ଝିଅ ହାଠାତ ନଦୀରେ ଦୌଡିବାକୁ ଲାଗିଲା ,ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବିଶ୍ୱାସରେ ହିଁ ଭଗବାନ ଥାନ୍ତି । ଏହା ତ ସମସ୍ତେ ଶୁଣିଥିବେ କିନ୍ତୁ କଣ କେହି ନିଜ ଆଖିରେ ଏପରି ଦୃଶ୍ୟ ଦେଖିଛନ୍ତି କି ଯେଉଁଥିରୁ ଏହା ବିଶ୍ୱାସ କରିହେବ ଯେ ବିଶ୍ୱାସ ରେ ହିଁ ଭଗବାନ ଜଲଦି ସନ୍ତୁଷ୍ଟ ହୋଇଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଜଣେ ଝିଅ ନିଜର ବିଶ୍ୱାସ ବଳରେ ନଦୀରେ ବିନା ନାବ ରେ ପାର ହୋଇ ଯାଇଛି ।

ତେବେ ଏହି ଘଟଣା ଟି ହେଉଛି ବନାରସ ର ଦେବପୁର ଗାଁ ର । ଏହି ଗାଁ ରେ ଜଣେ ବାବା ମଣିଦିବ୍ୟ ନିଜ କୁଟୀରରେ ରହୁଥିଲେ । ତାଙ୍କୁ ସମସ୍ତେ ଖୁବ ସମ୍ମାନ ଦେଉଥିଲେ । କିନ୍ତୁ ପ୍ରତିଦିନ ମୀରା ନାମକ ଏକ ଝିଅ ଅନ୍ୟ ଗାଁ ରୁ ନଦୀ ପାରି ହୋଇ କ୍ଷୀର ବିକିବାକୁ ଆସୁଥିଲା । ସେ ପ୍ରଥମେ ବାବା ମଣୀଦିବ୍ୟ ଙ୍କୁ କ୍ଷୀର ଦେଉଥିଲା ଏବଂ ପରେ ଅନ୍ୟ ଲୋକଙ୍କୁ ।

ଦିନେ ମୀରା ର ଆସିବା ବିଳମ୍ବ ହେବାରୁ ବାବା ତାକୁ କାରଣ ପଚାରିଥିଲେ । ଉତ୍ତରରେ ସେ କହିଥିଲା ଯେ ନଦୀ ପାର ହେବାକୁ ଡଙ୍ଗା ମିଳିବାରେ ବିଳମ୍ବ ହେଲା । ଏହା ଶୁଣି ବାବା କହିଥିଲେ ଯେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତି କିପରି ଏତେ ବିଳମ୍ବ କରି ପାରିବ । ଭଗବାନ ଙ୍କ ଉପରେ ବିଶ୍ୱାସ ଥିଲେ କୌଣସି ବି ବାଧା ତୁମକୁ ଅଟକାଇ ପାରିବ ନାହିଁ ।

ଏହି କଥା ମୀରା ସାରା ରାତି ଭାବିଥିଲା ଏବଂ ତାପରଦିନ ସଅଳ ଉଠି କ୍ଷୀର ବିକିବାକୁ ଆସିଥିଲା । ଏହା ଦେଖି ବାବା ତାକୁ ଶୀଘ୍ର ଆସିବାର କାରଣ ପଚାରିଥିଲେ । ଉତ୍ତରରେ ମୀରା କହିଥିଲା ଭଗବାନ ଙ୍କ ନାମ ନେଇ ମୁଁ ନଦୀ ପାର ହୋଇଗଲି ଯାହାଦ୍ୱାରା କୌଣସି ଡଙ୍ଗା ର ଆବଶ୍ୟକତା ପଡ଼ିଲା ନାହିଁ । ଏହା ଶୁଣି ବାବା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ମୀରା କୁ ନେଇ ପୁଣିଥରେ ସେହି ନଦୀ ପାଖକୁ ଯାଇଥିଲେ ।

ଏହାପରେ ମୀରା ପୁଣିଥରେ ଭଗବାନ ଙ୍କ ନାମ ନେଇ ନଦୀରେ ଚାଲିବାକୁ ଲାଗିଲେ । ଏହା ଦେଖି ବାବା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ଯେ ମୁଁ ଭଗବାନ ଙ୍କ ଧ୍ୟାନ କରି ସେହି କୁଟୀରରେ ନିଜର ସାରା ଜୀବନ ବିତାଇ ଦେଲି । କିନ୍ତି ବାସ୍ତବ ଭାଗବନ ତ ମଣିଷର ବିଶ୍ୱାସରେ । ତେଣୁ ସେ ସେହି ଦିନ ଠାରୁ ମୀରା ଙ୍କୁ ନିଜ ଗୁରୁ ଭାବରେ ସ୍ୱୀକାର କରିଥିଲେ ।

Leave a Reply

Your email address will not be published. Required fields are marked *