ଏହି ମହିଳାଙ୍କୁ ଦାଢ଼ି ନିଷ ରଖିବା ପସନ୍ଦ, କେଶ ହଟେଇବା ପାଇଁ ବ୍ୟବହାର କରନ୍ତି ନାହିଁ, ରେଜର୍ କି ହେୟାର ରିମୁଭାଲ,ଜାଣନ୍ତୁ ଏହି ମହିଳାଙ୍କ ବିଷୟରେ

ପୁରୁଷମାନଙ୍କ ମୁହଁରେ ଦାଢି ନିଷ ଉଠିବା ଏକ ସାଧାରଣ କଥା। ଏହା ପୁରୁଷମାନଙ୍କୁ ସୁନ୍ଦର କରିଥାଏ ହେଲେ ଭାବିଲେ ଯଦି ମହିଳାମାନେ ଦାଢ଼ି ନିଷ ରଖିବେ ତାହାଲେ ସେମାନେ କିପରି ଦିଶିବେ। ଦାଢ଼ି ନିଷତ ଦୂରର କଥା ମହିଳା ମାନଙ୍କ ମୁହଁରେ ଟିକେ ଅନୱାଣ୍ଟେଡ କେଶ ଉଠିଲେ ସେମାନେ ଖ-ରାପ ଦେଖା ଯାଇଥାନ୍ତି। ତେଣୁ ଯେ କୌଣସି ଉପାୟରେ ନିଜ ଚେହେରାରୁ ଅନୱାଣ୍ଟେଡ କେଶ ବାହାର କରି ଦେଇଥାନ୍ତି ମହିଳାମାନେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ତାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢ଼ି ରଖିଛନ୍ତି ଓ ଏହାତାଙ୍କ ଆତ୍ମ-ବିଶ୍ଵାସ ବଢ଼ାଇଛି ବୋଲି କହିଛନ୍ତି।

କ୍ଲାଇଡ ୱାରେନ୍ ନାମକ ଏହି ମହିଳା ଜଣକ ଆମେରିକାର ନେବରାସ୍କାରେ ରୁହନ୍ତି। ୧୫ ବର୍ଷ ବୟସରୁ ତାଙ୍କ ମୁହଁରେ ସାଧାରଣଠାରୁ ଅଧିକ କେଶ ଦେଖାଯିବା ଆରମ୍ଭ କଲା। ଏହା ଦେଖି ସେ ମନ ଦୁଃଖ କରିନଥିଲେ ବରଂ କ୍ଲାଇଡ ନିଷ୍ପତ୍ତି ନେଇଥିଲେ ଯେ ସେ ପ୍ରକୃତିର ଏହି ନିୟମକୁ ଉଲ୍ଲଂଘନ କରିବେ ନାହିଁ। ସେ ସେଗୁଡିକୁ ଯେପରି ଅଛନ୍ତି ସେପରି ବଢିବାକୁ ଦେବେ। କ୍ଲାଇଡଙ୍କ ଏହି ନିଷ୍ପତ୍ତି ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା। ତାଙ୍କ ମୁହଁର କେଶ ହେତୁ ଲୋକମାନେ ଅ-ଶ୍ଳୀ-ଳ ମନ୍ତ-ବ୍ୟ ଦେବା ଆରମ୍ଭ କରିଦେଇଥିଲେ।

ସେ ଯେଉଁଆଡେ ବି ଯାଉଥିଲେ ଲୋକମାନେ ତାଙ୍କୁ ଅନାଇ ପରିହାସ କରିବା ସହ ଚକିତ ହେଲା ଭଳି ବ୍ୟବହାର କରୁଥିଲେ। କେବଳ ସେତିକି ନୁହେଁ ଡେଟିଂ ଆପରେ ମଧ୍ୟ ତାଙ୍କୁ ପରି-ହାସ କରାଯାଉଥିଲା। ଲୋକମାନେ ତାଙ୍କ ମୁହଁ ଉପରେ ସିଧାସଳଖ ଏହି ବିଷୟରେ ଖ-ରା-ପ ମନ୍ତ-ବ୍ୟ ଦେଇଥିଲେ। ଏସବୁ ସତ୍ତ୍ୱେ କ୍ଲାଇଡ୍ ଭାଙ୍ଗି ପଡ଼ିନଥିଲେ। ଏହା ବଦଳରେ ସେ ଜଣେ ଶକ୍ତିଶାଳୀ ମହିଳା ଭାବରେ ଉଭା ହୋଇଥିଲେ। ତାଙ୍କର ଦୃଢ଼ ଇଚ୍ଛାଶକ୍ତି ପାଇଁ ଆଜି ସେ ସାରା ବିଶ୍ୱରେ ପରିଚିତ ହେବା ସହ ଖୁସିରେ ଅଛନ୍ତି।

କ୍ଲାଇଡ୍ ୱାରେନ୍ କୁହନ୍ତି ଯେ ମୁଁ ମୁହଁରେ କେଶ ରଖିଥିବା ହେତୁ ମୋତେ ବହୁତ ଗାଳିଗୁଲଜ ଶୁଣିବାକୁ ପଡିଛି, ଏପରି ଦିନ ଥିଲା ଯେ ଲୋକମାନେ ମୋ ପାଖରେ ବସିବାକୁ ମଧ୍ୟ ପସନ୍ଦ କରୁ ନଥିଲେ। ଏବଂ ସମୟ ଅତିବାହିତ ହେବା ସହ ୨୭ ବର୍ଷୀୟ କ୍ଲାଇଡ୍ ୱାରେନ୍ ଆହୁରି ଶକ୍ତି-ଶାଳୀ ହୋଇଛନ୍ତି। ତାଙ୍କର ନିଷ୍ପତ୍ତି ଆଜି ମଧ୍ୟ ସମାନ। ସେ ମୁହଁରୁ କେଶ କାଟିବାକୁ ଚାହୁଁନାହାଁନ୍ତି। ସେ ଏହାକୁ ପ୍ରକୃତିରୁ ମିଳିଥିବା ଉପହାର ବୋଲି ବିବେଚନା କରନ୍ତି। କ୍ଲାଇଡ୍ ୱାରେନଙ୍କର ଜଣେ ପାର୍ଟନର ଅଛନ୍ତି ଯିଏ ତାଙ୍କୁ ଏଥି ପାଇଁ ସମର୍ଥନ କରନ୍ତି। ସେ କ୍ଲାଇଡଙ୍କୁ କହିଥିଲେ ଯେ ତୁମର ଜିଦ୍ ତୁମକୁ ଶକ୍ତି-ଶାଳୀ କରିବ। ଏବଂ ତାହା ମଧ୍ୟ ହେଲା। ସେ ଜଣେ ଲେଖକ ହେବାକୁ ଚାହୁଁଥିବା ବେଳେ ବର୍ତ୍ତମାନ ଫ୍ରିଲାନ୍ସିଂ ସାମ୍ବାଦିକତା କରୁଛନ୍ତି। କ୍ଲାଇଡ୍ ୱାରେନଙ୍କ କ୍ଷେତ୍ରରେ ଦେଖା ଯାଇଥିବା ଏହି ସମସ୍ୟା ହିରସୁଟିଜିମ୍ ନାମକ ଏକ ରୋଗ। ଏଥିରେ ମହିଳାଙ୍କ ମୁହଁ, ଆଣ୍ଠୁ, ପେଟ, ଛାତି, ପିଠି ଏବଂ ଜଙ୍ଘରେ କେଶ ବଢିଥାଏ। ଏକ ହରମୋନାଲ ସମସ୍ୟା ହେତୁ ହିରସ୍ୟୁଟିଜିମ୍ ରୋଗ ହୋଇଥାଏ। ଏହା ଶରୀରରେ ଆଣ୍ଡ୍ରୋଜେନ୍ ନାମକ ହରମୋନର ସ୍ତରକୁ ବଢାଇଥାଏ। ତେବେ ଏହାର ଚିକିତ୍ସା ସମ୍ଭବ।

Leave a Reply

Your email address will not be published. Required fields are marked *