ସଙ୍ଗୀତକାର ନେହା ଭସୀନଙ୍କ ଖୁଲାସା, ୧୦ ବର୍ଷ ବୟସରେ ହୋଇଥିଲା ଯୌନ ଶୋଷଣ

IANS ଏଜେନ୍ସି ସହିତ କଥା ହେବାକୁ ଯାଇ ନେହା ଭସୀନ କହିଛନ୍ତି,”ମୁଁ ମାତ୍ର ୧୦ ବର୍ଷର ଥିଲି | ମୁଁ ହାରଦ୍ୱାରା ଯାଇଥିଲି, ସେ ଭାରତର ସବୁଠୁ ଅଧିକ ଧାର୍ମିକ ସ୍ଥାନ ମଧ୍ୟରୁ ଗୋଟିଏ ଅଟେ | ମୋ ମାଆ ମୋ ଠାରୁ କିଛି ଦୂରରେ ଠିଆ ହୋଇଥିଲେ | ଅଚାନକ ଜଣେ ବ୍ୟକ୍ତି ଆସିଲେ ଏବଂ ମୋ ପଛ ପଟରୁ ହାତ ଲଗାଇଲେ | ମୁଁ ଆଶ୍ଚର୍ଯ୍ୟ ହୋଇଗଲି |

କୌଣସି ବ୍ୟକ୍ତିର ଜୀବନରେ ଯୌନ ଶୋଷଣର ସାମ୍ନା କରିବା ବହୁତ ବଡ ଟ୍ରୋମା ହୋଇଥାଏ | ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ପରିଚୟ ସୃଷ୍ଟି କରିଥିବା ସଙ୍ଗୀତକାର ନେହା ଭସୀନ ନିଜ ସହ ହୋଇଥିବା ଉତ୍ପୀଡ଼ନର ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ କିପରି ୧୦ ବର୍ଷ ବୟସରେ କେହି ଜଣେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ |

We underestimate power of background score: Neha Bhasin | People News | Zee News

IANS ଏଜେନ୍ସି ସହିତ କଥା ହେବାକୁ ଯାଇ ନେହା ଭସୀନ କହିଛନ୍ତି,”ମୁଁ ମାତ୍ର ୧୦ ବର୍ଷର ଥିଲି | ମୁଁ ହରିଦ୍ୱାର ଯାଇଥିଲି, ସେ ଭାରତର ସବୁଠୁ ଅଧିକ ଧାର୍ମିକ ସ୍ଥାନ ମଧ୍ୟରୁ ଗୋଟିଏ ଅଟେ | ମୋ ମାଆ ମୋ ଠାରୁ କିଛି ଦୂରରେ ଠିଆ ହୋଇଥିଲେ | ଅଚାନକ ଜଣେ ବ୍ୟକ୍ତି ଆସିଲେ ଏବଂ ମୋ ପଛ ପଟରୁ ହାତ ଲଗାଇଲେ | ମୁଁ ଆଶ୍ଚର୍ଯ୍ୟ ହୋଇଗଲି | ମୁଁ କେବଳ ସେଠାରୁ ତୁରନ୍ତ ପଳାଇ ଆସିଲି | ପୁଣି ଏହାର କିଛି ବର୍ଷ ପରେ ନିକଟରେ ହିଁ ଜଣେ ବ୍ୟକ୍ତି ମୋତେ ଭୁଲ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ |”

ନେହା ଆଗକୁ କହିଲେ ଯେ,”ମୋର ଆଜି ମଧ୍ୟ ସେ ଘଟଣା ମନେ ରହିଛି | ମୁଁ ଭାବୁଥିଲି ଯେ ଏହା ମୋ ଭୁଲ ଯେ ମୋ ସହ ଏପରି ହୋଇଥିଲା | ବର୍ତ୍ତମାନ ଲୋକମାନେ ସୋସିଆଲ ମିଡ଼ିଆରେ ଆପଣଙ୍କୁ ମାନସିକ ରୂପରେ, ଶାରୀରିକ ରୂପରେ, ଭବନାତ୍ମକ ରୂପରେ ଏବଂ ଆଧ୍ୟାତ୍ମିକ ରୂପରେ ଶୋଷଣ କରିଥାନ୍ତି | ମୁଁ ଏମାନଙ୍କୁ କୌଣସି ମୁହଁ ନଥିବା ଆତଙ୍କବାଦୀ ଭାବିଥାଏ |

 

View this post on Instagram

 

A post shared by Neha Bhasin (NB) (@nehabhasin4u)

ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ନେହା:

ଏହାଛଡା ନେହା ଭସୀନ ସୋସିଆଲ ମିଡିଆରେ ଟ୍ରୋଲିଙ୍ଗର ସାମ୍ନା କରିବା ବିଷୟରେ ମଧ୍ୟ କଥା ହୋଇଥିଲେ | ନେହା K-Pop ବେଣ୍ଡ BTSର ପ୍ରଶଂସକଙ୍କ ଦ୍ୱାରା ଟ୍ରୋଲିଙ୍ଗ ସହ୍ୟ କରିଥିଲେ | ସେ ଏହି ବିଷୟରେ କହିଥିଲେ ଯେ,”ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମୁଁ ଅନ୍ୟ ଜଣେ ସିଙ୍ଗରଙ୍କୁ ସପୋର୍ଟ କରିଥିଲି | ମୁଁ K-Pop ବେଣ୍ଡ ପାଇଁ କିଛି ଖରାପ କହି ନଥିଲି | ମୁଁ କେବଳ ଏତିକି କହିଥିଲି ମୁଁ ସେହି ବ୍ୟାଣ୍ଡର ପ୍ରଶଂସକ ନୁହେଁ ଏବଂ ଏତିକି କହିବା ପରେ ମୋତେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ | ବଳା-ତ୍କାରର ଧମକ ଠାରୁ ଆରମ୍ଭ କରି ଜୀବନରୁ ମାରିଦେବା ପର୍ଯ୍ୟନ୍ତ ଧମକ ମୁଁ ସବୁକିଛି ଶୁଣିଥିଲି | ମୁଁ ନୀରବ ରହି ନଥିଲି | ମୁଁ ପୋଲିସରେ କେସ ମଧ୍ୟ ଫାଇଲ କରାଇଥିଲି |

କହି ରଖୁଛୁ ଯେ, ନେହା ଭସୀନଙ୍କୁ ନିଜର ସଚ୍ଚୋଟତା ଏବଂ ସଙ୍ଗୀତ ପରିବେଷଣର ଷ୍ଟାଇଲକୁ ନେଇ ଜାଣିଥାନ୍ତି | ସେ ଫିଲ୍ମ “ମେରେ ବ୍ରଦର କେ ଦୁଲହନ”, “ଟାଇଗର ଜିନ୍ଦା ହେ”, “ଫୋର୍ସ” ଏବଂ “ଭାରତ” ପରି ଫିଲ୍ମ ପାଇଁ ଗୀତ ଗାଇଥିଲେ | ଏହାଛଡା ନେହାଙ୍କୁ ତାଙ୍କ ଏକାକୀ ଏବଂ ଆଲବମ ଗୀତ ପାଇଁ ମଧ୍ୟ ବହୁତ ପସନ୍ଦ କରାଯାଇଥାଏ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *