କିପରି ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ତାହା ଆସନ୍ତୁ ଜାଣିବା

ଓଡ଼ିଆ ବର୍ଷର ବାରମାସ ଭିତରୁ ଏକାଦଶ ମାସ ଫାଲ୍ଗୁନ ମାସ। ଏହି ମାସରେ ଚନ୍ଦ୍ରମା ଉତ୍ତରଭାଦ୍ରା ନକ୍ଷତ୍ରରେ ରହିଥାନ୍ତି। ଏହି ସମୟରେ ଆପଣ ସୂର୍ଯ୍ୟ ଦେବତାଙ୍କ ସହ ଶିବଙ୍କୁ ପୂଜା କଲେ ଆପଣଙ୍କୁ ଶୁଭଫଳ ମିଳିଥାଏ। ଏହି ମାସରେ ପୂଜାକଲେ ଆପଣଙ୍କର ସମସ୍ତ ଯନ୍ତ୍ରଣା ଦୁର ହୋଇଯାଇଥାଏ।

ଶିବଙ୍କ ବିଷୟରେ ଶାସ୍ତ୍ରରେ କୁହାଯାଇଛି ଯେ:

ଶାସ୍ତ୍ରରେ ଭଗବାନ ଶିବଙ୍କର ପୂଜା କରିବାର ବିଦ୍ଧି ବର୍ଣ୍ଣନା କରାଯାଇଛି। ସେ ସମସ୍ତ ଦେବତାଙ୍କର ପୂଜନୀୟ। ପୃଥିବୀରୁ ନେଇ ଆକାଶ ଓ ଜଳରୁ ନେଇ ଅଗ୍ନି ଯାଏଁ ଭଗବାନ ଶିବ ବିରାଜିତ ଅଛନ୍ତି। ସେ ଭକ୍ତଙ୍କର ଅଳ୍ପ ଭକ୍ତି ଓ ଶ୍ରଦ୍ଧା ରେ ସନ୍ତୁଷ୍ଟ ହୋଇଯାଆନ୍ତି। ତାଙ୍କୁ ଆଦି ଓ ଅନନ୍ତ ମଧ୍ୟ କୁହାଯାଇଛି।

ଭଗବାନ ଶିବଙ୍କୁ କେଉଁ କେଉଁ ଜିନିଷ ଅର୍ପିତ କରିବା:

ଆପଣ ଜାଣିଥିବେ, ଭଗବାନ ଶିବଙ୍କ ପୂଜାରେ ବେଲପତ୍ର, ଭାଙ୍ଗ, ଗଞ୍ଜେଇ ଆଦି ମୁଖ୍ୟ ଅଟେ। ସେହିଭଳି କିଛି ଜିନିଷ ଅଛି ଯାହା ଭଗବାନ ଶିବଙ୍କ ପାଖରେ ଲଗାଯାଇପାରିବ ନାହିଁ। ଯାହା ଆପଣଙ୍କୁ ଜାଣିବା ଅତି ଆବଶ୍ୟକ। ସେଗୁଡ଼ିକ ହେଲା ହଳଦୀ, ତୁଳସୀ, କୁଂକୁମ, ସିନ୍ଦୁର, କେତକୀ ଫୁଲ ଓ ତିଳକ ଆଦି। ଶିବଙ୍କୁ କେବଳ ଆପଣ ଚନ୍ଦନ ହିଁ ଦେଇପାରିବେ। ଆପଣ ଶିବଙ୍କ ପାଖରେ ଶଙ୍ଖର ଜଳ କିମ୍ବା ଶଙ୍ଖ ବଜାଇବେ ନାହିଁ। ନଡ଼ିଆ ମାତାଲାଷ୍ମୀଙ୍କର ସ୍ୱରୂପ ମାନିବାରୁ ତାର ଜଳରେ କେବେହେଲେ ପ୍ରଭୁ ଶିବଙ୍କୁ ଅଭିଷେକ କରିବେ ନାହିଁ।

କେଉଁ ଜିନିଷ ଶିବଙ୍କୁ ଅର୍ପିତ କଲେ ଆପଣଙ୍କ କଷ୍ଟ ଦୁର ହୋଇଯିବ:

ଯଦି ଆପଣ ଏହି ଜିନିଷ ଭଗବାନ ଶିବଙ୍କ ପାଖରେ ଅର୍ପିତ କରନ୍ତି, ତେବେ ଆପଣଙ୍କୁ ମାନ ସମ୍ମାନ, ସୁଖ ସମୃଦ୍ଧି, ମନକୁ ଶାନ୍ତି ଇତ୍ୟାଦି ମିଳିଥାଏ। ସେହି ଜିନିଷ ଗୁଡ଼ିକ ହେଲା, ଚନ୍ଦନ, ଦୁର୍ଦୁରା ଫୁଲ ଆଦି। ଆପଣଙ୍କ ଜୀବନରେ ଶତ୍ରୁ କିମ୍ବା କଷ୍ଟ ବଡ଼ିଗଲେ ଆପଣଙ୍କୁ ଏକ କୁମ୍ଭରେ କଳାରାଶିର ମଞ୍ଜି ସହ ଜଳ ମିଶାଇ ଶିବଙ୍କୁ ଅର୍ପିତ କରନ୍ତୁ। ଯାହାଫଳରେ ଆପଣଙ୍କ କଷ୍ଟ ଦୁରହୋଇଯିବ। ଆପଣଙ୍କ ରାଶିରେ ବୁଧ ଗ୍ରହ ଅଶାନ୍ତ ଥିଲେ ଭଗବାନ ଶିବଙ୍କୁ ମୁଗ ଅର୍ପଣ କରନ୍ତୁ।

ଯଦି ଆପଣ ଭଗବାନ ଶିବଙ୍କୁ ଗୁଡ଼, ଗଞ୍ଜେଇ ଅର୍ପିତ କରିବେ, ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବଡ଼ିଯିବ। ଯଦି ଆପଣ କ୍ଷୀର ସହ ଆଖୁରସ ଭଗବାନଙ୍କୁ ଅର୍ପିତ କରିବେ ତେବେ ଆପଣଙ୍କ ଜୀବନରେ ଥିବା କଷ୍ଟ ଦୁର ହୋଇ ମାନ ସମ୍ମାନରେ ଭରିଯିବ। ଯଦି ଆପଣ ଦହି ଓ ମହୁ ଅର୍ପିତ କରିବେ ତେବେ ଆପଣଙ୍କ ଜୀବନ ଆନନ୍ଦମୟ, ଶାନ୍ତିରେ ଭରି ହୋଇଯିବ। ବେଲପତ୍ର ପରେ ଜଳ ଅର୍ପିତ କଲେ ଶୁକ୍ର ଗ୍ରହ ଶାନ୍ତ ହୋଇଥାଆନ୍ତି। ପ୍ରତିଦିନ ଶିବଙ୍କ ପାଖରେ ଦୀପ ଜଳାନ୍ତୁ ମନସ୍କାମନା ପୁରଣ ହୋଇଯିବ।

ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “

Leave a Reply

Your email address will not be published. Required fields are marked *