୨୧ବର୍ଷର ମହିଳା ଦେଲେ ପାଖାପାଖି ୬କିଲୋ ଓଜନର ଛୁଆକୁ ଜନ୍ମ, କରିଲେ ରେକର୍ଡ

ବ୍ରିଟେନର ୨୧ବର୍ଷର ଜଣେ ମହିଳା ଗୋଟିଏ ଛୁଆକୁ ଜନ୍ମ ଦେଇ ଏବଂ ରେକର୍ଡ କରି ଦେଇଛନ୍ତି। ଏହି ମହିଳାଙ୍କ ପେଟରୁ ଜନ୍ମ ଛୁଆର ଓଜନ ପାଖାପାଖି ଛଅକିଲୋ ଥିଲା। ଏତେ କମ ବୟସର ମହିଳାଙ୍କ ଦ୍ଵାରା ଏତେ ଓଜନର ଛୁଆକୁ ଜନ୍ମ ଦେବା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି।

ବାସ୍ତବରେ, ଏହି ଘ-ଟ-ଣା ବ୍ରିଟେନର ଅକ୍ସଫୋର୍ଡଶାୟର ସ୍ଥିତ ଏଷ୍ଟନର ଅଟେ, ଏଠାରେ ରହୁଥିବା ୨୧ବର୍ଷିୟ ଏମ୍ବର କମ୍ବରଲ୍ୟାଣ୍ଡଙ୍କର ଲେବର ପେନ ହୋଇଥିଲା ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଯେତେବେଳେ ଏମ୍ବରଙ୍କୁ ଦେଖିଥିଲେ ତ ତାଙ୍କୁ ଲାଗିଥିଲା କି ବୋଧହୁଏ ଜାଆଁଳା ଛୁଆ ଜନ୍ମ ହେବେ। କିନ୍ତୁ ଡ଼ାକ୍ତର ମଧ୍ୟ ଭୁଲ ପ୍ରମାଣିତ ହୋଇ ଯାଇଥିଲେ।

ଡେଲି ମେଲର ଗୋଟିଏ ରିପୋର୍ଟ ମୁତାବକ, ଛୁଆଟିର ଓଜନ ୧୩ପାଉଣ୍ଡ ବା ପାଖାପାଖି ଛଅ କିଲୋଗ୍ରାମ ଥିଲା। ୨୧ବର୍ଷର ଏମ୍ବର ୧୬ଅପ୍ରେଲରେ ହିଁ ନିଜ ଝିଅ ଏମିଲିୟାକୁ ଜନ୍ମ ଦେଇଥିଲେ। ଶିଶୁ ଏମିଲିୟା ଗର୍ଭାବସ୍ଥା ସମୟରେ ନିଜ ମାଆ-ବାପାଙ୍କୁ ଚକିତ କରି ଦେଇଥିଲେ।

ଏମ୍ବର କହିଛନ୍ତି କି ଗର୍ଭାବସ୍ଥା ସମୟରେ ନିୟମିତ ଚେକ-ଅପ କରୁଥିବା ଡାକ୍ତର ଭାବିଥିଲେ କି ଜାଆଁଳା ଛୁଆ ହେବେ। ସେ କହିଥିଲେ କି ପେଟରେ ହିଁ ସେ ଏତେ ବଡ଼ ଥିଲା କି ସବୁଲୋକ ଏହି କଥା ଭାବୁଥିଲେ। ହେଲେ ଆମେ ଏହାକୁ ଅଲଟ୍ରାସାଉଣ୍ଡରେ ମଧ୍ୟ ଦେଖି ପାରିଥାନ୍ତେ।

ଏହା ଦ୍ଵିତୀୟ ସବୁଠାରୁ ଓଜନିଆ ଛୁଆ ଅଟେ। ଏହା ପୂର୍ବରୁ ୨୦୧୨ ବ୍ରିଟେନରେ ହିଁ ଗୋଟିଏ ବହୁତ ଓଜନିଆ ଛୁଆ ଜନ୍ମ ହୋଇଥିଲା। ସେହି ଛୁଆର ଓଜନ ୧୪ପାଉଣ୍ଡ ବା ପାଖାପାଖି ସାଢେ଼ ଛଅ କିଲୋ ଥିଲା। ଏମିଲିୟା ସେହି ରେକର୍ଡର ବରାବର ତ କରି ପାରିନଥିଲେ କିନ୍ତୁ ଜନ୍ମ ସମୟରେ ଦ୍ଵିତୀୟ ଓଜନିଆ ଛୁଆ କିନ୍ତୁ ନିଶ୍ଚିତ ହୋଇ ଯାଇଥିଲେ।

ପରିଶେଷରେ ଛୁଆ ଏବଂ ତାଙ୍କ ମାଆ ଦୁଇଜଣ ଯାକ ସୁସ୍ଥ ଅଛନ୍ତି। ଏମ୍ବର କହିଛନ୍ତି କି ଜନ୍ମ ସମୟରେ ମଧ୍ୟ କୈାଣସି ବିଶେଷ ଚିନ୍ତା ହୋଇନଥିଲା। ସବୁ ସର୍ଜନ ପରସ୍ପରଙ୍କୁ ଦେଖି ହସୁଥିଲେ। ଏହାପରେ ସେ ଏମିଲିୟାକୁ ମୋ ପାଖକୁ ଆଣିଥିଲେ ଏବଂ ମୋ କୋଳରେ ଦେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *