ଦେଖନ୍ତୁ VIDEO: ନେହା କକ୍କଡ ରୋହନପ୍ରୀତଙ୍କୁ ମାରିଲେ ଚାପୁଡ଼ା!

ଗତଦିନ ହାତାହାତି ପରେ ବର୍ତ୍ତମାନ ନେହା କକ୍କଡ(Neha Kakkar) ସ୍ବାମୀ ରୋହନପ୍ରୀତ ସିଂହଙ୍କ ମଧ୍ୟରେ ରାସ୍ତା ଉପରେ ଚାପୁଡ଼ା ମାରି ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ତାଙ୍କ ଗୀତ ‘ଖଢ ତୈନୁ ମେଂ ଦସା’ (Khad Tainu Main Dassa)ର ପ୍ରମୋଶନର ଅଂଶ ଅଟେ।

ବର୍ତମାନ ନେହା କକ୍କଡ ଏବଂ ରୋହନପ୍ରୀତ ସିଂହ (Rohanpreet Singh)ଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ ଲଢେଇ-ଝଗଡା(Neha Kakkar Rohanpreet Singh fight video) ଏବଂ ହାତାହାତି ହେଉଥିବାର ଦେଖା ଯାଇଥିଲେ। ବର୍ତମାନ ଏହି କପଲଙ୍କର ଗୋଟିଏ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ନେହା ମଝି ରାସ୍ତାରେ ସ୍ବାମୀ ରୋହନପ୍ରୀତ ସିଂହଙ୍କୁ ଚାପୁଡ଼ା ମାରି ଦେଇଥିଲେ।

ବାସ୍ତବରେ ଏହି ଭିଡିଓ ମଧ୍ୟ ନେହା ଏବଂ ରୋହନପ୍ରୀତଙ୍କ ପୂର୍ବ ଭିଡିଓ ପରି ତାଙ୍କର ନୂଆ ଗୀତ ‘ଖଢ ତୈନୁ ମେଂ ଦସା’ (Khad Tainu Main Dassa)ର ପ୍ରମୋଶନର ଅଂଶ ଅଟେ। ଏହି ଗୀତ ମୁକ୍ତିଲାଭ ହୋଇ ସାରିଛି ଏବଂ ଏହାର ପ୍ରମୋଶନ ପାଇଁ ନେହା ଏବଂ ରୋହନପ୍ରୀତଙ୍କ ଯୋଡ଼ି ଏହି ନୂଆ ଭିଡିଓ ବନେଇଛନ୍ତି।

ଭିଡ଼ିଓରେ ନେହା ଏବଂ ରୋହନପ୍ରୀତ ରାସ୍ତା ମଝିରେ ନିଜ ଭିତରେ ଝଗଡ଼ା କରୁଥିବାର ଦେଖାଯାଇଛନ୍ତି। ସେହି ସମୟରେ ନେହା ରୋହନପ୍ରୀତଙ୍କୁ ଚାପୁଡ଼ା ମାରି (Neha slaps Rohanpreet on road) ଦେଇଥିଲେ। ଏହାପରେ ଦୁଇଜଣ ଯାକ ପୁଣି ମସ୍ତିରେ ଡ୍ୟାନ୍ସ କରିବାକୁ ଲାଗି ଯାଇଥାନ୍ତି। ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ନେହା କକ୍କଡ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ (Neha Kakkar Instagram) ଆକାଉଣ୍ଟରେ ସେୟାର କରିଛନ୍ତି।

ରୋହନପ୍ରୀତ ପଚାରିଛନ୍ତି- କଣ ପ୍ରତ୍ୟେକ ଘରବାଲି ନିଜ ଘରବାଲାଙ୍କୁ ଏମିତି ହିଁ ମାନିଥାନ୍ତି?

ଏହି ଭିଡିଓ ଉପରେ କମେଣ୍ଟ ବକ୍ସରେ ରୋହନପ୍ରୀତ ସିଂହ (Rohanpreet) ଗୋଟିଏ ମଜାଦାର ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ରୋହନପ୍ରୀତ ଲେଖିଛନ୍ତି, ‘ମୁଁ ସମସ୍ତ ଜନତାଙ୍କୁ ପଚାରିବା ପାଇଁ ଚାହୁଁଛି କି କଣ ପ୍ରତ୍ୟେକ ଘରବାଲି ନିଜ ଘରବାଲାଙ୍କୁ ଏମିତି ହିଁ ମାନିଥାନ୍ତି?କଣ ପ୍ରତ୍ୟେକ ଘରବାଲାଙ୍କ ଭାଗ୍ୟରେ ମାଡ଼ ହିଁ ଲେଖା ହୋଇଛି?’

୧୦ଲକ୍ଷରୁ ମଧ୍ୟ ଅଧିକ ଭ୍ୟୁଜ

ଦେଖୁ ଦେଖୁ ହିଁ ନେହା କକ୍କଡ ଏବଂ ରୋହନପ୍ରୀତଙ୍କ ଏହି ନୂଆ ଭିଡିଓ ଭାଇରାଲ ହୋଇ ଯାଇଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ୧ଦିନରେ ୧୦ଲକ୍ଷରୁ ମଧ୍ୟ ଅଧିକ ଥର ଦେଖା ଯାଇ ସାରିଛି ଏବଂ ଫ୍ୟାନ୍ସମାନେ ମଧ୍ୟ ବହୁତ ଭଲପାଇବା ଦେଉଛନ୍ତି।

Leave a Reply

Your email address will not be published. Required fields are marked *