ଜାଣନ୍ତୁ MPର ମିଷ୍ଟର ‘୨୬ ଜାନୁୟାରୀ’ଙ୍କ ବିଷୟରେ, ନାମ ପଛରେ ରହିଛି ରୋଚକ କାହାଣୀ..

କୁହାଯାଏ, ନାମରେ କ’ଣ ଅଛି। ଆଜ୍ଞା ହଁ ନାମ ହିଁ ତ ସବୁକିଛି ଅଟେ। ଏଥିପାଇଁ ତ ମାଆ-ବାପା ମଧ୍ୟ ଛୁଆର ଜନ୍ମ ପରେ ଭାବିଚିନ୍ତି ନାମ ରଖିଥାନ୍ତି। ସେଠାରେ, କିଛି ଲୋକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନଙ୍କ ନାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାଛଡା ୨୬ ଜାନୁଆରୀ କହିବା ମାତ୍ରେ ହିଁ ସବୁଠାରୁ ପ୍ରଥମେ ମୁଣ୍ଡକୁ କଣ ଆସିଥାଏ। ବାସ୍ତବ କଥା ହେଉଛି ଗଣତନ୍ତ୍ର ଦିବସ। ଆପଣଙ୍କୁ ଜାଣିବେ କି ଏହି ନାମରେ କୈାଣସି ବ୍ୟକ୍ତି ଅଛନ୍ତି, ତାହେଲେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଆମେ କହୁଛୁ, ମଧ୍ୟ ପ୍ରଦେଶର ମନ୍ଦସୌର ଜିଲ୍ଲାରେ ରହୁଥିବା ୨୬ ଜାନୁଆରୀ ଟେଲରର। ଆସନ୍ତୁ ଜାଣିବା, ତାଙ୍କ କାହାଣୀ।

ଏହି ବିଚିତ୍ର ନାମ ବାଲା ବ୍ୟକ୍ତିଙ୍କ ଜନ୍ମ ୨୬ ଜାନୁଆରୀ ୧୯୬୬ରେ ହୋଇଥିଲା।ସେ ବର୍ତ୍ତମାନ ମନ୍ଦସୌରରେ ଡାଇଟ ସଂସ୍ଥାନରେ କାର୍ଯ୍ୟରତ ଅଟନ୍ତି। ତାଙ୍କ ନାମ ୨୬ ଜାନୁଆରୀ ପଡ଼ିବାର କାହାଣୀ ବହୁତ ଆକର୍ଷଣୀୟ ଅଟେ। ହୋଇଛି ଏମିତି କି ତାଙ୍କ ବାପା ସତ୍ୟନାରାୟଣ ଟେଲର ସ୍କୁଲରେ ହେଡମାଷ୍ଟର ଥିଲେ। ବର୍ଷ ୧୯୬୬ରେ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ସୂଚନା ମିଳିଥିଲା କି ପୁଅ ଜନ୍ମ ହୋଇଛି। ସତ୍ୟନାରାୟଣ ଦେଶଭକ୍ତ ଥିଲେ। ଏଥିପାଇଁ ରାଷ୍ଟ୍ରଭକ୍ତିରେ ପ୍ରଭାବିତ ହୋଇ ତାଙ୍କ ନାମ ୨୬ ଜାନୁଆରୀ ରଖି ଦେଇଛନ୍ତି।

ବାପା ନାମ ବଦଳେଇବା ପାଇଁ କରିଲେ ମନା

୨୬ ଜାନୁଆରୀ ଯେତେବେଳେ ଅଳ୍ପ ବଡ଼ ହୋଇଥିଲେ,ତ ନାମ କାରଣରୁ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥିଲା। ଅନେକ ଲୋକ କହିଥିଲେ କି ପିଲାର ନାମ ବଦଳେଇ ନିଅ, କିନ୍ତୁ ବାପା ନିଜ ନିଷ୍ପତ୍ତି ଉପରେ ନିଶ୍ଚିତ ହୋଇ ରହିଥିଲେ। ଶ୍ରେଣୀ ୫ରେ ପହଞ୍ଚିବା ପରେ ସ୍କୁଲ ଶିକ୍ଷକ ମଧ୍ୟ ବୁଝେଇ ଥିଲେ କି ବର୍ତ୍ତମାନ ପୁଅର ନାମ ପରିବର୍ତ୍ତନ କରିନିଅ, କିନ୍ତୁ ବାପା ନାମ ପରିବର୍ତ୍ତନ କରିବା ପାଇଁ ମନା କରିଦେଇଥିଲେ।

ଯେତେବେଳେ ଡିଏମ ରୋକିଥିଲେ ଦରମା

୨୬ ଜାନୁଆରୀ ଟେଲରଙ୍କୁ ନାମ କାରଣରୁ ଚାକିରିରେ ମଧ୍ୟ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥିଲା। ଗୋଟିଏ ଥର ଜିଲ୍ଲାର ଡିଏମ ନାମ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଥିପାଇଁ ସେ ଟେଲରଙ୍କୁ ନାମର ପ୍ରମାଣପତ୍ର ମାଗିବା ସମୟରେ ବେତନ ରୋକି ଦେଇଥିଲେ।ଟେଲର ଡାଇଟଙ୍କ ପ୍ରାଚାର୍ଯଙ୍କ ପାଖରେ ପହଞ୍ଚିଥିଲେ ଏବଂ ସବୁ କଥା ବିଷୟରେ ଜଣାଇଥିଲେ। ସେହି ସମୟରେ ପ୍ରାଚାର୍ଯ ଡିଏମଙ୍କ ସାମ୍ନାରେ ତାଙ୍କର ଠିକ ନାମ ହେବାର ପ୍ରମାଣ ଦେଇଥିଲେ। ଏହାପରେ ବେତନ ଜାରି ହୋଇ ପାରିଥିଲା।

ବର୍ତମାନ ନାମକୁ ନେଇ ଲାଗୁଛି ଗର୍ବ

ଆରମ୍ଭରେ ଲୋକମାନେ ତାଙ୍କ ନାମକୁ ନେଇ ମଜା ଉଡାଉଥିଲେ, କିନ୍ତୁ ଧିରେଧିରେ ସମସ୍ତେ ତାଙ୍କ ବ୍ୟବହାରର ପ୍ରଶଂସକ ହୋଇଗଲେ।ଆଜି ଯିଏ ମଧ୍ୟ ତାଙ୍କୁ ଜାଣୁଛି, ସମସ୍ତଙ୍କୁ ଭଲ ଲାଗୁଛି। ତାଙ୍କ ନାମକୁ ନେଇ ସମସ୍ତଙ୍କୁ ଗର୍ବ ଲାଗୁଛି। ଲୋକମାନଙ୍କର କହିବା କଥା ହେଉଛି କି ଏହାଠାରୁ ବଡ଼ ଦେଶଭକ୍ତିର ଉଦାହରଣ କଣ ହୋଇପାରେ କି ରାଷ୍ଟ୍ରୀୟ ପର୍ବ ଉପରେ ତାଙ୍କ ନାମ ଅଟେ।

ଗଣତନ୍ତ୍ର ଦିବସରେ ମନାଉଛନ୍ତି ୨୬ ଜାନୁଆରୀଙ୍କ ଜନ୍ମଦିନ

ଟେଲର ଏହି ଗଣତନ୍ତ୍ର ଦିବସରେ ନିଜର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହିଦିନ ପ୍ରଥମେ ଷ୍ଟାଫଙ୍କ ଦ୍ଵାରା ତ୍ରିରଙ୍ଗା ଉଡା ଯାଇଥାଏ। ରାଷ୍ଟ୍ରଗାନ ଆଦି ପରେ ୨୬ ଜାନୁଆରୀ ଟେଲରଙ୍କର ଜନ୍ମଦିନ ପାଳନ କରା ଯାଇଥାଏ।

Leave a Reply

Your email address will not be published. Required fields are marked *