ବେ-ଶ୍ୟାର ଭୂମିକାରେ ଅଭିନୟ କରି ସାରିଛନ୍ତି ଏହି ଅଭିନେତ୍ରୀ, ବର୍ତ୍ତମାନ ଆଲିଆ ମଧ୍ୟ ସାଜିବେ ବେ-ଶ୍ୟା

ବଲିଉଡରେ ବେ-ଶ୍ୟା ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବା ନିର୍ଦ୍ଦେଶକ ମାନଙ୍କ ପାଇଁ ଏକ ବହୁତ ବଡ ଚ୍ୟାଲେଞ୍ଜର କାର୍ଯ୍ୟ ଅଟେ | ଏହି ଫିଲ୍ମ ଗୁଡିକୁ ତିଆରି କରିବା ପାଇଁ କେବଳ ନିର୍ଦ୍ଦେଶକ ନୁହନ୍ତି ବରଂ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କୁ ମଧ୍ୟ ବଡ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡିଥାଏ |

ତେବେ ଅନେକ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେ-ଶ୍ୟା ଜୀବନର ତିକ୍ତ ସତ୍ୟକୁ ବହୁତ ଭଲ ଭାବରେ ପ୍ରସ୍ତୁତ କରିପାରିଛନ୍ତି | ଆଜି ଆମେ ଏହି ଆର୍ଟିକଲରେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପରଦାରେ ବେ-ଶ୍ୟା ରୂପରେ ବହୁତ ଭଲ ଅଭିନୟ କରିଛନ୍ତି |

ବହୀଦା ରହମାନ :

ବଲିଉଡର କ୍ଲାସିକ ଫିଲ୍ମ ପ୍ୟାସା ଯାହାକି ୧୯୫୭ ମସିହାରେ ରିଲିଜ ହୋଇଥିଲା | ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତ୍ରୀ ବହୀଦା ରହମାନ, ଗୁଲାବୋ ନାମକ ଜଣେ ବେ-ଶ୍ୟାର ଭୂମିକାରେ ଅଭିନୟ କରିଥିଲେ | ସେହିପରି ଗୁରୁଦତ୍ତ, କବି ବିଜୟଙ୍କର ଭୂମିକାରେ ଅଭିନୟ କରିଥିଲେ | ବହୀଦା ରହମାନଙ୍କ କଥା କହିବାକୁ ଗଲେ ସେ ଏପରି ପ୍ରଥମ ଅଭିନେତ୍ରୀ ଥିଲେ ଯିଏକି ରୂପେଲି ପରଦାରେ ବେଶ୍ୟାର ଭୂମିକାରେ ଅଭିନୟ କରିଥିଲେ ଏବଂ ସେମାନଙ୍କର ଜୀବନର ଯନ୍ତ୍ରଣାକୁ ଦେଖାଇଥିଲେ |

ଶର୍ମିଲା ଟାଗୋର :

୧୯୭୫ ମସିହାରେ ଆସିଥିବା ଗୁଲଜାର ନିର୍ଦେଶିତ ଫିଲ୍ମ ମୌସମରେ ଶର୍ମିଲା ଟାଗୋର ବେ-ଶ୍ୟାର ଭୂମିକାରେ ଅଭିନୟ କରିଥିଲେ | ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଶର୍ମିଲା ଟାଗୋର ମାଆ ଏବଂ ଝିଅର ଡବଲ ରୋଲ ପ୍ଲେ କରିଥିଲେ | ଫିଲ୍ମ ମୌସମରେ ଶର୍ମିଲା ଟାଗୋରଙ୍କୁ ଛାଡିଦେଲେ ସଂଜୀବ କୁମାର ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ |

ତବୁ :

ମଧୁର ଭଣ୍ଡାରକରଙ୍କର ଫିଲ୍ମ “ଚାନ୍ଦିନୀ ବାର”ରେ ବାର ଡ୍ୟାନ୍ସରର ଭୂମିକାରେ ଅଭିନୟ କରିଥିବା ତବୁ ବହୁତ ଭଲ ଭାବରେ ବେ-ଶ୍ୟାଙ୍କର ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ପାଇଁ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ପାଇଥିଲେ | ଏହି ଫିଲ୍ମ ମୁମ୍ବାଇର ଅଣ୍ଡରୱାର୍ଲଡର କାହାଣୀ ରହିଥିଲା, ଯେଉଁଥିରେ ବାର ଡ୍ୟାନ୍ସର ଏବଂ ବେଶ୍ୟାବୃତ୍ତିରେ ଜୋର ଜବରଦସ୍ତ ରହିଥିବା ଝିଅ ମାନଙ୍କର ଜୀବନକୁ ପରଦାରେ ପ୍ରସ୍ତୁତ କରାଯାଇଥିଲା |

ବିଦ୍ୟା ବାଲନ :

ବିଦ୍ୟା ବାଲନଙ୍କ ନାମ ମଧ୍ୟ ଏହି ତାଲିକାରେ ଶାମିଲ ରହିଛି | ୨୦୧୭ ମସିହାରେ ବିଦ୍ୟା ବାଲନ ଫିଲ୍ମ ବେଗମ ଜାନରେ ଏକ ବେଶ୍ୟାର ଭୂମିକାରେ ନଜର ଆସିଥିଲେ |

କରୀନା କପୁର:

କରୀନା କପୁର ମଧ୍ୟ ନିଜର ଅଭିନୟ କ୍ୟାରିୟରରେ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିଛନ୍ତି | ଏହା କାରଣ ଅଟେ ଯେ ସେ ଥରେ ନୁହେଁ ବରଂ ଦୁଇଥର ବେ-ଶ୍ୟାର ଭୂମିକାରେ ଅଭିନୟ କରିଛନ୍ତି | ୨୦୦୪ ମସିହାରେ ଆସିଥିବା ଫିଲ୍ମ ଚମେଲୀ ଏବଂ ୨୦୧୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ତଲାଶରେ କରୀନା ବେ-ଶ୍ୟାର ଭୂମିକାରେ ଅଭିନୟ କରିଛନ୍ତି |

ନେହା ଧୂପିୟା :

ଏମିତିରେ ନେହା ଧୂପିୟାଙ୍କ ଫିଲ୍ମ କ୍ୟାରିୟର ଫ୍ଲପ ହିଁ ରହିଥିଲା କିନ୍ତୁ ସେ ଥରେ ବେ-ଶ୍ୟା ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି | ତେବେ ତାଙ୍କର ଏହି ଚରିତ୍ରକୁ ମଧ୍ୟ ଦର୍ଶକ ପସନ୍ଦ କରି ନଥିଲେ | କହି ରଖୁଛୁ ଯେ ୨୦୦୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଜୁଲିରେ ନେହା ଧୂପିୟା ଏକ ବେ-ଶ୍ୟା ଭୂମିକାରେ ଅଭିନୟ କରିଥିଲେ |

କଳ୍କୀ କୋଚଲୀନ :

ନାମିଦାମୀ ନିର୍ଦେଶକ ଅନୁରାଗ କଶ୍ୟପ ୨୦୦୯ ମସିହାରେ ଦେବଦାସର ମର୍ଦନ ଭର୍ଜନ ଫିଲ୍ମ ଦେବ ଡି ନିର୍ମାଣ କରିଥିଲେ | ଏହି ଫିଲ୍ମରେ କଳ୍କୀ କୋଚଲୀନ ଚନ୍ଦାର ଭୂମିକାରେ ଅଭିନୟ କରିଥିଲେ | ଫିଲ୍ମ ପାଇଁ କଳ୍କୀ କୋଚଲୀନଙ୍କୁ ଫିଲ୍ମ ଫେୟାର ବେଷ୍ଟ ସପୋର୍ଟିଂ ଏକଟ୍ରେସ ଆୱାର୍ଡ ମିଳିଥିଲା |

କୋଙ୍କଣା ସେନ ଶର୍ମା :

ମଧୁର ଭଣ୍ଡାରକର ଚାନ୍ଦିନୀ ବାରରେ ତବୁକୁ କାଷ୍ଟ କରିବା ପରେ ଫିଲ୍ମ ଟ୍ରାଫିକ ସିଗନାଲରେ କୋଙ୍କଣା ସେନ ଶର୍ମାଙ୍କୁ କାଷ୍ଟ କରିଥିଲେ | ଏହି ଫିଲ୍ମ ଟ୍ରାଫିକ ସିଗନାଲ ଆଖପାଖରେ ରହୁଥିବା ଲୋକଙ୍କ ଜୀବନ ଉପରେ ଆଧାରିତ ଥିଲା | ଫିଲ୍ମରେ କୋଙ୍କଣା ସେନ ଶର୍ମା ଜଣେ ବେଶ୍ୟାର ଭୂମିକାରେ ଅଭିନୟ କରିଥିଲେ |

ଆଲିଆ ଭଟ୍ଟ:

ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ନିକଟରେ ହିଁ ଯୋଡ଼ିଛି | ଆଲିଆ ଭଟ୍ଟ ଆଗାମୀ ଦିନରେ ସଞ୍ଜୟ ଲୀଳା ଭନ୍ସାଲୀଙ୍କ ଫିଲ୍ମ ଗଙ୍ଗୁବାଈ କାଠିଆୱାର୍ଡରେ ୬୦ ଦଶକର କମାଠିପୁରାରେ ବେ-ଶ୍ୟାଳୟ ଚଳାଉଥିବା ଗଙ୍ଗୁବାଈର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି |

ଏହି ଫିଲ୍ମ ହୁସେନ ଜୈଦଙ୍କ ପୁସ୍ତକ ମାଫିଆ କ୍ୱିନସ ଅଫ ମୁମ୍ବାଇ ଉପରେ ଆଧାରିତ | ଗଙ୍ଗୁବାଈ ୬୦ ଦଶକରେ ମୁମ୍ବାଇରେ ମାଫିଆର ଏକ ବଡ ନାମ ଥିଲା | ଗଙ୍ଗୁବାଈଙ୍କୁ ତାଙ୍କ ନିଜ ସ୍ୱାମୀ ମାତ୍ର ୫୦୦ ଟଙ୍କା ପାଇଁ ବିକ୍ରି କରିଦେଇଥିଲେ ଏବଂ ତାହାପରେ ଗଙ୍ଗୁବାଈ ବେଶ୍ୟାବୃତ୍ତିରେ ଲିପ୍ତ ହୋଇଯାଇଥିଲେ |

ଗଙ୍ଗୁବାଈ ବେ-ଶ୍ୟାବୃ-ତ୍ତିରେ ରହି ମଧ୍ୟ ଝିଅମାନଙ୍କ ପାଇଁ ସାହାରା ହେଉଥିଲେ | ତେବେ ବର୍ତ୍ତମାନ ଗଙ୍ଗୁବାଈଙ୍କ ପରିବାର ଏହି ଫିଲ୍ମ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ଏବଂ ଫିଲ୍ମର କିଛି ତଥ୍ୟକୁ ମହାହାନିକାରକ ମଧ୍ୟ କହିଛନ୍ତି | ଏଥିରେ ଆଲିଆ ଏବଂ ସଞ୍ଜୟ ଲୀଳା ଭନ୍ସାଲୀଙ୍କ ଉପରେ କେଶ ଫାଇଲ କରାଯାଇଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *