ମୋକ୍ଷ ପ୍ରାପ୍ତି ପାଇଁ ଆଧ୍ୟାତ୍ମିକ ମାର୍ଗ ଅପଣାଇଲେ MBBS ଛାତ୍ର , ନିଜର ଗାଡିକୁ ଦାନ କରି ଗଙ୍ଗାରେ ଜଳ ସମାଧି ନେଲେ

ବାରଣାସି : ପୁରା ବିଶ୍ୱରେ କାଶୀକୁ ଧାର୍ମିକ ନଗରୀ ବୋଲି ମାନାଯାଏ । ଲୋକଙ୍କ ମାନ୍ୟତା ଅନୁସାରେ ଏଠାରେ ପ୍ରାଣ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ମାନ୍ୟତା ଏହା ମଧ୍ୟ ରହିଛି କି ଏଠାରେ ଯମରାଜଙ୍କ ଶାସନ ଚାଲେ ନାହିଁ । ଏଠାରେ ମୃତ୍ୟୁ ହେଉଥିବା ଲୋକଙ୍କୁ ଭଗବାନ ଶିବ ତାରକ ମନ୍ତ୍ର ପ୍ରଦାନ କରନ୍ତି । ଏହି କାରଣରୁ ମଣିକର୍ଣ୍ଣିକା ଘାଟରେ ଚିତାର ଅଗ୍ନି କେବେ ଶାନ୍ତ ହୁଏ ନାହିଁ ।

କିନ୍ତୁ ଏହି କଥାକୁ ବିଜ୍ଞାନ ମାନେ ନାହିଁ । କିନ୍ତୁ ଏଥରକ କାଶିରେ କିଛି ଏକିତି ଘଟିଲା ଯାହାକି ବିଜ୍ଞାନକୁ ମଧ୍ୟ ଭାବିବାକୁ ବାଧ୍ୟ କରିଦେଇଛି । ମୋକ୍ଷର ସନ୍ଧାନରେ ଜଣେ ଡାକ୍ତରୀ ପଢ଼ୁଥିବା ଛାତ୍ର ଗଙ୍ଗା ରେ ଜୀବିତ ଭାବରେ ଜଳସମାଧି ନେଇନେଲେ । କୁହାଯାଉଛି କି BHU ର ଏହି ଛାତ୍ର ଆଧ୍ୟାତ୍ମିକ ମାର୍ଗରେ ଚାଲିବାକୁ ଆରମ୍ଭ କରିଥିଲେ ଯେଉଁ କାରଣରୁ ସେ ଏହି ପରି ଭୟଙ୍କର ପଦକ୍ଷେପ ନେଇଛନ୍ତି । କିନ୍ତୁ ପୋଲିସ ଏହି ମାମଲା ରେ ତଦନ୍ତ କରୁଛି ।

ବିଏଚୟୁ ଆଇଏମଏସ ର ଏକ ଏମବିବିଏସ ଛାତ୍ର ଆଧ୍ୟାତ୍ମିକ ମାର୍ଗରେ ନିଜକୁ ନିୟୋଜିତ କଲାବେଳେ ଗଙ୍ଗାରେ ଜଳସମାଧି ନେଇ ନିଜର ଜୀବନ ଲୀଳା ସମାପ୍ତ କରିଛନ୍ତି । ସମୂଳ ରୂପେ କହିବାକୁ ଗଲେ ବିହାରର MBBS ଛାତ୍ର ନବୀନ ପରାସର ଜଳସମାଧି ନେଇ ପ୍ରାଣ ହରାଇଛନ୍ତି ।

ଗତ ଜୁନ ୮ ତାରିଖରୁ ନିଖୋଜ ଥିବା ନବୀନ ପରାସରଙ୍କ ଶବ ମିର୍ଜାପୂର ର ବିନ୍ଦ୍ୟଵାସିନୀ ଦରବାର ପାଖରେ ଗଙ୍ଗାରେ ଭାସୁଥିବାର ଦେଖାଯାଇଥିଲେ । ବାରଣାସୀର ଲଙ୍କା ଥାନା ପୋଲିସ ଯେତେବେଳେ ପୁରା ମାମଲାର ଯାଞ୍ଚ କଲେ ସେତେବେଳେ ଆଶ୍ଚର୍ଯ୍ୟ ଜନକ କାରଣ ସାମ୍ନାକୁ ଆସିଥିଲା । କୁହାଯାଉଛି କି ନବୀନ ମୋକ୍ଷ ପ୍ରାପ୍ତି ପାଇଁ ଜଳସମାଧି ନେଇଥିଲେ ।

ବିଏଚୟୁ ର ଧନୱତରି ହସ୍ପିଟାଲରେ ରହୁଥିବା ନବୀନ ପରାସର ହଠାତ ହରଣଚାଲ ହୋଇଯାଇଥିଲେ । ଜୁନ ୮ ପରଠାରୁ ତାଙ୍କର କୌଣସି ଠିକଣା ନଥିଲା । ବାରଣାସୀର ଲଙ୍କା ଥାନାରେ ନିଖୋଜ ହେବାର ମାମଲା ରୁଜୁ କରାଯାଇଥିଲା । ବାପା କହିଥିଲେ ଶେଷଥର କଥା ହେବା ସମୟରେ ମାସିକ ଯେତିକି ଟଙ୍କା ନିଅନ୍ତି ତା ଠାରୁ କିଛି ଅଧିକ ଟଙ୍କା ମାଗିଥିଲେ । ପଚାରିବାରୁ କହିଥିଲେ ରୁଦ୍ରକ୍ଷ ସହିତ ଅନ୍ୟ କେତେକ ଆଧ୍ୟାତ୍ମିକ ଜିନିଷ କିଣିବାର ଅଛି ।

ଲଙ୍କା ଥାନା ପୋଲିସ ମିର୍ଜାପୂର ରେ ଖୋଜାଖୋଜି କରିବାରୁ ସେଠାରେ ଗଙ୍ଗାରେ ତାଙ୍କର ଶବ ମିଳିଥିଲା । ତାପରେ ଯେତେବେଳେ ବିନ୍ଦ୍ୟାବସିନୀ ଦରବାରରେ ଲାଗିଥିବା ସିସିଟିଭି ର ଭିଡ଼ିଓ କୁ ପୋଲିସ ଦେଖିଲେ ସେଥିରେ ନବୀନ ନଡ଼ିଆ ଓ ସିନ୍ଦୁର କିଣୁଥିବାର ଦେଖା ଯାଇଥିଲେ । ପରେ ଜଣାପଡିଥିଲା ସେ ଓଦା କପଡ଼ାରେ ମା ବିନ୍ଦ୍ୟାବାସିନୀଙ୍କ ଦର୍ଶନ କରିଥିଲେ ।

ଏହା ପରେ ଯେଉଁ ପଣ୍ଡାଙ୍କ ସହିତ ସେ ଶେଷ ଥର ପାଇଁ କଥା ହୋଇଥିଲେ ତାଙ୍କୁ ଦକ୍ଷିଣ ସ୍ବରୁପ ତାଙ୍କର ଗାଡି ର ଚାବି ଦେଇଦେଇ ଥିଲେ । ଏହା ପରେ ପାଦରେ ଲାଗିଥିବା ମାଟିକୁ ସଫାକରିବା କଥା କହି ସେ ଗାଙ୍ଗାକୁ ଆଡକୁ ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ଘାଟରେ ଥିବା ପାହାଚ ଉପରେ ନଡ଼ିଆ ଓ ସିନ୍ଦୁର ରଖିଦେଲେ । ତାପରେ ସେ ଯେପରି ଗଙ୍ଗାରେ କୋଉଠି ଲିନ ହୋଗଲେ । ତାପରେ ତାଙ୍କର ଶବ ମିଳିଥିଲା ।

ପୋଲିସଙ୍କ କହିବା ଅନୁସାରେ ନବୀନ ସମ୍ପୂର୍ଣ୍ଣ ରୁପେ ଆଧ୍ୟାତ୍ମିକ ମାର୍ଗକୁ ଚାଲି ଯାଇଥିଲେ ।ହୁଏତ ଏହି କାରଣରୁ ସେ ମୋକ୍ଷ ପ୍ରାପ୍ତି ଲାଳସାରେ ଗଙ୍ଗାରେ ଜଳସମାଧି ନେଇଥିଲା । ଏହି ମାମଲା ରେ ପୋଲିସ ର ତଦନ୍ତ ଏବେବି ଜାରି ରହିଛି ।ଧନତ୍ୱରି ହୋଷ୍ଟେଲ ରେ ଯେଉଁ ୧୮ ନମ୍ବର ରୁମ ରେ ସେ ରହୁଥିଲେ , ପୋଲିସ ଏବେ ସେହି ରୁମ କୁ ବର୍ତ୍ତମାନ ଯାଞ୍ଚ ପାଇଁ ସିଲ କରିଦେଇଛନ୍ତି ।

ଏପଟେ ବାପା ମାଙ୍କ ଗୋଟିଏ ବୋଲି ପୁଅର ବିୟୋଗରେ ବାପା ମା ମର୍ମାହତ ହୋଇପଡିଛନ୍ତି , ଏବଂ ତାଙ୍କ ସହପାଠୀ ମାନେ ମଧ୍ୟ ଖୁବ ଦୁଃଖରେ ଅଛନ୍ତି । ଏହି ସମୟରେ ବିଏଚୟୁ ର ଅଧକ୍ଷ ଡ଼ା.ବିଜନ ନାଥ ମିତ୍ର ପ୍ରକରଣ ଯାଞ୍ଚ କରି ତନ୍ତ୍ର ମନ୍ତ୍ର ସହିତ ଜଡିତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *