୧୯ ବର୍ଷୀୟ ଯୁବତୀ ୬୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କଲେ। ଆଗକୁ ଯାହା ଘଟିଲା ଆପଣ ତାହା ବିଶ୍ୱାସ କରି ପାରିବେ ନାହିଁ।

୧୯ ବର୍ଷୀୟ ଯୁବତୀଙ୍କୁ ୬୭ ବର୍ଷୀୟ ବୃଦ୍ଧଙ୍କ ସହ ପ୍ରେମ ହୋଇଗଲା। ସେମାନେ ଡେରି ନକରି ବିବାହ କରିବା ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ପରିବାର ଲୋକେ ଏହି ବାହାଘରରେ ରାଜି ନଥିଲେ। ସେମାନେ କୋର୍ଟର ଦ୍ୱାରସ୍ଥ ହୋଇ ବାହାଘରେ ନିଜ ଜୀବନ ବିପଦରେ ଅଛି ବୋଲି ପେପର ଦାଖଲ କରି ପୋଲିସ ସୁରକ୍ଷାରେ ବିବାହ କରିଥିଲେ। କୋର୍ଟରେ ଏହି ଯୋଡିଙ୍କୁ ଦେଖିବା ପରେ ଜର୍ଜ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜର୍ଜ ଏହି ଯୋଡିଙ୍କ ସହ ଯାହା କରିଥିଲେ ସେ ସବୁର କଳ୍ପନା ଏହି ଯୋଡି କେବେ କରିନଥିବେ। ମାମଲା ହରିଆନା ର ଅଟେ।

ସୂଚନା ଅନୁସାରେ ୧୯ ବର୍ଷୀୟ ଯୁବତୀ ଚାଷ କାମ କରୁଥିବା ୬୭ ବର୍ଷୀୟ ବ୍ୟକ୍ତିଙ୍କ ସହ ପ୍ରେମ ହୋଇ ଯାଇଥିଲା। ଏହି ବିଷୟରେ ଯେତେବେଳେ ଝିଅ ଘରର ପରିବାର ଲୋକଙ୍କୁ ହୋଇଥିଲା ସେମାନେ ଏହାକୁ ବିରୋଧ କରିଥିଲେ ଏବଂ ଝିଅକୁ ବୁଝେଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଯୁବତୀ ଜଣକ ମାନି ନଥିଲେ ଏବଂ ସେ ବ୍ୟକ୍ତିଙ୍କ ସହ ରହିବାକୁ ଲାଗିଲେ। କେବଳ ସେତିକି ନୁହେଁ ଦୁଇ ଜଣ ବିବାହ କରିଦେଲେ ଏବଂ ବିବାହ କରିବା ପରେ ଦୁଇ ଜଣଙ୍କ ଜୀବନ ବିପଦରେ ଅଛି ବୋଲି ଅନୁଭବ କରିଥିଲେ। ତେଣୁ ସେମାନେ ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟରେ ଦାଖଲ କରାଯାଇଥିବା ଆଧାର କାର୍ଡ ଅନୁଯାୟୀ, ପୁରୁଷର ଜନ୍ମ ତାରିଖ ୧ ଜାନୁଆରୀ ୧୯୫୩। ଝିଅର ଆଧାର କାର୍ଡ ଅନୁଯାୟୀ, ତାଙ୍କର ଜନ୍ମ ତାରିଖ ୧୦ ଡିସେମ୍ବର ୨୦୦୧ ଅଟେ। ପୁରୁଷ ଚାଷ କାମ କରୁଛି। ଯିଏକି ମାସକୁ ୧୫୦୦୦ ଟଙ୍କା ରୋଜଗାର କରୁଛନ୍ତି। ଯୁବତୀ ଏବଂ ତାଙ୍କ ପ୍ରେମିକ ଏହି ଆବେଦନରେ କହିଛନ୍ତି ଯେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପରି ରହୁଛନ୍ତି। ଏପରିକି ହାଇକୋର୍ଟରେ ଦିଆଯାଇଥିବା ରେକର୍ଡରେ ଝିଅଟି ପୁରୁଷ ଜଣକ ତାଙ୍କ ସ୍ୱାମୀ ବୋଲି ଦର୍ଶାଇଛନ୍ତି।

ଯୁବତୀଙ୍କ କହିବା ଅନୁସାରେ ତାଙ୍କର ପରିବାର ଲୋକେ ପ୍ରଭାବଶାଳୀ ଅଟନ୍ତି। ସେମାନଙ୍କର ରାଜନୈତିକ ଲୋକ ଏବଂ ପୋଲିସଙ୍କ ସହ ଭଲ ସମ୍ପର୍କ ରହିଛି। ସେମାନେ ଜୀବନରୁ ମାରି ଦେବେ। ଉଭୟ ହାଇକୋର୍ଟରେ ସେମାନଙ୍କର ବିବାହ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲେ। ଯେଉଁଥିରେ ସମସ୍ତ ସାକ୍ଷୀ ଙ୍କ ସମ୍ମୁଖରେ ଝିଅକୁ 15 ଗ୍ରାମ ସୁନା ଦିଆଯାଇଥିଲା। ତେବେ ହରିୟାଣାର ପାଲୱାଲରୁ ଆସିଥିବା ଏହି ମୁସଲମାନ ପ୍ରେମୀ ଦମ୍ପତିଙ୍କୁ ଦେଖି ଜଜ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଜଜ୍ ତୁରନ୍ତ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟ ର ଜଷ୍ଟିସ ଜେଏସ ପୁରୀ ଏହି ଘଟଣା ସନ୍ଦେହ ଜନକ ବୋଲି କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ କିଛି ପ୍ରମାଣ ଲୁଚି ହୋଇରହିଛି। ନଚେତ କିପରି ଏକ ୧୯ ବର୍ଷୀୟ ଯୁବତୀ ୬୭ ବର୍ଷର ବୃଦ୍ଧଙ୍କୁ ବିବାହ କରି ପାରିବେ। ଜଜ୍ କହିଛନ୍ତି ଯେ ଏହି ମାମଲାରେ ସ୍ୱଚ୍ଛତା ନାହିଁ। ତେଣୁ ସେ ଏସିପିଙ୍କୁ ଏକ ଟିମ ଗଠନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦଳରେ ମହିଳା ପୋଲିସ ରହିବେ ଯିଏକି ଯୁବତୀଙ୍କୁ ସୁରକ୍ଷା ଦେବେ। ଜଜ୍ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ ପୁରୁଷ ଜଣକ କଣ କରନ୍ତି। ତାଙ୍କର ଆଗରୁ କେତୋଟି ପତ୍ନୀ ଥିଲେ ଏ ସବୁର ଯାଞ୍ଚ କରିବା ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ଯୁବତୀଙ୍କର ପ୍ରଥମେ ବୟାନ ରେକର୍ଡ କରି ମାଜିଷ୍ଟ୍ରେଟ ଙ୍କ ପାଖରେ ଦାଖଲ କରାଯିବ ରେକର୍ଡ। ଏହାପରେ ଏସିପି ଯାଞ୍ଚ କରିଥିବାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ। ହାଇକୋର୍ଟ ଏସିପିଙ୍କୁ ଏହି ଘଟଣାର ତଦନ୍ତ କରି ଏକ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟରେ ଏହି ମାମଲାର ରିପୋର୍ଟ ଦାଖଲ କରିବା ପରେ ଜଜ୍ ଏହି ବିଷୟରେ ନିଜର ରାୟ ଶୁଣେଇବେ।

Leave a Reply

Your email address will not be published. Required fields are marked *