ବ୍ୟାଟେରୀର ମୂଲ୍ୟ ଜାଣି କାର ମାଲିକଙ୍କ ଉଡ଼ିଗଲା ହୋସ, ମର୍ସିଡିଜ୍ ଠାରୁ ଅଧିକ ଥିଲା ବ୍ୟାଟେରୀର ଦାମ୍:-

ଜଣେ ବ୍ୟକ୍ତି ନିଜ ମର୍ସିଡିଜ୍ ପାଇଁ ପରିବେଶ ଅନୁକୂଳ ନୂଆ ବ୍ୟାଟେରୀ ଖୋଜୁଥିଲେ । କୌଣସି ପ୍ରକାରେ ସେ ବ୍ୟାଟେରୀ ପାଇଥିଲେ କିନ୍ତୁ ଏହାର ମୂଲ୍ୟ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ବ୍ୟାଟେରୀର ମୂଲ୍ୟ 15 ଲକ୍ଷ ଟଙ୍କା ଯାହା ତାଙ୍କ କାରର ମୂଲ୍ୟଠାରୁ ମଧ୍ୟ ଅଧିକ ଥିଲା ।

ଡେଲି ଷ୍ଟାରର ଖବର ଅନୁସାରେ ବ୍ରିଟେନର ଲିସେଷ୍ଟରର ନାଇଟନ୍ ଅଞ୍ଚଳରେ ରହୁଥିବା 63 ବର୍ଷିୟ ରଣଜିତ୍ ସିଂ 8 ବର୍ଷ ପୂର୍ବରୁ 27 ଲକ୍ଷ ଟଙ୍କାରେ ମର୍ସିଡିଜ୍-ବେଞ୍ଜ୍ କିଣିଥିଲେ । ସେ ତାଙ୍କ କାରକୁ 49 ହଜାର ମାଇଲ ଚଲାଇ ସାରିଛନ୍ତି । ବର୍ତ୍ତମାନ କାରର ବ୍ୟାଟେରୀ ଖରାପ ହୋଇଯାଇଛି ।

ରଣଜିତ ସିଂ ବର୍ତ୍ତମାନ ଏକ ପରିବେଶ ଅନୁକୂଳ ବ୍ୟାଟେରୀ ଖୋଜୁଥିଲେ, କିନ୍ତୁ ଏହାର ମୂଲ୍ୟ ଜାଣି ତାଙ୍କ ହୋସ ଉଡ଼ି ଯାଇଥିଲା । କାରର ନୂଆ ବ୍ୟାଟେରୀ 15 ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ କାରର ବର୍ତ୍ତମାନ ମୂଲ୍ୟ ମାତ୍ର 13 ଲକ୍ଷ ଟଙ୍କା ଅଟେ ।

ଏହି ବିଷୟରେ ରଣଜିତ ସିଂ କହିଛନ୍ତି ଯେ ସେ ସର୍ବଦା ମର୍ସିଡିଜର ଗ୍ରାହକ ରହି ଆସିଛନ୍ତି ଏବଂ ଏହାଦ୍ୱାରା ନିର୍ମିତ କାରଗୁଡ଼ିକୁ ସେ ପସନ୍ଦ କରନ୍ତି । ତେଣୁ ସେ ଏହି କାର କିଣିଥିଲେ । କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ତାଙ୍କ ସହିତ କିଛି ଭୁଲ୍ ହୋଇଛି

ଯାହା ଘଟିଛି ତାହା ଅତ୍ୟନ୍ତ ଭୟାନକ ବୋଲି ରଣଜିତ ସିଂ କହିଛନ୍ତି । ସେ ଅନୁଭବ କରୁଛନ୍ତି ଯେ ତାଙ୍କ ପାଖରେ ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି । ଏକ ଆଠ ବର୍ଷର କାର ସ୍କ୍ରାପ୍ କରିବେ କିମ୍ବା ଏହାର ମୂଲ୍ୟଠାରୁ ଅଧିକ ଖର୍ଚ୍ଚ କରିବେ ।

Leave a Reply

Your email address will not be published. Required fields are marked *