594%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fman-propose-to-unique-way-funny-video-goes-to-viral-651763.html

https://twitter.com/fred035schultz/status/1392138040500494340?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1392140646903861250%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fman-propose-to-unique-way-funny-video-goes-to-viral-651763.html

Leave a Reply

Your email address will not be published. Required fields are marked *