ବାରମ୍ବାର ଚେଷ୍ଟାକରିବା ପରେବି ମୋନାଲିସା ସାଇକଲ ଚଲାଇ ପାରିନଥିଲେ । ଦେଖନ୍ତୁ video

ମୋନାଲିସା ଭୋଜପୁରୀ ସିନେମା ଠାରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏକ ଅଦ୍ଭୁତ ପରିଚୟ ବନେଇଛନ୍ତି । ଟିଭି ଶୋ ରେ ତାଙ୍କ ପ୍ରତ୍ୟେକ ଭୂମିକାକୁ ଦର୍ଶକମାନେ ପସନ୍ଦ କରୁଛନ୍ତି । ନିଜ କାମକୁ ନେଇ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ମୋନାଲିସା ପ୍ରାୟତ ତାଙ୍କ ଫୋଟୋ ଏବଂ ଭିଡିଓ ସେୟାର କରି ଲୋକମାନଙ୍କ ସହ ଜଡିତ ରୁହନ୍ତି । ପୁନଃ ସେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଅନ୍ୟ ଶୈଳୀରେ ନଜର ଆସୁଛନ୍ତି । ମୋନାଲିସା ଏହି ଭିଡିଓରେ ସାଇକେଲ ଚଲାଇବା ଶିଖୁଛନ୍ତି । କିନ୍ତୁ ଦୁଃଖର କଥା ଯେ ସେ ଶିଖିପାରୁ ନାହାଁନ୍ତି ।

 

View this post on Instagram

 

A post shared by MONNALLISA (@aslimonalisa)

ମୋନାଲିସା ଏହି ଭିଡିଓରେ ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ଭିଡ଼ିଓରେ ଆମେ ଦେଖିବାକି ସେ ସାଇକେଲରେ ଚଢି ସନ୍ତୁଳନ କରିବାକୁ ଚେଷ୍ଟା କରୁଛନ୍ତି । ବାରମ୍ବାର ଚେଷ୍ଟାପରେ ମଧ୍ୟ ସେ ସାଇକେଲ ଚଲାଇ ପାରୁନାହାଁନ୍ତି । ଭିଡ଼ିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରି ମୋନାଲିସା କ୍ୟାପସନରେ ଲେଖିଛନ୍ତି ” ଏହା ସତ୍ୟ ଯେ ସେ ସତରେ ଜଣେ ଲୁଜର କାରଣ ବହୁତଥର ଚେଷ୍ଟା ପରେବି ସେ କରିପାରି ନଥିଲେ ପ୍ରଥମ ଦିନ ସାଇକେଲ ଚଲାଇବା ଅଭ୍ୟାସରେ ” । ମୋନାଲିସାଙ୍କର ଏହି ଭିଡ଼ିଓରେ ବହୁତ ପ୍ରତିକ୍ରିୟା ମଧ୍ୟ ଆସୁଛି ।

 

View this post on Instagram

 

A post shared by MONNALLISA (@aslimonalisa)

ମୋନାଲିସାଙ୍କର ପ୍ରକୃତ ନାମ ଅନ୍ତରା ବିଶ୍ୱାସ ଅଟେ । ସେ ଭୋଜପୁରୀ ସିନେମାରେ ମଧ୍ୟ ଅନେକ ଚଳଚ୍ଚିତ୍ର କରିଛନ୍ତି । ମୋନାଲିସା ‘ ସରକାର ରାଜ ‘ , ‘ମନୀ ହେତୋ ହନୀ ହେ ‘ , ‘ ଗଙ୍ଗା ପୁତ୍ର ‘ ଏବଂ କାଫିଲା ଭଳି ଚଳଚ୍ଚିତ୍ର ବଲିଉଡରେ କରିସାରିଛନ୍ତି । ମୋନାଲିସା ଷ୍ଟାର ପ୍ଲସର ସିରିଏଲ ‘ ନଜର ‘ ରେ ଡ଼ାୟନ ଭୂମିକାରେ ଅଭିନୟ କରିଛନ୍ତି । ମୋନାଲିସା ବିଗ ବସ 10 ରେ ମଧ୍ୟ ନଜର ଆସିଥିଲେ ଏବଂ ଶୋ ରେ ପ୍ରେମିକ ବିକ୍ରାନ୍ତ ସିଂ ରାଜପୁତଙ୍କୁ ବିବାହକରିବା କଥା କୁହାଯାଇଛି । ମୋନାଲିସା ବର୍ତ୍ତମାନ ନୂଆ ଟିଭି ଶୋ ‘ ନମକ ଇସ୍କ କା ‘ ରେ ସେ ଧମାଲ କରୁଛନ୍ତି ।

Leave a Reply

Your email address will not be published. Required fields are marked *