ଅନଲାଇନ ଖାଦ୍ୟ ଖାଇ ୧୨ ଘଣ୍ଟା ପର୍ଯ୍ୟନ୍ତ ବାନ୍ତି କଲେ ମହିଳା। ଅନଲାଇନରେ ଅର୍ଡର କରିଥିଲେ ଚିକେନ୍, ମାତ୍ର ଯାହାକୁ ହାଡ଼ ଭାବି ଚୋବାଇଥିଲେ ତାକୁ ବାହାର କରିବା ପରେ….

୨୦୨୦ ମସିହାରେ କିଛି ବି ହେବା ଅସମ୍ଭବ ନୁହେଁ। ତେବେ ଅନଲାଇନ ଡେଲିଭରୀ ଆଜିକାଲିର ମଣିଷ ଜୀବନକୁ ବହୁତ ସହଜ କରିଦେଇଛି। ଏହି ସେବା ଦ୍ୱାରା ମଣିଷ ଘରେ ବସି ବିନା ପରିଶ୍ରମରେ ନିଜ ପସନ୍ଦର ଜିନିଷ ମଗାଇ ପାଇ ପାରୁଛନ୍ତି। ପୂର୍ବରୁ ଭୋକ ଲାଗିଲେ ଲୋକ ମାନେ ରୋଷେଇ କରୁଥିଲେ କିମ୍ବା ବାହାରକୁ ଯାଇ ଖାଇକରି ଆସୁଥିଲେ। ମାତ୍ର ବର୍ତ୍ତମାନ ଡିଜିଟାଲ ଦୁନିଆରେ ଘରେ ବସି ଅନଲାଇନ ଫୁଡ଼ ଡେଲିଭରୀ ହୋଇଯାଉଛି।

ହେଲେ କରୋନା ମହାମାରୀ ସମୟରେ ଲୋକେ ଯଥାସମ୍ଭବ ବାହାରୁ ମଗାଇ ଖାଉଥିବା ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି। ମାତ୍ର କିଛି ଲୋକ ଏବେବି ମଧ୍ୟ ଅନଲାଇନରେ ଖାଦ୍ୟ ମଗାଇ ଖାଉଛନ୍ତି। ଫୁଡ଼ ଆଉଟଲେଟ୍ସ ମଧ୍ୟ ଲୋକଙ୍କୁ ବିଶ୍ୱାସ ଦେଉଛନ୍ତି ଯେ ସେମାନେ ଖାଦ୍ୟକୁ ପରିସ୍କାର ପରିଚ୍ଛନ୍ନ ଉପାୟରେ ବନାଉଛନ୍ତି। ମାତ୍ର କିଛି ହୋଟେଲ ଏବଂ ରେଷ୍ଟୁରାଣ୍ଟ କରୋନା ସଙ୍କଟ ସମୟରେ ମଧ୍ୟ ଏହି ମାମଲାରେ ଦାୟିତ୍ବହୀନତା କରୁଛନ୍ତି।

ବର୍ତ୍ତମାନ ଟେସ୍କୋରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର କେରୋଲିନା ସ୍ଥିତ ଡ଼ରହାମରେ ରହୁଥିବା ଜଣେ ୫୭ ବର୍ଷୀୟ ମହିଳା ଟେସ୍କୋରୁ ରେଡି ଟୁ ଇଟ ମିଲ ଅର୍ଡର କରିଥିଲେ। ଚିକେନର ଶେଷ ବାଇଟ ଖାଇବା ଖାଇବା ବେଳେ ମହିଳାଙ୍କୁ ସେଥିରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହାକୁ ଦେଖିବା ପରେ ସେ ୧୨ ଘଣ୍ଟା ପର୍ଯ୍ୟନ୍ତ ବାନ୍ତି କରିଥିଲେ। ନିଜେ ମହିଳା ଜଣକ ତାଙ୍କ ସହିତ ହୋଇଥିବା ଏହି ଘଟଣାକୁ ଫୋଟୋ ଚିତ୍ର ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

ଟେସ୍କୋ ଗ୍ରାହକ ଜଣକ ଲୋକଙ୍କୁ କହିଛନ୍ତି ଯେ, କିପରି ଟେସ୍କୋରୁ ମଗାଇଥିବା ଖାଦ୍ୟ ଖାଇ ୧୨ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ବାନ୍ତି କରିଥିଲେ। ଏଠାରୁ ଅର୍ଡର କରିଥିବା ରେଡି ଟୁ ମିଲର ଚିକେନରେ ମଲା ମୂଷା ମଧ୍ୟ ଥିଲା।

ଡ଼ରହାମରେ ରହୁଥିବା କେଥ ମେକକାଁଲ ସ୍ମିଥ କହିଲେ ଯେ, ବହୁତ ଭୋକ ଲାଗିଥିଲା। ସେଥିପାଇଁ ସେ ଟେସ୍କୋରୁ ୩୫୦ ଟଙ୍କାର ଚିକେନ୍ ଟ୍ରେ ମଗାଇଥିଲେ।

ଏହି ମହିଳା ଜଣକ ଚିକେନ୍ ଖାଇବା ଆରମ୍ଭ କରିଥିଲେ। ଅଧାରୁ ଅଧିକ ଚିକେନ୍ ଖାଇବା ପରେ ଟ୍ରେରେ କିଛି ଦେଖିବାକୁ ପାଇଥିଲେ। ମହିଳା ଜଣକ ଭାବିଲେ ଯେ ଏହା ଚିକେନ୍ ହାଡ଼।

ମାତ୍ର ଯେତେବେଳେ ସେ ଏହାକୁ ଚୋବାଇ ପାଟି ବାହାରକୁ କାଢ଼ିଥିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହି ନଥିଲା। ସେହି ଖାଉଥିବା ହାଡ଼ଟି ଚିକେନ୍ ନୁହେଁ ବରଂ ଏହା ଏକ ମଲା ମୂଷା ଥିଲା। ସେହି ଟ୍ରେରେ ଚିକେନ୍ ସହିତ ଏକ ମଲା ମୂଷାକୁ ମଧ୍ୟ ବ୍ୟାକ କରାଯାଇଥିଲା।

ଏହାକୁ ଦେଖିବା ମାତ୍ରେ ମହିଳା ଜଣକ ଲଗାତାର ୧୨ ଘଣ୍ଟା ପର୍ଯ୍ୟନ୍ତ ବାନ୍ତି କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ ହୋଇଯାଇଥିଲା।

ମହିଳା ଜଣକ ଏହାର ଫୋଟୋ ଉଠାଇଲେ ଏବଂ ପରବର୍ତ୍ତୀ ଦିନ ଟେସ୍କୋର ଅଫିସିଆଲ ସାଇଡରେ ପୋଷ୍ଟ କରିଥିଲେ। ଏଥିସହିତ ଏକ କମ୍ପ୍ଲେନ ମଧ୍ୟ କରିଥିଲେ।

ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ଟେସ୍କୋ ନିଜର ଅନୁସନ୍ଧାନ ଆରମ୍ଭ କରିଦେଇଥିଲା। ଟେସ୍କୋର କହିବା କଥା ଯେ, ଯାହାର ଦାୟିତ୍ବହୀନତା କାରଣରୁ ଏପରି ହୋଇଛି ତାଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଫୋଟୋକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକ ଟେସ୍କୋରୁ ଆଉ କିଛି ନକିଣିବାର କଥା କହୁଥିବା ବେଳେ ଆଉ କିଛି ଲୋକ ଲେଖିଛନ୍ତି ଚୀନ ଲୋକମାନେ ଏହାକୁ ଫ୍ରି ଗିଫ୍ଟ ଭାବି ଖାଇନେଇଥାନ୍ତେ।

Leave a Reply

Your email address will not be published. Required fields are marked *