ପ୍ରେମ ପାଇଁ ସମସ୍ତ ସୀମା ଡେ-ଇଁ ପଡିଲେ, ତିନି ଜଣ ପତିଙ୍କୁ ଛାଡପତ୍ର ଦେବାରେ ଚତୁର୍ଥ ସହ ବିଗିଡି ଗଲା ପରିସ୍ଥିତି, ପଢନ୍ତୁ ଏହି ପ୍ରେମିକାଙ୍କ କାହାଣୀ।

ମହିଳାଙ୍କ ମୁଣ୍ଡରେ ପ୍ରେମର ନି-ଶା ଏପରି ଘାରିଛି ଯେ ତିନି ଜଣ ପତିଙ୍କୁ ଛାଡପତ୍ର ଦେଲେ। ପ୍ରେମିକା ଜଣକ ଭଲ ପାଇବାର ସମସ୍ତ ସୀମା ପାର ହୋଇଗଲେ। ଯେତେବେଳେ ସେହି ମହିଳା ଜଣକ ଚତୁର୍ଥ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ପହଁଚିଲେ ସେତେବେଳେ ବିଗିଡି ଗଲା। ଚତୁର୍ଥ ବ୍ୟକ୍ତି ଜଣକ ମହିଳାଙ୍କର ପ୍ରେମି ଥିଲେ। ଆସନ୍ତୁ ଜାଣିବା ପ୍ରଥମ ପତି ଠାରୁ ଶେଷ ପ୍ରେମି ପର୍ଯ୍ୟନ୍ତ କୌତୁହଳ ବା ମଜାଦାର କାହାଣୀ।

ଘଟଣା ଉତ୍ତରପ୍ରଦେଶର ମେରଠ ଜନପଦର ଅଟେ। ମହିଳାଙ୍କ ପରିବାର ଲୋକ ଥରେ କିମ୍ବା ଦୁଇ ଥର ପାଇଁ ନୁହେଁ ବରଂ ତିନି ଥର ମହିଳାଙ୍କ ବିବାହ କରାଇଥିଲେ। କିନ୍ତୁ ମହିଳାଙ୍କର ପ୍ରେମିକଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ତିନି ଜଣ ପତି ତାଙ୍କୁ ଛାଡପତ୍ର ଦେଇ ଥିଲେ। ଯେତେବେଳେ ମହିଳା ଜଣକ ଯେତେବେଳେ ଚତୁର୍ଥ ବିବାହ କରିବା ପାଇଁ ପ୍ରେମୀଙ୍କ ପାଖରେ ପହଞ୍ଚି ଥିଲେ ସେତେବେଳେ ପରିସ୍ଥିତି ଗମ୍ଭୀର ହୋଇ ଯାଇଥିଲା। ମହିଳା ଜଣକ ଅଭିଯୋଗ ନେଇ ଥାନାରେ ପହଞ୍ଚି ଥିଲେ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ମଙ୍ଗଳବାର ଦିନ ମହିଳା ଜଣକ ଅଭିଯୋଗ ନେଇ ଥା-ନାରେ ପହଁଞ୍ଚି ଥିଲେ ଓ ସେ ସେଠାରେ ଏହି ମାମଲା ବିଷୟରେ କହିଥିଲେ। ପୋଲିସ ମହିଳାଙ୍କ କାହାଣୀ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ମହିଳା ଜଣକ ଦିନ ୨ଟା ପର୍ଯ୍ୟନ୍ତ ଥାନାରେ ବସିଥିଲେ ଏବଂ ସେ ଜିଦି କରିଥିଲେ କି ତାଙ୍କ ବିବାହ ପ୍ରେମୀଙ୍କ ସହ କରି ଦିଅ ନାଚେତ ତାଙ୍କୁ ଜେ-ଲରେ ଭର୍ତ୍ତି କରି ଦିଅ।

ମେଡିକାଲ ଷ୍ଟେସନ ପରିସରରେ ଥିବା ଏକ ଗାଁର ଜଣେ ମହିଳା ପୋଲିସ ନିକଟରେ ଅଭିଯୋଗ କରୁଥିବାବେଳେ ଏହା କହିଛନ୍ତି କି ଆଠ ବର୍ଷ ପୂର୍ବେ ତାଙ୍କର ବିବାହ ବାବୁ ପୁଅ ଫୁରକାନ ହୋଇଥିଲା। ସେ ଥାନା ହାପୁରର ସାଲାଇର ବାସିନ୍ଦା ଅଟନ୍ତି। ତାଙ୍କ ସହ ବିବାହ କରିବା ପରେ ଏକ ପୁତ୍ର ଜନ୍ମ ଦେଇଥିଲେ। ସେହି ପୁଅର ବୟସ ଏବେ ସାତ ବର୍ଷ ଅଟେ। କୌଣସି କାରଣ ବଶତଃ ସେମାନଙ୍କ ବିବାଦ ଉପୁଜି ଥିଲା ଓ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେଇ ଥିଲେ। ପରବର୍ତ୍ତୀ ସମୟରେ ଏହି ମହିଳା ଜଣକ ପ୍ରାୟ ଛଅ ବର୍ଷ ପୂର୍ବେ ନାଡିମଙ୍କ ପୁଅ ସଲିମ ନାମକ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ। ଯିଏକି ମେରଠ ର ବାସିନ୍ଦା ଅଟନ୍ତି। ଯେଉଁଠାରୁ ଇମାନର ପୁଅ ପ୍ରାୟ ସାଢେ ଚାରି ବର୍ଷ ବୟସର ଅଟେ।

ମହିଳା ଜଣକ କହିଥିଲେ କି ସେହି ସମୟରେ ତାଙ୍କ ଶାଶୁ ଘରକୁ ପତିଙ୍କ ସମ୍ପର୍କୀୟ ଶହଜାଦ ପ୍ରାୟ ଆସନ୍ତି। ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଇବା ଆରମ୍ଭ କରି ଦେଇଥିଲେ। ପତି ଯେତେବେଳେ ଏହି ବିଷୟରେ ଜାଣିବାକୁ ପାଇଲେ, କହିଥିଲେ କି ତୁମେ ଦୁଇ ଜଣ ବିବାହ କରିଦିଅ ମୁଁ ତୁମକୁ ଛାଡି ଚାଲି ଯିବ। ଏହାପରେ ଦ୍ୱିତୀୟ ପତି ମଧ୍ୟ ମହିଳାଙ୍କୁ ଛାଡ଼ ପତ୍ର ଦେଇଥିଲେ।

ଏଥି ସହିତ, ଦ୍ୱିତୀୟ ସ୍ୱାମୀଙ୍କଠାରୁ ଛାଡପତ୍ର ନେବା ପରେ ସେ ପ୍ରେମୀ ଶହଜାଦଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଶେଷ କରିଥିଲେ। ତୃତୀୟ ଥର ପାଇଁ ହାପୁଡ଼ ର ବାସିନ୍ଦା ୱାହିଦଙ୍କ ପୁଅ ନିଜାମ ନାମକ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ। କିନ୍ତୁ ଶହଜାଦ ତାଙ୍କର ପଛ ଛାଡି ନଥିଲେ। ସେ ମଧ୍ୟ କହିଥିଲେ କି ମୁଁ ଏଠାରେ ତୁମକୁ ରଖେଇ ଦେବି ନାହିଁ। ତୃତୀୟ ପତି ଯେତେବେଳେ ମହିଳାଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାକୁ ପାଇଲେ ସେ ମଧ୍ୟ ମହିଳାଙ୍କୁ ଛାଡପତ୍ର ଦେଇଥିଲେ।

ମହିଳାଙ୍କ କହିବା କଥା ଅନୁସାରେ ତୃତୀୟ ଥର ପାଇଁ ଛାଡପତ୍ର ହେବା ପରେ ସେ ପ୍ରେମି ଶହଜାଦଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହାକୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଅଭିଯୋଗ ଏହା ଅଟେ ଯେ ଶହଜାଦ ତାଙ୍କର ଅଶ୍ଳୀଳ ଭିଡ଼ିଓ କରିଛି ଏବଂ ତାଙ୍କୁ ବ୍ଲାକମେଲ କରୁଛି। ବୁଧବାର ଦିନ ମହିଳା ତାଙ୍କ ଅଭିଯୋଗ ନେଇ ଥାନାରେ ପହଁଚି ଥିଲେ ଏବଂ ସେ କହିଥିଲେ କି ତାଙ୍କର ବିବାହ ଶହଜାଦଙ୍କ ସହ କରିଦିଅ ନଚେତ ତାଙ୍କୁ ଜେଲରେ ଭର୍ତି କରିଦିଆଯାଉ ବୋଲି ଦାବି କରିଥିଲେ।

ମହିଳା ଜଣକ ତିନୋଟି ବିବାହ ବିଷୟରେ ଜାଣିବା ପରେ ମହିଳା ପୋଲିସ କର୍ମଚାରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିନ୍ତୁ ସେ ତାଙ୍କୁ ଉଚିତ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୋଲିସ ଯେତେବେଳେ ମହିଳାଙ୍କୁ ଘରକୁ ଯିବାକୁ କହିଥିଲେ, ମହିଳା ଜଣକ ନ୍ୟାୟ ନ ମିଳିବା ଯାଏଁ ଏଠାରେ ବସି ରହିବେ ବୋଲି କହିଥିଲେ। ଏହି ମାମଲା ଏବେ ସମ୍ପୂର୍ଣ୍ଣ ସହରରେ ଚର୍ଚ୍ଚା ର ବିଷୟ ସାଜିଛି।

Leave a Reply

Your email address will not be published. Required fields are marked *