୫ବର୍ଷର ଝିଅକୁ ୫୦୦ଟଙ୍କାରେ ବିକ୍ରି କରି ଦେଉଥିଲେ ମାଆ, ନିଜକୁ ପ୍ରଥମେ ୪୦ହଜାରରେ ବିକ୍ରି କରି ଥିଲେ।

ଟଙ୍କାର ଆବଶ୍ୟକତା କିମ୍ବା ଲୋଭ ଏହି ଦୁଇଟି ଯାକ କଥା ମନୁଷ୍ୟକୁ ତଳକୁ ଖସିବା ପାଇଁ ବାଧ୍ୟ କରି ଦେଇଥାଏ। ବର୍ତମାନ ଉତ୍ତରପ୍ରଦେଶ ମଥୁରାର ଏହି ଘଟଣାକୁ ହିଁ ଦେଖି ନିଅନ୍ତୁ। ଏଠାର ଜଣେ ମହିଳା ପ୍ରଥମେ ନିଜକୁ ୪୦ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ ଏବଂ ପୁଣି ନିଜ ଛୁଆକୁ କେବଳ ୫୦୦ଟଙ୍କାରେ ବିକ୍ରି କରିବା ପାଇଁ ଚେଷ୍ଟା କରିବାକୁ ଲାଗିଥିଲେ। ହେଲେ ଯେତେବେଳେ ବାଳ କଲ୍ୟାଣ ସମିତି ଏବଂ ମଥୁରା ପୋ-ଲି-ସଙ୍କୁ ଏହି କଥା ବିଷୟରେ ଜଣା ପଡିଥିଲା ତ ପୋ-ଲି-ସ ମହିଳାଙ୍କର ଦୁଇ ଝିଅଙ୍କୁ ମହିଳାଙ୍କ ଠାରୁ ଛଡେଇ ସରକାରୀ ବାଳ ଆଶ୍ରମ ଗୃହକୁ ପଠାଇ ଦେଇଥିଲେ। ଆସନ୍ତୁ ଏହି ପୂରା ଘଟଣାକୁ ଆଉ ଟିକିଏ ବିସ୍ତାର ଭାବରେ ଜାଣିବା।

ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ନରେନ୍ଦ୍ର ପରିହାରଙ୍କ ଅନୁସାରେ ଆମକୁ ଶନିବାର ଦିନ ସନ୍ଧ୍ୟା ଫ୍ରି ନମ୍ବର 1098ରୁ ଗୋଟିଏ କଲ ଆସିଥିଲା। ଆମକୁ ଜଣା ଯାଇଥିଲା କି ରାଜବୀର କୌର ନାମକ ଜଣେ ମହିଳା ନିଜର ଛୋଟ ଝିଅକୁ କେବଳ ୫୦୦ଟଙ୍କା ରେ ବିକ୍ରି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆମେ ତିନିଜଣ ସଦସ୍ୟରେ ଗୋଟିଏ ଟିମ ଗଠନ କରିଥିଲୁ ଏବଂ ସେମାନଙ୍କୁ ଘଟଣା ସ୍ଥଳକୁ ତଦ-ନ୍ତ କରିବା ପାଇଁ ପଠାଇ ଦେଇଥିଲୁ। ଆମ ଟୀମ ବହୁତ ଶୀଘ୍ର ହିଁ ଆରୋ-ପୀ ମହିଳା ରାଜବୀର କୌରଙ୍କୁ ଥା-ନାକୁ ନେଇ ଯାଇଥିଲେ।

ଯେତେବେଳେ ମହିଳାଙ୍କ ସହିତ ପଚରାଉଚରା ହୋଇଥିଲା ଏବଂ ଆଗକୁ ଯାଞ୍ଚ କରାଯାଇଥିଲା ତ ଆହୁରି ଅନେକ ଖୁଲାସା ହୋଇଥିଲା।ମହିଳାଙ୍କ ବ୍ୟାଗରୁ କିଛି ମୋବାଇଲ ନମ୍ବର ମିଳିଥିଲା। ଯେତେବେଳେ ପୋ-ଲି-ସ ଏହି ନମ୍ବରକୁ ମିଶାଇ ଥିଲେ ତ ଗୋଟିଏ କଲ ଜସ୍ସା ସିଂହ ନାମକ ବ୍ୟକ୍ତିଙ୍କ ପାଖକୁ ଲାଗିଥିଲା। ପଞ୍ଜାବରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ କହିଥିଲେ କି ତାଙ୍କ ସ୍ତ୍ରୀ ପୂର୍ବ ଚାରି-ପାଞ୍ଚ ମାସରୁ ଛୁଆଙ୍କ ସହିତ ନିଖୋଜ ଅଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ମୁଁ ମହିଳା ଏବଂ ତାଙ୍କର ୭ବର୍ଷର ବଡ଼ ଝିଅକୁ ସାତବର୍ଷ ପୂର୍ବରୁ ୪୦,୦୦୦ ଟଙ୍କାରେ କିଣିଥିଲି।

ପୋ-ଲି-ସ-ଙ୍କ ଅନୁସାରେ ମହିଳାଙ୍କ ସ୍ବାମୀ ଜସ୍ସା ସିଂହ ତଦ-ନ୍ତ ପାଇଁ ମଥୁରାକୁ ଆସିଛନ୍ତି। ପୋ-ଲି-ସ ଏହି କେସକୁ ମାନବ ତସ୍କରୀ ଦୃଷ୍ଟିକୋଣରୁ ମଧ୍ୟ ଦେଖୁଛନ୍ତି। ହେଲେ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ହୋଇ ନାହିଁ। ମହିଳା ଜଣଙ୍କ ନିଜକୁ କେଉଁ କାରଣ ଯୋଗୁଁ ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ଏହା ତ-ଦ-ନ୍ତ ପରେ ହିଁ ଜଣା ପଡ଼ିବ। ସେଠାରେ ବାଳ କଲ୍ୟାଣ ସମିତିର ସଦସ୍ୟ ସ୍ନେହଲତା ଚତୁବେର୍ଦୀଙ୍କର କହିବା କଥା ହେଉଛି କି ଆମେ ଏହି ଘଟଣାର ତ-ଦ-ନ୍ତ କରୁଛୁ। ଯଦି କେହି ଦୋଷୀ ମିଳିବେ ତାହେଲେ ତାଙ୍କ ବିରୁ-ଦ୍ଧରେ ଆଇନଗତ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ।

ସେଠାରେ ପୋ-ଲି-ସ ମହିଳାଙ୍କ ଦୁଇ ଝିଅଙ୍କର ପ୍ରଥମେ କୋଭିଡ-୧୯ ଟେଷ୍ଟ କରିଥିଲେ। ଯେତେବେଳେ ରି-ପୋ-ର୍ଟ ନେଗେଟିଭ ଆସିଥିଲା ତ ଦୁଇ ଝିଅଙ୍କୁ ବାଳ ଆଶ୍ରୟ ଗୃହକୁ ପଠାଇ ଦିଆଯାଇଥିଲା। ଆଶା କରାଯାଉଛି କି ଦୁଇ ଝିଅଙ୍କର ଭବିଷ୍ୟତ ବର୍ତ୍ତମାନ ନଷ୍ଟ ହେବ ନାହିଁ। ଏହା ବହୁତ ଦୁଃଖର କଥା ଅଟେ କି ଜଣେ ମାଆ ନିଜର ଫୁଲ ପରି କୋମଳ ଝିଅକୁ କେବଳ ୫୦୦ଟଙ୍କାରେ ବିକ୍ରି କରିପାରେ।

ଏହାଛଡା ଏହି ପୂରା ଘଟଣା ଉପରେ ଆପଣଙ୍କର କଣ ମତ ରହିଛି?

Leave a Reply

Your email address will not be published. Required fields are marked *