କୋଟି କୋଟି ଟଙ୍କା ହେବା ପରେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀ ଅନେକ ଦିନ ପର୍ଯ୍ୟନ୍ତ ପିନ୍ଧିଥିଲେ ଅପରିଷ୍କାର ପୋଷାକ, ଜାଣନ୍ତୁ କାରଣ

ଗୋଟିଏ ବାସ୍ତବ କଳାକାର ସେହି ହୋଇଥାଏ ଯିଏ ନିଜ ଅଭିନୟ ପାଇଁ ଜୀବନକୁ ବାଜି ଲଗାଇ ଦେଇଥାଏ। ଯଦି ସେ ନିଜ ଚରିତ୍ରକୁ ଅନସ୍କ୍ରିନରେ ବାସ୍ତବିକତା ପାଖକୁ ନେଇପାରେ ନାହିଁ ତାହେଲେ ଜଣେ ଅଭିନେତା ଭାବରେ ଏହା ତାଙ୍କର ହାର ହୋଇଥାଏ। କେବଳ ସୁନ୍ଦର ମୁହଁ, ସିକ୍ସ ପ୍ୟାକ ଏବ୍ସ ଏବଂ ଡ୍ୟାନ୍ସ ସ୍କିଲ ହିଁ ଆପଣଙ୍କୁ ଏକ ଭଲ ଅଭିନେତା କିମ୍ବା ଅଭିନେତ୍ରୀ କରି ପାରିବ ନାହିଁ। ଆପଣଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ।

ବର୍ତମାନ ବଲିଉଡରେ ଆପଣଙ୍କୁ ନୂଆ ପିଢ଼ିର ଅନେକ ଏମିତି କଳାକାର ମିଳିଯିବେ ଯିଏ ନିଜ ଚରିତ୍ରକୁ ରଙ୍ଗେଇବା ପାଇଁ ସବୁ ସୀମା ପାର କରି ଯାଇଛନ୍ତି। ଯେମିତି ସରବଜୀତର ଚରିତ୍ର ପ୍ଲେ କରିବା ପାଇଁ ରଣଦୀପ ହୁଡ୍ଡା ଅନେକ ଦିନ ପର୍ଯ୍ୟନ୍ତ ଭୋକୋ ଉପାସରେ ରହିଥିଲେ। ସେଠାରେ ରାଜକୁମାର ରାଓ ‘ଟ୍ରେଣ୍ଡ’ ସିନେମାର ପ୍ରସ୍ତୁତି ପାଇଁ ନିଜକୁ ଅନେକ ଦିନ ପର୍ଯ୍ୟନ୍ତ କୋଠରୀରେ ବନ୍ଦ କରି ନେଇଥିଲେ। ଦଙ୍ଗଲ ସିନେମା ପାଇଁ ଅମୀର ଖାନ ନିଜର କେତେ କିଲୋ ଓଜନ ବଢ଼ାଇଥିଲେ ଏବଂ ପୁଣି କମାଇଥିଲେ।

ବର୍ତମାନ ଏମିତି ମଧ୍ୟ ନୁହେଁ କି କେବଳ ଆଜିକା ଜମାନାର କଳାକାର ହିଁ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସବୁ ସୀମା ପାର କରି ଯାଉଛନ୍ତି। ପୁରୁଣା ଜମାନାରେ ମଧ୍ୟ କିଛି ନାମୀଦାମୀ ଅଭିନେତା ଏମିତି ଥିଲେ ଯିଏ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଗୋଟିଏ ପାଦ ଆଗକୁ ଚାଲି ଯାଉଥିଲେ। ଉଦାହରଣ ପାଇଁ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀଙ୍କୁ ହିଁ ଦେଖି ନିଅନ୍ତୁ।

ମିଥୁନ ଗୋଟିଏ ସିନେମା କରିଥିଲେ ‘ଜୋର ଲଗା କେ…ହୟ୍ୟା’।୨୦୦୯ରେ ଆସିଥିବା ଏହି ସିନେମାରେ ତାଙ୍କ ସହିତ ରିୟା ସେନ, ସୀମା ବିସ୍ବାସ, ଗୁଲସନ ଗ୍ରୋବର ଏବଂ ମହେଶ ମାଞ୍ଜରେକର ଭଳି ତାରକା ମାନେ ଥିଲେ। ଏହି ସିନେମାରେ ମିଥୁନ ଭିକାରୀର ଚରିତ୍ର ପ୍ଲେ କରିଥିଲେ। ସିନେମାରେ ତାଙ୍କୁ ଗୋଟିଏ ହିଁ ଡ୍ରେସ ଲଗାତର ଅନେକ ଦିନ ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିଥିଲା।ଏହାର କାରଣ ଏହା ଥିଲା କି ଭିକାରୀଙ୍କ ପାଖରେ ନୂଆ ନୂଆ ପୋଷାକ କିଣିବା ପାଇଁ ଟଙ୍କା ନଥାଏ।

ଏଥିରେ ମିଥୁନ ଅନେକ ପର୍ଯ୍ୟନ୍ତ ସେହି ଗୋଟିଏ ପୋଷାକକୁ ପିନ୍ଧି ସୁଟିଂ କରିବାକୁ ଆସୁଥିଲେ। କୌତୁହଳ ପୂର୍ଣ୍ଣ କଥା ଏହା ଅଟେ କି ଯେତେ ମାସ ପର୍ଯ୍ୟନ୍ତ ସୁଟିଂ ଚାଲିଥିଲା ସେତେ ଦିନ ପର୍ଯ୍ୟନ୍ତ ସେ ଏହି ଡ୍ରେସକୁ ସଫାକରି ନଥିଲେ। ସେ ଚାହୁଁଥିଲେ କି ପୋଷାକ ବାସ୍ତବରେ ଅପରିଷ୍କାର ଲାଗୁ ଯାହାଦ୍ଵାରା ତାଙ୍କ ଚରିତ୍ର ଆହୁରି ମଧ୍ୟ ବାସ୍ତବ ଭାବେ ଦେଖାଯିବ।

ଏହା ବିଷୟରେ ସିନେମାର ନିର୍ମାତା କାର୍ତ୍ତିକେୟ ତଲରେଜା କହିଥିଲେ କି ‘ମିଥୁନଙ୍କୁ ସେହି ଅପରିଷ୍କାର ପୋଷାକ ପ୍ରତ୍ୟେକ ଦିନ ପିନ୍ଧିବାକୁ ପସନ୍ଦ ଆସୁନଥିଲା, ହେଲେ ଏହାପରେ ମଧ୍ୟ ସେ ତାକୁ ସଫା କରି ନଥିଲେ। ନିଜ ଚରିତ୍ରକୁ ଦେଖାଇବା ସମୟରେ ସେ କେବେବି କୈାଣସି ନଖରା ମଧ୍ୟ କରିନାହାନ୍ତି।’

ବର୍ତମାନ ଏହା ମିଥୁନଙ୍କ କାର୍ଯ୍ୟ ପାଇଁ ଶୁଭଙ୍କର ଥିଲା ଯାହାଦ୍ଵାରା ସେ ଆଜି ବଲିଉଡର ଏତେ ବଡ଼ ତାରକା ଅଟନ୍ତି। ସାଧାରଣ କଳାକାରଙ୍କ ତୁଳନାରେ ମିଥୁନ ସିନେମା ଇଣ୍ଡଷ୍ଟ୍ରିରେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅଭିନୟ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *