ଏମିତି ହୋଇଥିଲା ଶତ୍ରୁଘ୍ନ-ଅମିତାଭଙ୍କ ପ୍ରଥମ ଦେଖା, ଯେତେବେଳେ ‘ଶାଟଗନ’ର ଭଙ୍ଗାରୁଜା ଗାଡ଼ିରେ ବୁଲୁଥିଲେ ଦୁଇଜଣ

ହିନ୍ଦୀ ସିନେମାର ଦୁଇ ବ-ଳିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିନ୍ହାଙ୍କ ମଧ୍ୟରେ ଗୋଟିଏ ଘ-ନିଷ୍ଠ ବନ୍ଧୁତାର ସଂ-ପର୍କ ରହିଛି। ଦୁଇଜଣ ଅନେକ ବର୍ଷରୁ ବ-ନ୍ଧୁ ଅଟନ୍ତି। ଦୁଇ କଳାକାର ହିନ୍ଦି ସିନେମାରେ ନିଜ କାମ ଦ୍ଵାରା ଗୋଟିଏ ଅଲଗା ଏବଂ ଗୋଟିଏ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିନ୍ହା ମଧ୍ୟ ସାଥିହୋଇ କାମ କରିଛନ୍ତି। ସେହି ସମୟର ଦୁହିଁଙ୍କର ଅନେକ ଖାସ କଥା ଏବଂ କାହାଣୀ ମଧ୍ୟ ମହଜୁଦ ଅଛି। ଆଜି ଏମିତି ହିଁ ଦୁଇଜଣଙ୍କ ମଧ୍ୟର ଏକ ପ୍ରସିଦ୍ଧ କଥା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ…

ଗୋଟିଏ ଥର ଯେତେବେଳେ ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିନ୍ହା ସାଥିହୋଇ ଗୋଟିଏ ଟିଭି ଚ୍ୟାଟ ଶୋରେ ଅଂଶଗ୍ରହଣ କରିଥିଲେ ସେତେବେଳେ ଦୁଇଜଣ ନିଜ ଜୀବନ ସହିତ ଯୋଡା ଅନେକ କଥା ସେୟାର କରିଥିଲେ।ଏହା ସହିତ ଦୁଇଜଣ ପୁରୁଣା ସ୍ମୃତିକୁ ତାଜା କରି ଦେଇଥିଲେ। ସେହି ସମୟରେ ଅମିତାଭ ବଚ୍ଚନ କହିଥିଲେ କି, ଶତ୍ରୁଘ୍ନ ସିନ୍ହା ତାଙ୍କ ପୂର୍ବରୁ ହିନ୍ଦୀ ସିନେମାରେ ନିଜ ପାଦ ରଖିଥିଲେ ଏବଂ ସେ ନିଜକୁ ସ୍ଥାପିତ ମଧ୍ୟ କରି ଦେଇଥିଲେ।

ଅମିତାଭ ବଚ୍ଚନ ଆଗକୁ କହିଥିଲେ କି, ବହୁତ ଶୀଘ୍ର ହିଁ ଶତ୍ରୁଘ୍ନ ସିନ୍ହା ଫ୍ଲାଟ ଏବଂ ଗାଡ଼ିର ମାଲିକ ହୋଇ ଯାଇଥିଲେ। ଯେତେବେଳେ କି ବିଗ ବୀ ସେହି ସମୟରେ ନିଜକୁ ପ୍ରମାଣିତ କରିବାରେ ଲାଗି ଯାଇଥିଲେ ଏବଂ ସେ ଶତ୍ରୁଘ୍ନଙ୍କ ପାଖରେ ମହଜୁଦ ସବୁ ସୁବିଧାରୁ ବଞ୍ଚିତ ଥିଲେ। ଚ୍ୟାଟ ଶୋରେ ବିଗ ବୀ ଏହା ମଧ୍ୟ କହିଥିଲେ କି ଶତ୍ରୁଘ୍ନ ସିନ୍ହା ନିଜ ଗାଡିରେ ତାଙ୍କୁ ଧକ୍କା ଦେଉଥିଲେ।

ଗାଡ଼ି ବ-ନ୍ଦ ହେବା ପରେ ବିଗ ବୀ ଲଗାଉଥିଲେ ଧକ୍କା…

ଅମିତାଭ ବଚ୍ଚନ କହିଥିଲେ କି, କ୍ୟାରିୟରର ଆରମ୍ଭ ଦିନମାନଙ୍କରେ ତାଙ୍କ ଏବଂ ଶତ୍ରୁଘ୍ନଙ୍କ ସହିତ ଦୁଇଜଣଙ୍କର ଆଉକିଛି ସାଙ୍ଗ ମଧ୍ୟ ଥିଲେ। ଯେତେବେଳେ ସବୁ ସାଙ୍ଗ ଫ୍ରି ହେଉଥିଲେ ତ ସମସ୍ତେ ଉପ-ଭୋଗ କରିବା ପାଇଁ ଗାଡ଼ିରେ ବାହାରି ଯାଉଥିଲେ। ସବୁସାଙ୍ଗ ଯାଇ ଶତ୍ରୁଘ୍ନ ସିନ୍ହାଙ୍କ ଘରଠାରେ ଜମା ହେଉଥିଲେ। ଶତ୍ରୁଘ୍ନ ସିନ୍ହାଙ୍କ ପାଖରେ ସେହି ସମୟରେ ଗୋଟିଏ ଭଙ୍ଗାରୁଜା ଗାଡ଼ି ଥିଲା, ସବୁ ସାଙ୍ଗ ସେଥିରେ ହିଁ ବୁଲିବାକୁ ଯାଉଥିଲେ। ବିଗ ବୀ କହିଥିଲେ କି, ଯେତେବେଳେ ଗାଡ଼ି ରାସ୍ତାରେ ବ-ନ୍ଦ ହୋଇଯାଉଥିଲା ତ ଶତ୍ରୁଘ୍ନ ସିନ୍ହା ସମସ୍ତଙ୍କୁ ବାହାର କରି ଦେଉଥିଲେ ଏବଂ ନିଜେ ଗାଡ଼ିରେ ବସି ରହୁଥିଲେ। ସବୁ ସାଙ୍ଗ ସେହି ଗାଡ଼ିକୁ ଧକ୍କା ଦେଉଥିଲେ।

ଅମିତାଭଙ୍କୁ କହିଦେଲେ ଓଟ..

ଚ୍ୟାଟ ଶୋରେ ଶତ୍ରୁଘ୍ନ ଏହି କଥା ମଧ୍ୟ କହିଥିଲେ ଯେତେବେଳେ କେହି ଅମିତାଭଙ୍କୁ ତାଙ୍କ ଲମ୍ବା ଉଚ୍ଚତା ପାଇଁ ଓଟ କହିଥିଲେ। ଶତ୍ରୁଘ୍ନ କହିଥିଲେ କି, ଯେତେବେଳେ ସିନେମା ଇଣ୍ଡଷ୍ଟ୍ରିରେ ଅମିତାଭ ନୂଆ ଥିଲେ ସେତେବେଳେ ତାଙ୍କୁ ଅମିତାଭଙ୍କୁ ନେଇ କେହି ଜଣେ ଏହା ମଧ୍ୟ କହିଥିଲେ କି, ଏଠାକୁ କେଉଁ ଓଟକୁ ନେଇ ଆସିଛ। ଶତ୍ରୁଘ୍ନ ଆଗକୁ କହିଥିଲେ କି, କିନ୍ତୁ ପରେ ସେହି ବ୍ୟକ୍ତି ଅମିତାଭଙ୍କ ସହିତ କାମ କରିଥିଲେ।

ବିଳମ୍ବରେ ପହଞ୍ଚୁ ଥିଲେ ଶତୃଘ୍ନ ସିନ୍ହା…

ଅମିତାଭ ବଚ୍ଚନ ଶତୃଘ୍ନ ସିହ୍ନାଙ୍କ ବିଳମ୍ବରେ ପହଞ୍ଚିବା କଥା ମଧ୍ୟ ସେହି ସମୟରେ ଶେୟାର କରିଥିଲେ। ବିଗ ବୀ କହିଥିଲେ କି,ସେଟ ଉପରେ ଶତୃଘ୍ନ ସିହ୍ନା ତିନି-ତିନି ଘଣ୍ଟା ଡେରିରେ ପହଁଞ୍ଚୁଥିଲେ। ଅମିତାଭଙ୍କ ମୁତାବକ, କେଉଁଆଡେ ଯିବାର ଥାଏ ତ ଶତ୍ରୁଘ୍ନ ଡେରିରେ ହିଁ ପହଁଞ୍ଚୁଥିଲେ। ମୁଁ ଗୋଟିଏ ଦିନର ଦୁଇ ଶିପ୍ଟରେ ସକାଳୁ ‘ଶାନ’ ଏବଂ ସନ୍ଧ୍ୟା ସମୟରେ ‘ନସୀବ’ର ସୁଟିଂ କରୁଥିଲି। ମୁଁ ସେଟକୁ ୯ଟାରେ ଆସୁଥିଲି ,ତ ସେଠାରେ ଶତ୍ରୁଘ୍ନ ୧୨ଟାରେ ଆସି ପହଞ୍ଚୁଥିଲେ।

ଏମିତି ହୋଇଥିଲା ଅମିତାଭ-ଶତ୍ରୁଘ୍ନଙ୍କ ଦେଖା…

ଅମିତାଭ ବଚ୍ଚନ ନିଜର ଏବଂ ଶତୃଘ୍ନଙ୍କ ଦେଖା ହେବାର କଥା ମଧ୍ୟ ସେହି ସମୟରେ ସେୟାର କରିଥିଲେ।ବିଗ ବୀ କହିଥିଲେ କି,ଆମ ଦୁହିଁଙ୍କର ସେକ୍ରେଟାରୀ ଜଣେ ଥିଲେ।ବିଗ ବୀ ତାଙ୍କ ନାମ ପବନ କୁମାର କହିଥିଲେ। ଅମିତାଭ ଦୁହିଁଙ୍କ ଦେଖାହେବାର ଶ୍ରେୟ ପବନ କୁମାରଙ୍କୁ ଦେଇଥିଲେ। ସେହି ସମୟର କଥାବାର୍ତ୍ତାରେ ଅମିତାଭ ଶତୃଘ୍ନଙ୍କୁ କ୍ୟାରିୟର ଆରମ୍ଭ ଦିନର ନିଜ ହିରୋ ବୋଲି ଆଖ୍ୟା ମଧ୍ୟ ଦେଇଥିଲେ। ବିଗ ବୀ କହିଥିଲେ କି, ତାଙ୍କ ପୂର୍ବରୁ ଶତୃଘ୍ନ କ୍ୟାରିୟରରେ ବହୁତ ସଫଳତା ହାସଲ କରି ସାରିଥିଲେ। ଇଣ୍ଡଷ୍ଟ୍ରିର ଅନେକ ଲୋକ ଏବଂ ସେ ଶତୃଘ୍ନ ସିନ୍ହାଙ୍କ ଘରେ ହିଁ ଦେଖା ହେଉଥିଲେ।

ଦୁଇଜଣ ପରସ୍ପରଙ୍କୁ କହିଥିଲେ ସର୍ବଶ୍ରେଷ୍ଠ…

ଶୋରେ ଦୁଇ କଳାକାରଙ୍କୁ ପ୍ରଶ୍ନ କରା ଯାଇଥିଲା କି, ଆପଣ ଦୁଇଜଣଙ୍କ ମଧ୍ୟରୁ ଭଲ କଳାକାର କିଏ ଅଟନ୍ତି? ଏହାର ଜବାବରେ ଶତୃଘ୍ନ ନିଜ ଚିର-ପରିଚିତ ଅନ୍ଦାଜରେ କହି ରହିଥିଲେ ନୀରବ। ଏହାପରେ ଅମିତାଭ ଶତ୍ରୁଘ୍ନଙ୍କ ଆଡ଼କୁ ଇଶାରା କରି କହିଥିଲେ କି ସେ ଅଟନ୍ତି। ଆଗକୁ ଶତୃଘ୍ନ କହିଥିଲେ କି, ବର୍ତ୍ତମାନ ସେ କହୁଛନ୍ତି ତ ମାନି ନେଉଛି। ଏହାପରେ ସବୁ ଲୋକ ହସିବାକୁ ଲାଗିଥିଲେ। ଆଗକୁ ଶତୃଘ୍ନ ସିନ୍ହା କହିଥିଲେ କି, କିନ୍ତୁ ଦୁନିଆ ଆଜି କହିବ ଖାସକରି ପା, ପୀକୁ ଏବଂ ପିଙ୍କ ଦେଖିବା ପରେ ମୁଁ କଣ ସର୍ବ-ଶ୍ରେଷ୍ଠ କଳାକାର କିଏ ଅଟନ୍ତି ତ ଆମ ବନ୍ଧୁ ଅମିତାଭ ବଚ୍ଚନ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *