ପୁଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ଲୁହ ଆସିବାର ଅର୍ଥ କଣ?

ବନ୍ଧୁଗଣ କିଛି ଲୋକଙ୍କ ଆଖିରୁ ପୁଜା କରିବା ସମୟରେ ପାଣି ଆସିଯାଏ। ତାହା ସହିତ କିଛି ଲୋକଙ୍କୁ ପୁଜା କରିବା ସମୟରେ ହାଇ ଏବଂ ଅଳସୁଆ ଲାଗିଥାଏ। ଏବଂ କିଛି ଲୋକଙ୍କୁ ମଧ୍ୟ ଛିଙ୍କ ଆସିଥାଏ। ତ ଆଉ କିଛି ଲୋକଙ୍କୁ ଖରାପ ବିଚାର ଆସିଥାଏ। ଏହାର କାରଣ କଣ ହୋଇପାରେ। ବନ୍ଧୁଗଣ ଏହିସବୁ ଲକ୍ଷଣ ଯଦି ଆପଣଙ୍କ ସହିତ ହେଉଛି ତାହେଲେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ଯାହା ଦ୍ବାରା ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିପାରିବେ। ସେ କେଉଁ ଦୈବିଶକ୍ତି ଅଛି ଯାହାର କୃପା ଆପଣଙ୍କ ଉପରେ ରହିଥାଏ।

ଯେତେବେଳେ ଆପଣଙ୍କର ନିୟନ୍ତ୍ରଣ ସହିତ ପୁଜା ପାଠ ବା ଧ୍ୟାନ କରିବା ସମୟରେ ଆମେ ଆମ ଦ୍ବାରା କିଛି ଏପରି କାର୍ଯ୍ୟ ହୋଇଯାଏ ଯେମିତି ହାଇ ଆସିବା, ନିଦ ଆସିବା, କାନ୍ଦିବା, ଛିଙ୍କ ଆସିବା ତାହେଲେ ଏହାର ଅର୍ଥ ବିପରୀତ ମାନାଯାଇଛି। ବନ୍ଧୁଗଣ ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମେ ଏହି ବ୍ରମ୍ହାଣ୍ଡ ଖାଲି ଥିଲା। ଚାରିଆଡେ କେବଳ ଅନ୍ଧକାର ଥିଲା। ତାପରେ ଗୋଟେ ବିଶାଳ ଶିବଲିଙ୍ଗ ପ୍ରକଟ ହୋଇଥିଲା। ଯାହା ଦ୍ବାରା ସମ୍ପୂର୍ଣ ବ୍ରମ୍ହାଣ୍ଡ ଉର୍ଜାରେ ଭରି ଗୋଲା। ଧୀରେ ଧୀରେ ଏହି ବ୍ରମ୍ହାଣ୍ଡରେ ଧାତୁ ପଦାର୍ଥ ମାନଙ୍କର ନିର୍ମାଣ ହୋଇଥିଲା। ସେହି ପଦାର୍ଥ ମାନଙ୍କ ମଧ୍ୟରେ ଜଳ, ଧାତୁ, ବାୟୁ, ଅଗ୍ନି ଭୋଳି ଜିନିଷର ନିର୍ମାଣ ହୋଇଥିଲା।

ଏଥି ପାଇଁ ଏହା ମାନାଯାଇଥାଏ କି ଏହିସବୁ ପଦାର୍ଥରେ ଭଗବାନ ଶିବଶଙ୍କର ଙ୍କର ବାସ ହୋଇଥାଏ। ସମସ୍ତ ବ୍ରମ୍ହାଣ୍ଡର କୋଣ ଅନୁକୋଣରେ ଭଗବାନ ଶିବ ଅଛନ୍ତି। ଶିବ ହିଁ ଆଦି ଅଟନ୍ତି। ଶିବ ହିଁ ଅନ୍ତ ଅଟନ୍ତି। ବନ୍ଧୁଗଣ ଯେବେ ଆମେ ପୁଜା ପାଠ କରିବା ପାଇଁ ବସିଥାଉ ଏବଂ ଇଶ୍ଵରଙ୍କର ଧ୍ୟାନ କରିବା ପାଇଁ ବସିଥାଉ ତେବେ ଆପଣଙ୍କର ଆତ୍ମାର କନେକ୍ସନ ଇଶ୍ଵରଙ୍କ ସହିତ ହୋଇଥାଏ। ଇଶ୍ଵର ସର୍ବବ୍ୟାପି ଅଟନ୍ତି। ସମସ୍ତ ପ୍ରକାର ସଜିବ ପଦାର୍ଥ ଏବଂ ନିର୍ଜିବ ପଦାର୍ଥରେ ଇଶ୍ୱରଙ୍କର ବାସ ହୋଇଥାଏ। ଏହି କାରଣ ପାଇଁ ଯେବେ ଆପଣଙ୍କର ଅନ୍ତରଆତ୍ମା ଇଶ୍ଵରଙ୍କ ସହିତ ଜଡ଼ିଯାଏ ସେତେବେଳେ ଇଶ୍ଵର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି।

ଏହି ସଂକେତ ବହୁ ସାଧାରଣ ହୋଇଥାଏ ଯାହାକୁ ଆମେ ଅଣଦେଖା କରିଦେଇଥାଉ। ଯାହା ଦ୍ବାରା ଇଶ୍ଵରଙ୍କର ସଂକେତକୁ ଆମେ ବୁଝି ପାରିନଥାଉ। ସର୍ବବ୍ୟାପି ପରମଆତ୍ମା ସବୁ ଜୀବଜନ୍ତୁଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି। ଜେବେବି ଆମେ ପୁଜା ଏବଂ ଧ୍ୟାନ କରିଥାଉ ସେତେବେଳେ ପାଖାପାଖି ପରିବେଶ ସାକାରାତ୍ମକ ଉର୍ଜାରେ ଭରିଯାଇଥାଏ ଏବଂ ଏହି କାରଣ ପାଇଁ ଆମକୁ ସୁଖ ଶାନ୍ତି ଅନୁଭବ ହୋଇଥାଏ। ଦୁଃଖରେ ବାତାବରଣରେ ଭରି ଯାଇଥାଏ ଅନେକ ଥର ବିଦ୍ୟାର୍ଥୀ ପାଠ ପଢିବା ସମୟରେ ମା ସ୍ୱରସତୀଙ୍କ ଧ୍ୟାନ କରିଥାନ୍ତି। ତେବେ ତାଙ୍କ ଆଖିରୁ ଲୁହ ଆସିଯାଇଥାଏ କିମ୍ବା ତାଙ୍କୁ ଅଚାନକ ନିଦ ଆସିବାର ଲାଗିଥାଏ। ଏହାର ଅର୍ଥ ମା ସ୍ୱରସତୀଙ୍କ କୃପା ସେହି ବିଦ୍ୟାର୍ଥୀଙ୍କ ଉପରେ ବନିଥାଏ।

ତାହା ସହିତ ବନ୍ଧୁଗଣ ଆମେ ଇଶ୍ଵରଙ୍କ ସହିତ ଜଡ଼ିତ କିଛି କଥା ପୁରାଣରେ ଶୁଣିବା ସମୟରେ ଆମର ଶରୀରର ଲୋମ ଛିଡା ହୋଇଯାଏ ବା ଲୋମ ଟାଙ୍କୁରି ଯାଏ। ଏବଂ ଆଖିରୁ ଲୁହ ଆସିଯାଇଥାଏ। ଇଶ୍ଵରଙ୍କର ସେହି ଅନନ୍ତ ଶକ୍ତିର ଅନୁଭବ କରି ବେଳେବେଳେ ଆମର ଆଖିରୁ ଲୁହ ଆସିଯାଇଥାଏ। ଏବଂ ଇଶ୍ଵରଙ୍କ ପ୍ରତି ଆମର ବିଶ୍ୱାସ ଦୃଢ ହେବାରେ ଲାଗିଥାଏ। ବନ୍ଧୁଗଣ ଯଦି ଆପଣଙ୍କୁ ବି ଏହିପରି ସଂକେତ ମିଳିଥାଏ ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ। ଏହି ପୋଷ୍ଟ ମାଧ୍ୟମରେ ଆମେ ଏମିତି କିଛି କହିବୁ ଯଦି ଇଶ୍ଵରଙ୍କର ଧ୍ୟାନ କରିବା ସମୟରେ ଏମିତି କିଛି ସଂକେତ ମିଳିଥାଏ ତେବେ ବୁଝିଯିବେ କି ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା।

ଆଖିରୁ ଲୁହ ଆସିବା:

ବନ୍ଧୁଗଣ ଯଦି ଆପଣ ଭଗବାନଙ୍କ ଆରାଧନାରେ ଧ୍ୟାନରେ ବସିଛନ୍ତି ଏବଂ ଅଚାନକ ଭାବେ ଆଖିରୁ ଲୁହ ବାହାରିବାକୁ ଲାଗେ ତେବେ ଏହା ଇଶ୍ଵରଙ୍କର ସଂକେତ ଅଟେ। ଆପଣଙ୍କର ଆତ୍ମା ଇଶ୍ଵରଙ୍କ ସହିତ ମିଳନ ହୋଇଛି। ଏମିତି ସମୟରେ ଆପଣଙ୍କର ମନସ୍କାମନା ଇଶ୍ଵରଙ୍କୁ ନିଶ୍ଚିତ କୁହନ୍ତୁ। ଏମିତି ସମୟରେ ଇଶ୍ଵରଙ୍କ ସହିତ କରାଯାଇଥିବା ପ୍ରାର୍ଥନାର ଫଳ ନିଶ୍ଚୟ ମିଳିଥାଏ। ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି ଏବଂ ଇଶ୍ଵରଙ୍କର ଆରାଧନାରେ ଲାଗି ରହିଥାନ୍ତି। ପରନ୍ତୁ ଏହା ଇଶ୍ଵରଙ୍କୁ କିଛି ମାଗିବାର ଏହା ସବୁଠାରୁ ଭଲ ସମୟ ଅଟେ।

ଜେବେବି ଆପଣ ପୁଜା କରିବେ ଲୁହ ଆସିଯାଏ ତେବେ ଦୁଃଖ ଏବଂ କଷ୍ଟର ନିବାରଣରେ ପାର୍ଥନା କରନ୍ତୁ। ପୁଜା ସମୟରେ
ଆଖିରୁ ଲୁହ ଆସିବାର ଏହାର କାରଣ ମାନାଯାଇଥାଏ କି ଆପଣଙ୍କର ଅନ୍ତର ମନର ଖରାପ ଗୁଣ ସବୁ ସଫା ହେଉଛି। ଏବଂ ଆପଣଙ୍କର ଅନ୍ତ କରଣ ଶୁଦ୍ଧ ହେବାରେ ଲାଗିଛି। ଯଦି ଆପଣ ପୁଜା କରିବା ସମୟରେ ଆଖିରୁ ପାଣି ଆସୁଛି ତେବେ ଆମକୁ କମେନ୍ଟରେ କୁହନ୍ତୁ କେଉଁ ଭଗବାନଙ୍କୁ ପୁଜା କରିବା ସମୟରେ ଆଖିରୁ ଲୁହ ଆସୁଛି।

ଜଳା ଯାଇଥିବା ଦୀପର ଜ୍ୟୋତି ବଢିବା:

ବନ୍ଧୁଗଣ ଅଗ୍ନି ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟେ ଅଟନ୍ତି। ଏଥିରେ ଭଗବାନ ଶିବଶଙ୍କରଙ୍କ ବାଦ ହୋଇଥାଏ। ଯେତେବେଳେ ଆପଣ ପୁଜା କରୁଛନ୍ତି ସେହି ସମୟରେ ଆପଣଙ୍କର ପାଖରେ ରଖା ଯାଇଥିବା ଦୀପ କିମ୍ବା ଆରତୀର ଜ୍ୟୋତି ବଢିଯାଏ ତେବେ ଏହା ଇଶ୍ଵରଙ୍କ ସଂକେତ ହୋଇଥାଏ। ସେ ଆପଣଙ୍କର ପୁଜା ଏବଂ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି। ଏମିତି ସମୟରେ ଆମକୁ ଇଶ୍ଵରଙ୍କର ପ୍ରାର୍ଥନା କରିବା ଉଚିତ। ଏବଂ ଆପଣଙ୍କର ମନକାମନା କହିବା ଉଚିତ।

ଅଗରବତୀର ଧୂଆଁ:

ଯଦି ଆପଣ ପୁଜା କରିବା ସମୟରେ ଏହା ଦେଖୁଛନ୍ତି ଆପଣଙ୍କର ଦ୍ବାରା ଲଗା ଯାଇଥିବା ଅଗରବତୀ କିମ୍ବା ଧୂପ ବତୀର ଧୂଆଁ ଇଶ୍ଵରଙ୍କର ପ୍ରତିମା ଦିଗକୁ ଯାଉଛି ତାହେଲେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କର ପୁଜାକୁ ଭଗବାନ ସିଉକାର କରିଛନ୍ତି।

ଫୁଲ ପଡ଼ିବା:

ଯଦି ଆପଣ ପୁଜା ଏବଂ ଧ୍ୟାନ କରିବା ପୁର୍ବରୁ ଭଗବାନଙ୍କ ପ୍ରତିମାରେ ଫୁଲ ଚଢେଇଛନ୍ତି ଏବଂ ପୁଜା କରିବା ସମୟରେ ସେହି ଫୁଲ ଆପଣଙ୍କ ଦିଗରେ ପଡ଼ିଯାଏ ତାହେଲେ ଏହାକୁ ବହୁତ ଶୁଭ ମାନାଯାଇଥାଏ। ଏହାର ଅର୍ଥ ଏହା ଅଟେ କି ଆପଣଙ୍କର ଆରାଧନାକୁ ଭଗବାନ ସିଉକାର କରିଛନ୍ତି ଏବଂ ଏହାର ଫଳ ଆପଣଙ୍କୁ ଜଲଦି ମିଳିବାକୁ ଯାଉଛି।

ଘରର ଦ୍ୱାର ପାଖକୁ ଗାଈ ଆସିବା:

ଭଗବାନ ଶିବ କୁହନ୍ତି ଆରତୀ ଏବଂ ପୁଜା ସମୟରେ ଘର ଦୁଆର ପାଖକୁ ଗାଈ ଆସିଲେ ଏହାକୁ ଭଲ ଶୁଭ ସଂକେତ ମାନାଯାଏ। ଦ୍ୱାର ପାଖକୁ ଆସିଥିବା ଗାଈର ପୁଜା କରନ୍ତୁ। ଏବଂ ରୁଟି ଖାଇବାକୁ ଦିଅନ୍ତୁ। ଏବଂ ନମସ୍କାର କରି ଆପଣଙ୍କର ମନସ୍କାମନା ଗୋମାତାଙ୍କୁ କୁହନ୍ତୁ। ଆପଣଙ୍କର ଇଛା ନିଶ୍ଚୟ ପୁରଣ ହେବ।

ଏବେ ଆସନ୍ତୁ ଜାଣିବା ପୁଜା କରିବା ସମୟରେ ହାଇ ଆସିବା, ନିଦ ଆସିବା ନାକାରାତ୍ମକ ଚିନ୍ତା ଯୋଗୁ ଆଖିରୁ ପାଣି ଆସିବା ଏବଂ ଖରାପ ଚିନ୍ତା ପୁଜା ପାଠ ସମୟରେ ଆସିବାର କାରଣ ଏବଂ ତାର ଉପାୟ ବିଷୟରେ ଜାଣିନେବା।

ଯେବେ ଆମର ଧ୍ୟାନ ଭଗବାନଙ୍କ ପ୍ରତି ଯାଏ ନାହିଁ ଏବଂ ପୁଜା ପାଠ ବୋଝ ପରି ଲାଗିଥାଏ ଯେଉଁଥିରେ ଆପଣ କୌଣସି ଧାର୍ମିକ ଗ୍ରନ୍ଥ ପଢିବା ପାଇଁ ଚାହାନ୍ତି ନାହିଁ ଭଜନ ଶୁଣିବାକୁ ଚାହୁଁନଥାନ୍ତି ଆରତୀ କରିବାକୁ ଚାହାନ୍ତି ନାହିଁ ପୂଜାରେ ଆପଣ ବସିବା ପରେ ଶରୀର ଭାରି ଭାରି ଲାଗିବା ମୁଣ୍ଡ ବ୍ୟଥା ଆରମ୍ଭ ହୋଇଯାଏ ଗୋଡ଼ କାଟିବାରେ ଲାଗିଥାଏ ଯଦି ଏମିତି ଲକ୍ଷଣ ଆପଣଙ୍କୁ ଅନୁଭବ ହେଉଛି ତାହେଲେ ଆପଣଙ୍କୁ ବୁଝିଯିବାକୁ ପଡ଼ିବ କି ନେଗେଟିଭ ଏନର୍ଜି ଆପଣଙ୍କ ସହ ଅଛି। ଏମିତି ବ୍ୟକ୍ତି ଯିଏ ନକାରାତ୍ମକ ବିଚାରର ରଖନ୍ତି ଏବଂ ପୁଜା ପାଠ ତାଙ୍କୁ ଭାରି ଲାଗିଥାଏ ସେମାନଙ୍କୁ ଶୁଣିବାର ଅଭ୍ୟାସ ଉପରେ ଗୁରୁତ୍ୱ ଦେବା ଉଚିତ। ଟିଭି, ମୋବାଇଲ ଏବଂ ୟୁଟୁବରେ ଭକ୍ତି ସଂଗୀତ କିମ୍ବା ପ୍ରବଚନ କିମ୍ବା ଆରାତି ଶୁଣିବା ଉଚିତ। କାରଣ ଏହା ଦ୍ବାରା ଆପଣଙ୍କର ଶରୀରର ନେଗେଟିଭିଟି ଏନର୍ଜିର ସଫା ହେବାରେ ଲାଗିବ। ଏବଂ ଆଧ୍ୟାତ୍ମିକ ଶୁଦ୍ଧବି ହେବ।

ପୁଜା କରିବା ସମୟରେ ଅଧିକ ହାଇ ଆସିଲେ ଆଖିରୁ ଲୁହ ଆସିଯାଏ ଅଧିକ ହାଲିଆ, ଅଧିକ ପରିଶ୍ରମ କମ ସମୟ ଶୋଇବା କାରଣରୁ ହାଇ ଆସିବାର ଲାଗିଥାଏ। କିନ୍ତୁ ହାଇ ଆସିବାର କାରଣ କହିବା ଅସମ୍ଭବ ହୋଇଥାଏ। ହାଇ ମାରିବା ଅଳସୁଆମିର ପ୍ରମାଣ ଦେଇଥାଏ। ଯେଉଁ ବ୍ୟକ୍ତି ସକାଳେ ଉଠିବା ପରେ ବି ହାଇ ମାରିବାରେ ଲାଗିଥାଏ ବା ନିଦର ଅବସ୍ଥାରେ ରହିଥାଏ ସେହି ବ୍ୟକ୍ତିକୁ ଭଗବାନଙ୍କର ପୁଜା ଅର୍ଚ୍ଚନା କରିବା ମନା ହୋଇଥାଏ। ବନ୍ଧୁଗଣ ଯେତେବେଳେ ଆପଣ ପୁଜା ପାଠ କରିବା ପାଇଁ ଯାଉଛନ୍ତି କିମ୍ବା ବସିଥାନ୍ତି ସେତେବେଳେ ଆପ ଆପଣଙ୍କର ମନରେ ଅନେକ ବିଚାର ଆସିବାରେ ଲାଗିଥାଏ। ଯାହା ପୁଜା କରିବା ସମୟରେ ଆସିବା ଉଚିତ ନୁହେଁ।

ଏହା ଏମିତି ହୋଇଥାଏ କି ଆମର ପାଖାପାଖି ପରିବେଶ ଏମିତି ନେଗେଟିଭିଟି ଏନର୍ଜି ହୋଇଥାଏ ଯାହା ଆମକୁ ପୁଜା ପାଠ କରିବାକୁ ଦିଏ ନାହିଁ। ଯାହା ଦ୍ବାରା ଆମର ଆତ୍ମାର ସୁତି ହୋଇପାରେ ନାହିଁ। ବନ୍ଧୁଗଣ ଖାଲି ଖାଲିରେ କିମ୍ବା କଥା କଥାରେ ରାଗିବା ସବୁଠାରୁ ବଡ଼ ଅବଗୁଣ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଯେଉଁ ମନୁଷ୍ୟ କ୍ରୋଧର ଚିନ୍ତାଧାରା ନିଜ ମନରେ ରଖିଥାଏ ସେ କୌଣସି ବି କାମରେ ନିଜର ମନ ଲଗାଇପାରେ ନାହିଁ। ଦେବପୁଜା ଏବଂ ସାଧନା ପାଇଁ ମନର ଶାନ୍ତି ଏବଂ ଏକାଗ୍ରତା ହେବା ବହୁତ ଆବଶ୍ୟକ ହୋଇଥାଏ। ଅଶାନ୍ତ ମନରେ କରାଯାଇଥିବା ପୁଜା ଏବଂ ଜପ କେବେବି ଫଳପ୍ରଦ ହୋଇନଥାଏ।

ଏଥି ପାଇଁ ମନୁଷ୍ୟକୁ ମନ୍ଦିର ଯିବା ପୂର୍ବରୁକିମ୍ବା ଘରେ ଭଗବାନଙ୍କ ପୁଜା ଏବଂ ଜପ କରିବା ପୁର୍ବରୁ କ୍ରୋଧ, ହିଂସା, ଲୋଭ ଭଳି ଚିନ୍ତାକୁ ମନରୁ ବାହାର କରିଦେବା ଉଚିତ। ଏମିତି ଅସୁବିଧାରୁ ବଞ୍ଚିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କର ଘରର ଶୁଦ୍ଧି କରିବା ଆବଶ୍ୟକ ହୋଇଥାଏ। ଯେଉଁଥିରେ ଆପଣ ଅଳ୍ପ କର୍ପୁର ନେଇ ଘରେ ଜଳାନ୍ତୁ। ଏବଂ ଜଳୁଥିବା କର୍ପୁର ଉପରେ ଦୁଇଟି ଲବଙ୍ଗ ପକେଇ ଦେବେ। ଦିନରେ ଥରେ ଏମିତି କରିବା ଉଚିତ। ଦିନରେ ଯେକୌଣସି ସମୟରେ ଆପଣ ଏହାକୁ କରିପାରିବେ। ଏଥିରେ ଆପଣଙ୍କ ଘରର ନେଗେଟିଭିଟି ଦୂର ହେବାରେ ଲାଗିଥାଏ। ଏବଂ ଆପଣଙ୍କର ପାଖରେ ସାକାରାତ୍ମକ ବାତାବରଣ ହେବାରେ ଲାଗିଥାଏ। ତାହା ସହିତ ଆପଣଙ୍କର ଭିତରେ ପଜିଟିଭିଟି ଆସିବାର ଲାଗିଥାଏ।

Leave a Reply

Your email address will not be published. Required fields are marked *