ଏଥର ଦୁଇଟି ଶୁଭ ଯୋଗରେ ମାସିକ ଶିବରାତ୍ରି ପଡୁଛି । ଏହି ପଦ୍ଧତିରେ ପୂଜା କଲେ ବିଶେଷ ଫଳ ମିଳିବ

9 ମେ 2021 ରବିବାର ଦିନ ମାସିକ ଶିବରାତ୍ରି ପଡୁଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଦେଖିବାକୁ ଗଲେ ପ୍ରତିମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶ ତିଥିରେ ମାସିକ ଶିବରାତ୍ରି ଉପାସନା କରାଯାଏ । ମାସିକ ଶିବରାତ୍ରିକୁ ଏକ ବିଶେଷ ମହତ୍ତ୍ୱ ବୋଲି କୁହାଯାଏ । ଏହି ଦିନରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ବିଧି ଅନୁସାରେ ପୂଜା କରାଯାଏ । ଏଭଳି ବିଶ୍ୱାସ କରାଯାଏ କି ଏହି ଦିନରେ ମାତା ପାର୍ବତୀଙ୍କ ସହ ଶିବଙ୍କୁ ପୂଜା କଲେ , ସେମାନଙ୍କ ଆଶୀର୍ବାଦ ସର୍ବଦା ବ୍ୟକ୍ତି ଉପରେ ରହିଥାଏ । ଯାହାଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୁର ହୋଇଯାଏ ।

ଶାସ୍ତ୍ର ଅନୁସାରେ ଏହି ମାସ ଶିବରାତ୍ରିକୁ ବହୁତ ଶୁଭ ବୋଲି କୁହାଯାଉଛି । ଏହି ଶିବରାତ୍ରି ଅପଣନଙ୍କୁ ଶୁଭ ଫଳ ପ୍ରଦାନ କରିବ କାରଣ ବୈଶାଖ ମାସର ଶିବରାତ୍ରିରେ ଦୁଇଟି ଶୁଭ ଯୋଗର ନିର୍ମାଣ ହେଉଛି । ଯଦି ଆପଣ ଏହି ଶୁଭ ଯୋଗରେ ଭଗବାନ ଶିବଙ୍କ ପୂଜା କରନ୍ତି ତାହେଲେ ଆପଣଙ୍କୁ ବିଶେଷ ଫଳ ମିଳିବ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଶିବରାତ୍ରିର ଶୁଭ ମୁହୂର୍ତ୍ତ , ପୂଜା ପଦ୍ଧତି ଏବଂ ଏହାର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ ।

ମାସିକ ଶିବରାତ୍ରି ପୂଜା ଶୁଭ ମୁହୂର୍ତ୍ତ :

ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ଆରମ୍ଭ – 9 ମେ ରବିବାର ସନ୍ଧ୍ୟା 07:30 ଘଟିକା ସମୟରେ ।
ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ସମାପ୍ତ – 10 ମେ ସୋମବାର ସନ୍ଧ୍ୟା 09:55 ଘଟିକା ସମୟରେ ।

ଶିବରାତ୍ରିରେ ଏହି ଶୁଭ ଯୋଗର ନିର୍ମାଣ ହେଉଛି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସିକ ଶିବରାତ୍ରିରେ ପ୍ରୀତି ଏବଂ ଆୟୁସ୍ମାନ ଯୋଗ ନିର୍ମାଣ ହେଉଛି । ଏହି ଉଭୟ ଯୋଗକୁ ଶୁଭ ବୋଲି କୁହାଯାଏ । ଯଦି ଆପଣ ଏହି ଯୋଗରେ କୌଣସି କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ସଫଳତା ମିଳିବ । ଆପଣଙ୍କୁ ଜଣାଇଦେଉଛୁ ଯେ ମାସିକ ଶିବରାତ୍ରି ଦିନ ଅର୍ଥାତ 9 ମେ ସନ୍ଧ୍ୟା 8:43 ଘଟିକା ପର୍ଯ୍ୟନ୍ତ ପ୍ରୀତି ଯୋଗ ରହିବ , ଏହାପରେ ଆୟୁସ୍ମାନ ଯୋଗ ଆରମ୍ଭ ହେବ ।

ମାସିକ ଶିବରାତ୍ରି ପୂଜା ପଦ୍ଧତି :

ଯେଉଁ ଭକ୍ତମାନେ ମାସିକ ଶିବରାତ୍ରି ପୂଜା କରୁଛନ୍ତି , ସେମାନେ ଏହି ଦିନ ସୂର୍ଯ୍ୟଉଦୟ ପୂର୍ବରୁ ଉଠି ସ୍ନାନ ଆଦିରୁ ନିବୃତ ହେବା ଉଚିତ ।
ଏହାପରେ ଆପଣ ଭଗବାନ ଶିବଙ୍କର କୌଣସି ମନ୍ଦିରକୁ ଯାଇ ଶିବଙ୍କ ସହ ପୁରା ପରିବାର ମାତା ପାର୍ବତୀ , ଗଣେଶ , କାର୍ତ୍ତିକ ଏବଂ ନନ୍ଦୀଙ୍କର ପୂଜା କରନ୍ତୁ ।
ଆପଣ ପୂଜା ସମୟରେ ଶିବଲିଙ୍ଗ ଜଳ ,ଶୁଦ୍ଧ ଘିଅ , କ୍ଷୀର , ଚିନି , ମହୁ ଏବଂ ଦହିରେ ଅଭିଷେକ ମଧ୍ୟ କରିପାରିବେ ।
ବର୍ତ୍ତମାନ ଆପଣ ଶିବଲିଙ୍ଗରେ ବେଲପତ୍ର , ଧୁତୁରା ଅର୍ପଣ କରିପାରିବେ ।
ଏହାପରେ ଆପଣ ଧୂପ -ଦୀପ , ଫଳ ଏବଂ ପୁଷ୍ପ ଆଦିରେ ଶିବଙ୍କୁ ପୂଜା କରିପାରିବେ ।
ଯଦି ଆପଣ ଏହି ଦିନ ଶିବପୁରାଣ , ଶିବସ୍ତୁତି , ଶିବଚାଳିଶା , ସିବାସ୍ତକ ଏବଂ ଶିବଶ୍ଳୋକ ପାଠ କରନ୍ତି , ତାହେଲେ ଆପଣଙ୍କୁ ଶୁଭ ଫଳ ମିଳିବ ।

ଶିବରାତ୍ରିର ଉପାସନା କରୁଥିବା ଭକ୍ତମାନଙ୍କୁ ମନେ ରଖିବା ଉଚିତ ଯେ ସନ୍ଧ୍ୟାରେ ପୂଜା କରିବା ପରେ ସେମାନେ ଫଳ ଖାଇ ପାରିବେ, କିନ୍ତୁ କୋୖଣସି ପ୍ରକାର ଖାଦ୍ୟ ଗ୍ରହଣ କରିବେ ନାହିଁ । ଆପଣ ଶିବରାତ୍ରିର ପରଦିନ ସକାଳେ ଉଠି ଭଗବାନ ଶିବଙ୍କୁ ପୂଜା କରି ପରେ ଦାନ ଦେବା ପରେ ବ୍ରତ ଉପବାସ କରିପାରିବେ ।

ମାସିକ ଶିବରାତ୍ରିର ମହତ୍ତ୍ୱ :

ଶାସ୍ତ୍ର ଅନୁସାରେ ମାସିକ ଶିବରାତ୍ରିକୁ ଶୁଭ ରୂପରେ ଗ୍ରହଣ କରାଯାଉଛି । ଏହା କୁହାଯାଏ କି ମାସିକ ଶିବରାତ୍ରି କରିବା ଦ୍ୱାରା ସମସ୍ତ ପ୍ରକାରର ବିବାହ ସମସ୍ୟା ଦୁର ହୋଇଯାଏ । କେବଳ ସେତିକି ନୁହେଁ ବରଂ ସମସ୍ତ କଷ୍ଟକୁ ମଧ୍ୟ ଦୁର କରିଥାନ୍ତି ଭଗବାନ । ତାଙ୍କ କୃପା ଯୋଗୁଁ ଭକ୍ତମାନଙ୍କ ସମସ୍ୟା ଶୀଘ୍ର ଦୂର ହୋଇଯାଏ । ଯଦି ଏହି ଦିନରେ ବିଧି ଅନୁସାରେ ଶିବଙ୍କୁ ପୂଜା କରାଯାଏ ତାହେଲେ ଇଚ୍ଛା ପୁରଣ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ ।

Leave a Reply

Your email address will not be published. Required fields are marked *