ଏହା କିପରି ବନ୍ଧୁତ୍ୱ, ଦୁଇଟି ରୁଟି ପାଇଁ ଜଣେ ସାଙ୍ଗ ଅନ୍ୟ ସାଙ୍ଗକୁ ଜୀବନରୁ ମାରିଦେଲା, ପାପି ପେଟ ପାଇଁ ଚାଲିଗଲା ଜୀବନ

ବଡୋଦରା ( ଗୁଜରାଟ ); ଏମିତି ଆମେ ଶୁଣିଛୁ କି ସାଙ୍ଗ ମାନଙ୍କ ସମ୍ପର୍କ ଭାଈ ଠାରୁ ମଧ୍ୟ ବଡ ହୋଇଥାଏ। ଗୁଜରାଟରୁ ଏପରି ଏକ ଘଟଣା ସାମ୍ମନାକୁ ଆସିଛି କି ଯାହା ମଣିଷ ପଣିଆ କୁ ଲଜ୍ଜିତ କରୁଛି। ଯେଉଁଠି କେବଳ ଦୁଇଟି ରୁଟି ପାଇଁ ଜଣେ ସାଙ୍ଗ ଅନ୍ୟ ସାଙ୍ଗର ହତ୍ୟା କରିଛି।

ଦୁଇ ଜଣ ସାଙ୍ଗ ଥିଲେ ରୁମ ପାର୍ଟନର

ବସ୍ତବରେ ଆଶ୍ଚର୍ଯ୍ୟ କଲା ପରି ଏହି ଘଟଣା ବଡୋଦରା ଜେଲର କରଚିଆ ଗାଁରୁ ସାମ୍ମନାକୁ ଆସିଛି। ଯେଉଁଠି ରବିବାରକୁ ମଧ୍ୟ୍ୟପ୍ରଦେଶର ସାଗରରେ ରହୁଥିବା ଧର୍ମେନ୍ଦ୍ର ଏବଂ ଶେତାନ ସିଂହ ଏଠାର ଏକ ରିଫାଇନ କମ୍ପାନୀରେ କାମ କରୁଥିଲେ ଏବଂ ଗୋଟିଏ ଘରେ ଦୁଇ ଜଣ ଭଡାରେ ରହୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ଝଗଡା ଏତେ ବଢି ଯାଈଥିଲା କି ଧର୍ମେନ୍ଦ୍ର ଶେତାନ ପେଟରେ ଛୁରୀ ଭୁସି ଦେଇଥିଲା। ଯେଉଁଥିରେ ବୁଧବାରକୁ ବଡୋଦରାର ସୟାଜୀ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା।

ଦୁଇଟି ରୁଟି ହେଲା ମୃତ୍ୟୁର କାରଣ

ଶନିବାର ରାତିକୁ ଶେତାନ ସିଂହ ଖାଇବା ଖାଇବାକୁ ଆସିଲା ବେଳେ ଦେଖିଲା କି ଧର୍ମେନ୍ଦ୍ର ପାଇଁ ରୁଟି କମ ଅଛି। ସେ ପାଖରେ ଥିବା ଚିହ୍ନା ପିଲାଙ୍କ ଠାରୁ ରୁଟି ମାଗିକି ଆଣିଥିଲା। ଧର୍ମେନ୍ଦ୍ର ଖାଦ୍ୟ ଖାଇଲା ଏବଂ ଶୋଈ ଗଲା। କିନ୍ତୁ ତା ପର ଦିନ ଧର୍ମେନ୍ଦ୍ର ଶେତାନକୁ ପଚାରିଲାକି କ’ଣ ପାଇଁ ତୁ ମୋ ପାଇଁ ରୁଟି ମାଗିକି ଆଣିଥିଲୁ। ସେ ଆଜି ତା ବଦଳରେ ମତେ ପାଞ୍ଚ କିଲୋ ଅଟା ମାଗୁଛି। ଏହି କଥା ପାଇଁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ଏହାପରେ ଏହା ହତ୍ୟାର ତଣ୍ଡବରେ ପରିଣତ ହୋଇଥିଲା।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *