ସ୍ତ୍ରୀଙ୍କ ମୃ-ତ୍ୟୁରେ ଭାଙ୍ଗିପଡିଥିଲା, ୬୬ବର୍ଷ ବୟସରେ ଯୋଗଦେଲେ Gymରେ, ବର୍ତ୍ତମାନ ସାଜିଛନ୍ତି ଅନ୍ୟ ମାନଙ୍କ ପାଇଁ ପ୍ରେରଣା

ମଣିଷ ଭାଙ୍ଗିଥାଏ, ଯୋଡ଼ି ହୋଇଥାଏ। କିନ୍ତୁ ଅନେକ ଲୋକ ଯେତେବେଳେ ଯୋଡ଼ି ହୋଇ ଯାଇଥାନ୍ତି ତ ଏତେ ମଜବୁତ ହୋଇ ଯାଇଥାନ୍ତି କି କୈାଣସି ଦୁଃଖ ତାଙ୍କୁ ପୁଣି ଭାଙ୍ଗି ପାରି ନଥାଏ। ଜଣେ ଏମିତି ହିଁ ବ୍ୟକ୍ତିଙ୍କ କାହାଣୀ Humans Of Bombay ସେୟାର କରିଛନ୍ତି।

ବର୍ଷ ୧୯୯୯ରେ ହୋଇଥିଲା ସ୍ତ୍ରୀଙ୍କ ମୃ-ତ୍ୟୁ

ଟୁଇଟରରେ ସେ ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆପଣ ଦେଖି ପାରିବେ କି ଜଣେ ବୃଦ୍ଧ ମଣିଷ ଅଟନ୍ତି ଯିଏ ୱର୍କଆଉଟ ମଧ୍ୟ କରୁଛନ୍ତି। ତାଙ୍କର ନିଜ ସ୍ତ୍ରୀଙ୍କ ସହିତ ଗୋଟିଏ ପୁରୁଣା ଫଟୋ ମଧ୍ୟ ଅଛି। ଚାଲନ୍ତୁ ଏବେ ଜାଣିବେ ତାଙ୍କ କାହାଣୀ। ଏହି କାହାଣୀ ଇନଷ୍ଟା ପେଜରେ ସେୟାର କରା ଯାଇଛି। ‘ବର୍ଷ ୧୯୯୯ରେ ଯେତେବେଳେ ମୋ ସ୍ତ୍ରୀର ମୃ-ତ୍ୟୁ ହୋଇ ଯାଇଥିଲା ତ ମୋ ହୃଦୟ ଭାଙ୍ଗି ଯାଇଥିଲା। ପୁଣି ମୋତେ ଅନୁଭବ ହୋଇଥିଲା କି ମୁଁ ତାଙ୍କ ଉପରେ କେତେ ଅଧିକ ନିର୍ଭରଶୀଳ ଥିଲି। ମନଜୀତ(ସ୍ତ୍ରୀଙ୍କ ନାମ) ସବୁକିଛି ତୁଲାଇଥିଲେ, ପବ୍ଲିକେଶନ ହାଉସର ବିଜିନେସ ଚଲାଇବା ଠାରୁ ନେଇ ପିଲାଙ୍କୁ ସବୁକିଛି। ମୋତେ ଆଜି ମଧ୍ୟ ଆ-ଶ୍ଚର୍ଯ୍ୟ ଲାଗୁଛି କି ସେ ଏମିତି କେମିତି କରି ପାରୁଥିଲେ। ଯେତେବେଳେ ସେ ମୋତେ ଛାଡ଼ି ଚାଲି ଯାଇଥିଲେ ତ ମୁଁ ଚିନ୍ତାରେ ପଡ଼ି ଯାଇଥିଲି। ଏମିତି କି କମ୍ପାନୀ ମଧ୍ୟ ଚାଲିପାରି ନଥିଲା। ୫୦ବର୍ଷ ବୟସରେ ହିଁ ମୁଁ ହାର ମାନି ଯାଇଥିଲି।’

‘ମୁ ଅବସାଦରେ ପଡି ଯାଇଥିଲି’

ସେ ଆଗକୁ କହିଥିଲେ, ‘ମୁଁ ଅବସାଦରେ ପଡି ଯାଇଥିଲି। ଅଧିକ ଖାଦ୍ୟ ଖାଉଥିଲି। ମୋ ପାଖରେ କୈାଣସି କାରଣ ନଥିଲା। ଅନ୍ୟମାନେ ଏବଂ ମୋ ପିଲାମାନେ ମୋ ଉପରେ ଦୟା କରୁଥିଲେ, ମୋତେ ଏହା ଖ-ରାପ ଲାଗୁଥିଲା। ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ତ ନିଜ ଘରୁ ବାହାରକୁ ମଧ୍ୟ ବାହାରି ନଥିଲି। ଏମିତି କି ମୁଁ ନିଜ ପଡୋଶୀମାନଙ୍କୁ ମଧ୍ୟ ଜାଣି ନଥିଲି। ମୁଁ ନିଜକୁ ହରେଇ ବସିଥିଲି।’

‘ମୋ ପିଲାମାନେ କରିଥିଲେ ମୋତେ ସାହାଯ୍ୟ’

‘ପରିଶେଷରେ ମୋ ପିଲାମାନେ ମୋତେ ଏଥିରୁ ବାହାରକୁ ବାହାର କରିବା ପାଇଁ ସାହାଯ୍ୟ କରିଥିଲେ। ସେ ମୋତେ ପାଦେ ପାଦେ କରି ବୁଝାଇଥିଲେ। ଯେତେବେଳେ ମୁଁ ୬୦ବର୍ଷର ଥିଲି ତ ମୁଁ ୩୦ବର୍ଷ ପରେ ଜଗିଙ୍ଗ କରିବାକୁ ଯାଇଥିଲି। ମୋର ଶ୍ଵାସ ବାହାରି ପଡ଼ିଲା। ମୁଁ ଥକି ଯାଇଥିଲି। କିନ୍ତୁ ମୁଁ ସବୁଦିନ ସେହି ମୂହୁର୍ତ୍ତର ଅପେକ୍ଷାରେ ଥିଲି। ମୁଁ ଜୀବନରେ ଛୋଟ-ଛୋଟ ଗୋଲ କରିଲି, ଯେମିତି ନଅଟକି ୨କିଲୋମିଟର ଦୌଡ଼ିବା। ପୁଣି ମୁଁ ୧୫୦୦ମିଟର ମାରାଥନରେ ମଧ୍ୟ ଭାଗ ନେଇଥିଲି। ଏହା ସୀନିୟର ସିଟୀଜେନ ବର୍ଗର ଥିଲା। ମୁଁ ଭାବିଥିଲି କି ମୁଁ ଜିତିବି କିନ୍ତୁ ମୁଁ ୫ନମ୍ବର ସ୍ଥାନରେ ଥିଲି। ଏହା ହିଁ ମୋ ଟ୍ରେନିଂ ପଏଣ୍ଟ ଥିଲା। ମୋର ଜିତିବାର ଥିଲା।’

ସକାଳ ପାଞ୍ଚଟାରୁ ଉଠୁଥିଲି

‘ମୁଁ ସକାଳ ପାଞ୍ଚଟାରୁ ଉଠୁଥିଲି ଏବଂ ନିଜକୁ ଦୌଡାଇବା ପାଇଁ ଚେଷ୍ଟା କରୁଥିଲି। ଏକବର୍ଷରେ ହିଁ ମୁଁ ୧୫ରୁ ୨୦ କିଲୋମିଟର ଗୋଟିଏ ଥରରେ ଦୌଡ଼ିବାକୁ ଲାଗିଲି। ପୁଣି ମୁଁ ୧୦କିଲୋମିଟର ବାଲା ମାରାଥନରେ ଭାଗ ନେଇଥିଲି। ଯେଉଁଠାରେ ମୁଁ ନିଜଠାରୁ ଅଧା ବୟସ କମ ଲୋକଙ୍କ ସହିତ ଦୌଡୁଥିଲି। ସେଠାରେ ଲୋକମାନେ ମୋତେ କହୁଥିଲେ କି ଅଙ୍କଲ ଆପଣଙ୍କର ଏଠାକୁ ଆସିବା ଆମକୁ ପ୍ରେରଣା ଯୋଗାଉଛି। ମୁଁ କହିଥିଲି ମୁଁ ଏଠାକୁ ଜିତିବା ପାଇଁ ଆସିଛି। ଏବଂ ମୁଁ ଦୌଡିଲି। ମୋର ମନେଅଛି ମନଜୀତ ଏବଂ ମୁଁ ସେଠାକୁ ଜିତିବା ପାଇଁ ହିଁ ଯାଇଥିଲୁ। ମୁଁ ସେଠାରେ ପ୍ରଥମ ଉପହାର ଜିତିଥିଲି।’

୬୬ବର୍ଷ ବୟସରେ ଯୋଗ ଦେଇଥିଲି ଜିମରେ

‘୬୬ବର୍ଷ ବୟସରେ ମୁଁ ଜିମରେ ଯୋଗ ଦେଇଥିଲି। ସମସ୍ତେ ମୋ ଆଡ଼କୁ ଦେଖୁଥିଲେ। ସମସ୍ତେ ଭାବୁଥିଲେ ମୁଁ ଅବସରପ୍ରାପ୍ତ ହୋଇ ଯୋଗ ଦେଇଛି। ମୁଁ ସକାଳ ୫ଟାରୁ ୮ ପର୍ଯ୍ୟନ୍ତ ଜିମ ଯାଉଛି। ପୁଣି ନିଜ ଛୁଆଙ୍କ ସହିତ ନୂଆ ବ୍ୟବସାୟରେ ସାହାଯ୍ୟ କରୁଛି। ସନ୍ଧ୍ୟାରେ ୭ ଟାରୁ ୧୦ ପୁଣି ଜିମ ଯାଉଛି। ମୁଁ ଜିମରେ ଏକାସାଥିରେ ୫୮୪ ପୁଶଅପ ମାରିବାର ରେକର୍ଡ ମଧ୍ୟ ବନାଇଛି। ଏମିତି କି ମାଲିକ ମଧ୍ୟ କହୁଥିଲେ କି ସାର ଆମେ ଆପଣଙ୍କୁ ନିଜ ବ୍ରାଣ୍ଡ ଏମ୍ବେସଡର କରିବାକୁ ଚାହୁଁଛୁ।’

‘ବର୍ତମାନ ମୁଁ ୭୫ବର୍ଷର ଅଟେ’

‘ବର୍ତମାନ ମୁଁ ୭୫ବର୍ଷ ବୟସର ଅଟେ। ଏତେ ଫିଟ ମୁଁ କେବେବି ନଥିଲି। ନିଜ ପୁଅଙ୍କ ସହିତ କପଡାର ଗୋଟିଏ କମ୍ପାନୀ ଚଲାଉଛି। ପ୍ରତିଦିନ ମୁଁ ମନଜୀତଙ୍କ ଫଟୋକୁ ଦେଖୁଛି। କାରଣ ପ୍ରତିଦିନ ମୁଁ ତାଙ୍କପରି ମଜବୁତ ହେବାପାଇଁ ଚାହୁଁଛି। ଦେଖୋ ମନଜୀତ, ଅବସ୍ଥା ଯେତେବି ଖ-ରା-ପ ହେଉନା କାହିଁକି ମୁଁ ହାର ମାନି ନାହିଁ।’

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *