ବର୍ତମାନ ଏମିତି ହୋଇଗଲେଣି ‘ଛୋଟା ବଚ୍ଚା ଜାନ କେ ନା କୋଇ ଆଂଖ ଦିଖାନା ରେ’ ର ‘କିଶନ’, ହୋଇଯାଇଛନ୍ତି ପୁରା ହ୍ୟାଣ୍ଡସମ

ହିନ୍ଦୀ ସିନେମାରେ ଏମିତି ଅନେକ ଶିଶୁ କଳାକାର ଅଛନ୍ତି ଯେଉଁମାନେ ଫ୍ୟାନ୍ସଙ୍କ ହୃଦୟରେ ନିଜ ଯାଦୁ କରିବାରେ ସଫଳ ହୋଇଛନ୍ତି। ଏମିତି ହିଁ ଜଣେ ଚର୍ଚ୍ଚିତ ଶିଶୁ କଳାକାର ହେଉଛନ୍ତି ଓମକାର କପୂର। ଆପଣ ବୋଧହୁଏ ଅଳ୍ପ ଦ୍ଵନ୍ଦରେ ପଡି ଯାଉଥିବେ କି ଆମେ କାହା କଥା କହୁଛୁ। ତ ଚାଲନ୍ତୁ ଆପଣଙ୍କୁ ସିଧା-ସିଧା ଜଣାଇବୁ ‘ଛୋଟା ବଚ୍ଚା ଜାନ କେ ନା କୋଇ ଆଂଖ ଦିଖାନା ରେ…ଟୁପୀ-ଟୁପୀ ଟପ-ଟପ’ ଗୀତରେ ଦେଖା ଯାଉଥିବା ଛୁଆଙ୍କର।

୯୦ଦଶକରେ ଓମକାର କପୂର ଶିଶୁ କଳାକାର ରୂପରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସିନେମା ମାସୁମର ଏହି ଗୀତ ‘ଛୋଟା ବଚ୍ଚା ଜାନ କେ ନା କୋଇ ଆଂଖ ଦିଖାନା ରେ…ଟୁପୀ-ଟୁପୀ ଟପ-ଟପ’ ବହୁତ ଲୋକପ୍ରିୟ ହୋଇଥିଲା ଏବଂ ଏଥିରେ ଓମକାର କପୂର ମଧ୍ୟ ବହୁତ ଚର୍ଚ୍ଚାରେ ଥିଲେ। ସିନେମା ‘ମାସୁମ’ରେ ଓମକାର ‘କିଶନ’ ନାମକ ଛୁଆର ଚରିତ୍ରରେ ଅଭିନୟ କରିଥିଲେ। ଆସନ୍ତୁ ଆଜି ଓମକାରଙ୍କ ବିଷୟରେ ଜାଣିବା ଏବଂ ବର୍ଷବର୍ଷ ପରେ ଦେଖିବା କି ସେ ବର୍ତ୍ତମାନ କେମିତି ଦେଖା ଯାଉଛନ୍ତି…

ବର୍ଷବର୍ଷ ପରେ ବର୍ତ୍ତମାନ ଓମକାର କପୂରଙ୍କ ଲୁକ ସଂପୂର୍ଣ୍ଣ ଭାବରେ ବଦଳି ସାରିଛି। ସିନେମା ‘ମାସୁମ’ରେ ସୁନ୍ଦର ଏବଂ କ୍ୟୁଟ ଦେଖାଯାଉଥିବା ‘କିଶନ’ ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଲେଣି। ଜଣା ଯାଉଛି କି,ଓମକାର କପୂର ବର୍ତ୍ତମାନ ମଧ୍ୟ ସିନେମା ଦୁନିଆରେ ସକ୍ରିୟ ଅଛନ୍ତି। ସେ ଲୁକରେ ଆଜିର ଚର୍ଚ୍ଚିତ ବଲିଉଡ ଷ୍ଟାରଙ୍କୁ ମଧ୍ୟ ପରାଜିତ କରି ଦେଉଛନ୍ତି।

ଅକ୍ଷୟ-ଅମୀର-ସଲମାନ-ଗୋବିନ୍ଦା-ଅନୀଲ କପୂରଙ୍କ ସହିତ କରିଛନ୍ତି କାମ…

ଓମକାର କପୂର ୯୦ଦଶକରେ ଅନେକ ସିନେମାରେ ଅଂଶ ରହିଥିଲେ। ସେହି ସମୟରେ ସେ ଅକ୍ଷୟ କୁମାର, ଅମୀର ଖାନ, ସଲମାନ ଖାନ, ଅନୀଲ କପୂର ଏବଂ ଗୋବିନ୍ଦାଙ୍କ ଭଳି ସୁପରଷ୍ଟାରଙ୍କ ସହିତ ମଧ୍ୟ କାମ କରିଛନ୍ତି।ଓମକାର କପୂର ସଲମାନ ଖାନଙ୍କ ସହିତ ସିନେମା ‘ଜୁଡଓ୍ବା’ ଏବଂ ‘ହିରୋ ନଂ-1’ ରେ ଗୋବାନ୍ଦାଙ୍କ ସହିତ ଦେଖିବାକୁ ମିଳିଥିଲେ। ଯେତେବେଳେ କି ଅନୀଲ କପୂର, ଶ୍ରୀ ଦେବୀ ଏବଂ ଉର୍ମିଳା ମାତୋଣ୍ଡକରଙ୍କ ସିନେମା ‘ଜୁଦାଇ’ରେ ମଧ୍ୟ ସେ ଶିଶୁ କଳାକାର ଭାବରେ କାମ କରିଥିଲେ। ସେଠାରେ ଅଭିନେତା ଅକ୍ଷୟ କୁମାରଙ୍କ ସିନେମା ‘ଇଣ୍ଟରନ୍ୟାସନାଲ ଖିଲାଡ଼ି’ ଏବଂ ଅମୀର ଖାନ-ଟୁଇଁକିଲ ଖନ୍ନାଙ୍କ ସିନେମା ‘ମେଲା’ରେ ମଧ୍ୟ ସେ ଦେଖିବାକୁ ମିଳିଥିଲେ।

ପ୍ୟାରା କା ପଞ୍ଚନାମା 2ରେ ପୁଣି ଫେରି ଆସିଥିଲେ…

ଶିଶୁ କଳାକାର ଭାବରେ ନିଜ ସିନେମା କ୍ୟାରିୟରର ଆରମ୍ଭ କରିଥିବା ଓମକାର କପୂର ପରେ ସିନେମା ଜଗତରୁ ଦୂରେଇ ଯାଇଥିଲେ। ସେ ବର୍ଷ୨୦୧୫ରେ ସିନେମାରେ ପୁଣି ଫେରି ଆସିଥିଲେ। ସେହି ସମୟରେ ସେ ସିନେମା ‘ପ୍ୟାର କା ପଞ୍ଚନାମା 2’ରେ ନଜର ଆସିଥିଲେ। ଲବ ରଞ୍ଜନ ଦ୍ଵାରା ନିର୍ଦ୍ଦେଶିତ ଏହି ସିନେମାରେ ଓମକାର ‘ତରୁଣ’ ଚରିତ୍ରରେ ଅଭିନୟ କରିଥିଲେ, ତାଙ୍କ କାମକୁ ବର୍ଷବର୍ଷ ପରେ ମଧ୍ୟ ଫ୍ୟାନ୍ସ ବହୁତ ପ୍ରଶଂସା କରିଥିଲେ।

ଆସିଷ୍ଟେଣ୍ଟ ଡାଇରେକ୍ଟର ରୂପରେ ମଧ୍ୟ କରିଛନ୍ତି କାମ…

ଅଭିନେତା ସହିତ ହିଁ ଓମକାର ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ, ଫରାହ ଖାନ ଏବଂ ଅହମଦ ଖାନଙ୍କ ସହିତ ନିର୍ଦେଶନାର ଶୈଳୀ ବିଷୟରେ ମଧ୍ୟ ଶିଖିଛନ୍ତି। ସିନେମା ‘ପ୍ୟାର କା ପଞ୍ଚନାମା 2’ ପରେ ଓମକାର ‘ୟୁ ମୀ ଔର ଘର’ ଏବଂ ‘ଝୁଠା କହି କା’ ଭଳି ସିନେମାରେ ନଜର ଆସିଥିଲେ। ହେଲେ ସେ ବଡ଼ ହେବାପରେ ତାଙ୍କୁ ସେହି ସଫଳତା ମିଳି ପାରିନଥିଲା ଯାହାକି ତାଙ୍କୁ ଶିଶୁ କଳାକାର ଭାବରେ ମିଳିଥିଲା।

Leave a Reply

Your email address will not be published. Required fields are marked *