ଏହି ଛଅଟି କାମ କରୁଥିବା ମହିଳାଙ୍କ ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ।

ଧ୍ୟାନ ରଖନ୍ତୁ ଯେମିତିକି ଏହି କାମ ଆପଣ ଭୁଲରେ ବିକରନ୍ତୁ ନାହିଁ। ନହେଲେ ଏପରି ଘରେ ସବୁବେଳେ ଦୁଃଖ ଏବଂ ଦାରିଦ୍ରତା ଆସିଥାଏ। ଏପରି କାମ ହେଉଥିବା ଘରୁ ମା ଲକ୍ଷ୍ମୀ କ୍ରୋଧରେ ଛାଡି ଚାଲି ଯାଅନ୍ତି। ଆମ ପୁରାଣ ଶାସ୍ତ୍ରରେ ସ୍ୱାମୀ, ସ୍ତ୍ରୀଙ୍କୁ ଶିବ ଏବଂ ମାତା ଗୌରୀଙ୍କର ରୂପ ବୋଲି କୁହାଯାଏ। ଶିବ ଏବଂ ଗୌରୀ ପରସ୍ପର ପୂରକ  ଅର୍ଦ୍ଧ ନରୀଶ୍ବର ଅଟନ୍ତି। ସେହିପରି ସ୍ୱାମୀ, ସ୍ତ୍ରୀ ପରସ୍ପରର ଅର୍ଦ୍ଧଅଙ୍ଗ ହୋଇଥାନ୍ତି। ଏଥିପାଇଁ ସ୍ତ୍ରୀ କୁ ଅର୍ଦ୍ଧାଙ୍ଗନୀ ବୋଲି କୁହାଯାଏ। ବିବାହ ପରେ ସ୍ତ୍ରୀର ଭାଗ୍ୟ ମଧ୍ୟ ସ୍ୱାମୀ ସହିତ ଯୋଡା ହୋଇଥାଏ। ସ୍ତ୍ରୀର ପୂଜ, ପାଠ, ଜଜ୍ଞ ସବୁ କିଛିର ଫଳ ସ୍ବାମୀକୁ ପ୍ରାପ୍ତ ହୋଇଥାଏ।

ସେହିପରି ସ୍ତ୍ରୀର ମଧ୍ୟ ଖରାପ କାମର ଫଳ ସ୍ୱାମୀକୁ ଭୋଗିବାକୁ ପଡିଥାଏ। ଆମ ହିନ୍ଦୁ ଶାସ୍ତ୍ରରେ ମହିଳାଙ୍କୁ ଘରର ଲକ୍ଷ୍ମୀ ବା ଅନ୍ନପୂର୍ଣା ବୋଲି କୁହାଯାଇଥାଏ। କିନ୍ତୁ କିଛି ମହିଳାଙ୍କର ଖରାପ ଗୁଣ ପାଇଁ ମା ଲକ୍ଷ୍ମୀ ରାଗିଯାଅନ୍ତି ଏବଂ ସେହି ଘରୁ ସେ ଚାଲି ଯାଅନ୍ତି। ତା ପରେ ସେହି ଘରେ ତାଙ୍କ ବଡ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣଙ୍କ ଘରେ ଏପରି ଭୁଲ ହେଉଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ ନହେଲେ ମଧ୍ୟ ଆପଣଙ୍କୁ ଏପରି ସମସ୍ୟାର ସମ୍ମୁଖିନ ହେବାକୁ ପଡିବ। କାରଣ ଘରେ ଅଲକ୍ଷ୍ମୀ ଆସିବା ଦ୍ବାରା ଘରେ ଝଗଡା ଏବଂ ରୋଗ ଆସିଥାଏ। ସେଥିପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ଜାଣନ୍ତୁ ଏପରି କେଉଁ କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଘରେ ଅଲକ୍ଷ୍ମୀ ବାସ କରନ୍ତି।

ପ୍ରଥମ କାରଣ : ସଧ୍ୟ୍ୟା ସମୟରେ ଘରର ମହିଳା କେବେବି ବାଳ ଖୋଲା କରି ବୁଲନ୍ତୁ ନାହିଁ। କେତେକଙ୍କ ଘରେ ମହିଳାଙ୍କର ଅଭ୍ୟାସ ଥାଏ କି ସେମାନେ ସଧ୍ୟ୍ୟା ସମୟରେ ବାଳ କୁଣ୍ଡାଇ ଥାନ୍ତି ଏବଂ ବାଳ ଖୋଲା କରି ଘରରେ ବୁଲି ଥାନ୍ତି କିନ୍ତୁ ଏପରି କରିବା ଶାସ୍ତ୍ର ଅନୁସାରେ ବହୁତ ଖରାପ ଅଟେ। ସଧ୍ୟ୍ୟା ସମୟରେ ବାଳ ଖୋଲାକରି ମୁଣ୍ଡ କୁଣ୍ଡାଇ ଥାନ୍ତି ସେହିପରି ଘରେ ମା ଲକ୍ଷ୍ମୀ କେବେ ବାସ କରି ନଥାନ୍ତି।

ଦ୍ବିତୀୟ କାରଣ : ଆପଣ କେତେକ ସମୟରେ ଦେଖିଥିବେ କେତେକ ମହିଳା ଘର ଦ୍ବାର ମୁହଁରେ ବସିବା , ବସି ଗପିବା ବା ଖାଇବା ଖାଇଥାନ୍ତି। ଘରର ଦ୍ବାର ମୁହଁରେ ଘରର ଲକ୍ଷ୍ମୀ ବସିବା ଏହା ବିଲକୁଲ ଶୁଭ ହୋଇ ନଥାଏ। ମା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ବାର ଦେଇ ହିଁ ଘରକୁ ପ୍ରବେଶ କରିଥାନ୍ତି ଯଦି ମହିଳା ମାନେ ଘରର ଦ୍ବାର ମୁହଁରେ ବସି ବାଟ ରୋକିଥାନ୍ତି ତେବେ ମା ଲକ୍ଷ୍ମୀ ରାଗି ଯାଅନ୍ତି ଏବଂ ଫେରି ଯାଅନ୍ତି । ମନେ ରଖିବେ ଘରର ମୁଖ୍ୟ ଦ୍ବାରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖନ୍ତୁ ଯାହା ଦ୍ବାରା ମା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଘରେ ପ୍ରବେଶ କରିବେ।

ତୃତୀୟ କାରଣ: କେତେକଙ୍କ ଘରେ ମହିଳା ସୂର୍ଯ୍ୟ ଉଦୟ ପରେ ମଧ୍ୟ ସୋଇଥାନ୍ତି। ଏପରି କରିବା ଦ୍ବାରା ଘରର ସବୁ ସୁଖ ସମୃଦ୍ଧି ଚାଲି ଯାଇଥାଏ। ଏବଂ ଘରେ ନାକାରତ୍ମକ ଉର୍ଜା ଉତ୍ପନ ହୋଇଥାଏ। ଏଥିପାଇଁ ଦୟାକରି ସକାଳୁ ଉଠି ଗାଧୋଇ ଭଗବାନଙ୍କ ପୂଜା କରନ୍ତୁ। ଯେଉଁଥି ପାଇଁ ଘରେ ସାକାରତ୍ମକ ଉର୍ଜ ଉତ୍ପନ ହେବ।

ଚତୁର୍ଥ କାରଣ : ଘରେ ରାତିରେ ଅଇଁଠା ବାସନ ରହିବା ଅଶୁଭ ଅଟେ। ଅଇଁଠା ବାସନରେ ନାକାରତ୍ମକ ଉର୍ଜ ରହିଥାଏ। ଯେଉଁ କାରଣରୁ ମା ଲକ୍ଷ୍ମୀ ଘରେ ବାସ କରି ନଥାନ୍ତି। ଚେଷ୍ଟା କରନ୍ତୁ ରାତିର ଅଇଁଠା ବାସନକୁ ଧୋଇବା ପାଇଁ ଯଦି ନ ଧୋଈ ପାରୁଛନ୍ତି ତେବେ ଅଇଁଠା ବାସନକୁ ରୋଷେଇ ଘରୁ ବାହାରେ ରଖନ୍ତୁ। ମନେ ରଖନ୍ତୁ ଅଇଁଠା ବାସନରେ ଘରର ମହିଳା କିମ୍ବା ଅନ୍ୟ କୌଣସି ଲୋକ ସେଥିରେ ଖାଇବା ଖାଅନ୍ତୁ ନାହିଁ।

ପଞ୍ଚମ କାରଣ: ମହିଳା ସ୍ନେହମୟୀ ଏବଂ ତ୍ୟାଗର ମୂର୍ତ୍ତୀ ବୋଲି କୁହାଯାଏ। କିନ୍ତୁ କିଛି ମହିଳାଙ୍କର କଥା ବହୁତ କଟ୍ଟୁ ଏବଂ ଝଗଡା କଲା ପରି ହୋଇଥାଏ। ସେହିପରି ସ୍ତ୍ରୀ ଯେଉଁ ଘରେ ଥାଏ ସେହି ଘରେ ସର୍ବଦା ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ। ସର୍ବଦା ଝଗଡା ପାଇଁ ମା ଲକ୍ଷ୍ମୀ ସେହି ଘରୁ ଛାଲି ଯାଅନ୍ତି ଏବଂ ତାଙ୍କ ବଦଳରେ ସେହି ଘରେ ମା ଲକ୍ଷ୍ମୀଙ୍କର ବଡ ଭଉଣୀ ଅଲକ୍ଷ୍ମୀ ବସ କରନ୍ତି। ଯାହି ଦ୍ବାରା ଘରର ସୁଖ , ସମୃଦ୍ଧି ସବୁ ଚାଲିଯାଏ। ସବୁବେଳେ ଚେଷ୍ଟା କରନ୍ତୁ ଘରେ ଶାନ୍ତି , ଭଗବାନଙ୍କ ପ୍ରତି ର୍ଶଦ୍ଧା ଏବଂ ପ୍ରେମରେ ରଖିବା ପାଇଁ। ଯେଉଁଥିରେ ସୁଖ ସମୃଦ୍ଧି ମିଳିଥାଏ।

ଷଷ୍ଠ କାରଣ : ଯେଉଁ ଘରେ ଭିକାରୀଙ୍କୁ ଭିକ ନ ଦେଇ ଅସମ୍ମାନ କରି ଫେରାଇ ଦିଆ ଯାଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଯଦି ଆପଣଙ୍କ ଘରକୁ ଆସିଥିବା ଭିକାରୀକୁ ଭିକ ନଦେଇ ବା ଅସମ୍ମାନ କରି ଦ୍ବାରରୁ ଫେରାଇ ଦିଅନ୍ତି ଅଥବା ଦ୍ବାରକୁ ଆସିଥିବା ଗାଈକୁ କିଛି ଖାଇବାକୁ ନଦେଇ ଫେରାଇ ଦେଲେ ସେହି ଘରୁ ସୁଖ, ସମୃଦ୍ଧି ଦୂରକୁ ଚାଲି ଯାଇଥାଏ। ଘରର ମହିଳା ମାନେ ବିନା ସିନ୍ଧୁର ଲଗେଇ ବୁଲିବା କଥା ନୁହେଁ। ଘର ଭିତର କଥା ବାହାର ପୁରୁଷଙ୍କ ଆଗରେ କହିବା ଉଚିତ୍ ନୁହେଁ। ଘରେ ଧୂପ, ଦ୍ବୀପ ଦିଅନ୍ତୁ। ସ୍ୱାମୀଙ୍କୁ ଖରାପ ଭାଷାରେ ଗାଳି କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *