ଓଲିଉଡ୍‌ ସିଙ୍ଗର ତପୁ ମିଶ୍ର, ଆଇସିୟୁରେ !

୨୦୨୧ ମସିହାରେ କରୋନା କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ପୁଣି ଓଡ଼ିଶା ବିଷୟରେ କହିବାକୁ ଗଲେ ଏହି ବର୍ଷ କରୋନା ରେ କେତେ ନିରୀହ ଲୋକଙ୍କ ପ୍ରାଣ ଚାଲି ଯାଇଛି । ଏବେ ଅନେକ ଲୋକ ମେଡିକାଲ ରେ କରୋନା ସହିତ ଲ-ଢ଼େ-ଇ କରୁଛନ୍ତି । ତେବେ ଏସବୁ ମଧ୍ୟରେ ଓଲିଉଡ ଜଗତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଏହା ଜଣା ଯାଇଛି ଯେ ଓଲିଉଡ ଗାୟିକା ତପୁ ମିଶ୍ର କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।

ତପୁ ମିଶ୍ର ଙ୍କୁ ବା ଓଡ଼ିଶାରେ କିଏ ନଜଣେ । ସେ ଜଣେ ଲୋକପ୍ରିୟ ଗାୟିକା ଅଟନ୍ତି । ଫିଲ୍ମ ଏବଂ ଆଲବମ ରେ ନିଜର ପ୍ରତିଭା କାରଣରୁ ସେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ ଖୁବ ଅଧିକ । ତେବେ ତାଙ୍କ ପ୍ରଶଂସକ ଙ୍କ ପାଇଁ ଏକ ଦୁଃଖ ଖବର ଆସିଛି । ତପୁ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ତାଙ୍କ ସ୍ୱାସ୍ଥ୍ୟ ଖୁବ ଖରାପ ହୋଇ ଯାଇଥିଲା । ତେଣୁ ତାଙ୍କୁ ଭୁବନେଶ୍ୱର ର ଏକ ପ୍ରାଇଭେଟ ହସ୍ପିଟାଲରେ ICU ରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ଥିତି ଖୁବ ସଚନୀୟ ରହିଛି ।

ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । କେବଳ ଫେସବୁକ ଆକାଉଣ୍ଟ ରେ ଏହି ଖବର କୁ ଟ୍ୟାଗ କରାଯାଇ ତାଙ୍କ ପ୍ରଶଂସକ ମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଖବର ଟ୍ୱିଟର ଯୋଗେ ମଧ୍ୟ ଜଣାଇ ଦିଆଯାଇଛି । ସମସ୍ତେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏମିତିରେ ତପୁ ମିଶ୍ର ଗତ ୧୦ ଦିନ ତଳେ ବାପା ଙ୍କୁ ହରାଇଛନ୍ତି ଏବଂ ବର୍ତ୍ତମାନ ନିଜର ଏପରି ଅବସ୍ଥା ।

Leave a Reply

Your email address will not be published. Required fields are marked *