ରାଜଙ୍କୁ ଦେଖି ଚିତ୍କାର କରିଲେ ଶିଲ୍ପା ଶେଠ୍ଠୀ, କହିଲେ- “ପରିବାରର ବଦନାମ କରିଦେଲେ”

ପୋର୍ନଗ୍ରାଫି କେସରେ ଗିରଫ ରାଜ କୁନ୍ଦ୍ରାଙ୍କ ସମସ୍ୟା ବର୍ତ୍ତମାନ ଆହୁରି ମଧ୍ୟ ବଢି ଯାଉଥିବାର ଦେଖାଯାଇଛି। ତାଙ୍କ ହ୍ବାଟ୍ସଏପ ଚ୍ୟାଟ, ଫୋନ, ପ୍ରତ୍ୟକ୍ଷଦର୍ଶୀ ବୟାନ ସବୁ ରାଜଙ୍କ ଏହି ରହସ୍ୟକୁ ଖୋଲିବାରେ ଲାଗିଛି। ଏହି ଘଟଣାରେ ୨୩ଜୁଲାଇରେ ରାଜଙ୍କ ସ୍ତ୍ରୀ ଅଭିନେତ୍ରୀ ଶିଲ୍ପା ଶେଠ୍ଠୀଙ୍କୁ ପଚରାଉଚରା କରାଯାଇଛି। କ୍ରାଇମବ୍ରାଞ୍ଚ ଶିଲ୍ପାଙ୍କ ଘରକୁ ଯାଇ ତାଙ୍କୁ ରାଜଙ୍କ ପୋର୍ନଗ୍ରାଫି କଣ୍ଟେଣ୍ଟ ବନେଇବା ଏବଂ ଏପରେ ଅପଲୋଡ଼ କରିବାକୁ ନେଇ ଜଡ଼ିତ ପ୍ରଶ୍ନ ପଚାରିଥିଲେ। କିନ୍ତୁ ସେହିଦିନ ଯେତେବେଳେ କ୍ରାଇମବ୍ରାଞ୍ଚ, ରାଜଙ୍କୁ ସାଥିରେ ନେଇ ଶିଲ୍ପାଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା କେମିତି ଥିଲା, ଜାଣନ୍ତୁ।

ଶୁକ୍ରବାର ୨୩ଜୁଲାଇକୁ ଯେତେବେଳେ କ୍ରାଇମବ୍ରାଞ୍ଚ ଜୁହୁ ସ୍ଥିତ ଶିଲ୍ପାଙ୍କ ଘରେ ପହଞ୍ଚି ଥିଲେ ତ ଶିଲ୍ପା ରାଜଙ୍କୁ ଦେଖି ରାଗରେ ଚିତ୍କାର କରି ଉଠିଥିଲେ। ସେ ଚିତ୍କାର କରି ରାଜଙ୍କୁ କହିଥିଲେ ଏହି କେସ ପରିବାରର ବଦନାମ କରି ଦେଇଛି, ଅନେକ ସମର୍ଥନ, ବ୍ୟବସାୟ ଡିଲ ହାତରୁ ଖସି ଯାଇଛି।

ଶିଲ୍ପାଙ୍କୁ ଛଅଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚର ସିନିୟର ଅଫିସର କହିଛନ୍ତି ‘ଏହି କେସରେ ଶିଲ୍ପା ଶେଠ୍ଠୀଙ୍କର କୈାଣସି ଭୂମିକା ନାହିଁ। ଏପର୍ଯ୍ୟନ୍ତ ଏହି କେସରେ ତାଙ୍କର ଯୋଗଦାନ ବିଷୟରେ କୈାଣସି ଖବର ମିଳିନାହିଁ। ଏଥିପାଇଁ ଆମେ ତାଙ୍କୁ ଦ୍ଵିତୀୟ ଥର କୈାଣସି ପ୍ରଶ୍ନ ପଚାରିବୁ ନାହିଁ।’

ରାଜଙ୍କ ଗିରଫ ହେବା ପରଠାରୁ ହିଁ ଶିଲ୍ପା ବହୁତ ଭାଙ୍ଗି ପଡିଥିଲେ। ତାଙ୍କ ରାଗ, ବିରକ୍ତି, କ୍ରୋଧ ସବୁ ରାଜଙ୍କୁ ଦେଖିବା ମାତ୍ରେ ହିଁ ବାହାରି ପଡ଼ିଥିଲା। ସେହିଦିନ ରାଜଙ୍କୁ ଦେଖିବା ମାତ୍ରେ ହିଁ ସେ ନିଜେ ନିଜକୁ ହରେଇ ବସିଥିଲେ। ବହୁତ କାନ୍ଦିଥିଲେ ଏବଂ ରାଜଙ୍କ ଉପରେ ଚିତ୍କାର କରିବାକୁ ଲାଗିଥିଲେ। ଶିଲ୍ପା ରାଜଙ୍କୁ କହିଥିଲେ କି ଏସବୁ କଣପାଇଁ କରିଥିଲ।

ଶିଲ୍ପା କହିଥିଲେ କି ପରିବାରର ବଦନାମ ବ୍ୟତୀତ ଅନେକ ବ୍ୟବସାୟ ଡିଲ ବର୍ତ୍ତମାନ କ୍ୟାନ୍ସଲ ହୋଇଯାଇଛି। ସେହି ସମୟରେ ରାଜ ମଧ୍ୟ ଶିଲ୍ପାଙ୍କ ସହିତ କଥା ହେଉଥିବାର ଦେଖା ଯାଇଥିଲା। ସେ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ ଏବଂ କହୁଥିଲେ କି ତାଙ୍କ ବିରୁଦ୍ଧରେ ପ୍ରସ୍ତୁତ ଏହି କେସର କୈାଣସି ଆଧାର ନାହିଁ। ରାଜ କହିଛନ୍ତି କି ସେ ପୋ-ର୍ନ ନୁହେଁ ବରଂ ଏରଟିକା ସିନେମା ପ୍ରସ୍ତୁତ କରିଛନ୍ତି।

ପଚରାଉଚରା ପୂର୍ବରୁ ଶିଲ୍ପା ରାଜଙ୍କ ଉପରେ ରାଗି ଯାଇଥିଲେ, କିନ୍ତୁ ପରେ ସେ ସ୍ଵାମୀଙ୍କ ପକ୍ଷ ନେଇଥିଲେ ଏବଂ କହିଥିଲେ କି ରାଜ ପୋ-ର୍ନ କଣ୍ଟେଣ୍ଟ ପ୍ରସ୍ତୁତ କରନ୍ତି ନାହିଁ। ଶିଲ୍ପା କହିଛନ୍ତି କି HotShots ଏପ ସହିତ ତାଙ୍କର କୈାଣସି ସମ୍ପର୍କ ନାହିଁ। ଏହା ସହିତ ଏହା ମଧ୍ୟ କହିଛନ୍ତି କି ପୋ-ର୍ନ ଏବଂ ଏରୋଟିକା ଦୁଇଟି ଯାକ ଅଲଗା ଅଟେ।

ଶିଲ୍ପା ନିଜ କଥା ରଖିବା ସମୟରେ ଏହା ମଧ୍ୟ କହିଥିଲେ କି ଅନ୍ୟ OTT ପ୍ଲାଟଫର୍ମରେ ମହଜୁଦ କଣ୍ଟେଣ୍ଟ ବହୁତ ଅଧିକ ଅ-ଶ୍ଲୀ-ଳ ହୋଇଥାଏ। ନିଜ ବୟାନ ଦେବାପରେ ଶିଲ୍ପା ମୁମ୍ବାଇ ପୋଲିସଙ୍କୁ କହିଛନ୍ତି କି ତାଙ୍କ ସ୍ବାମୀଙ୍କ ଉପରେ ଲାଗିଥିବା ଆରୋପ ଠିକ ନୁହେଁ। ସେ ପୋ-ର୍ନ ଏବଂ ଏରୋଟିକାର ପ୍ରଭେଦ ଜଣାଇବା ପାଇଁ ଚେଷ୍ଟା କରିଛନ୍ତି।

ଜଣା ଯାଉଛି କି ୧୯ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ପୋର୍ନ ସିନେମା ପ୍ରସ୍ତୁତ କରିବା ଏବଂ ତାଙ୍କ ମୋବାଇଲ ଏପରେ ଷ୍ଟ୍ରିମ କରିବାର ଆରୋପରେ ଗିରଫ କରାଯାଇଥିଲା। ଏହାପରେ ୨୩ଜୁଲାଇକୁ କୋର୍ଟରେ ହାଜର ହେବାପରେ ୨୭ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହାଜତରେ ରଖା ଯାଇଥିଲା।

ମୁମ୍ବାଇ କ୍ରାଇମବ୍ରାଞ୍ଚର ଅଫିସର ଘଟଣାର ତଦନ୍ତ ସଠିକତାର ସହିତ କରୁଛନ୍ତି। ତଦନ୍ତ ମୁତାବକ ଫେବୃଆରୀରେ ଯେତେବେଳେ ଏହି ରୈ-କ-ଟ ସାମ୍ନାକୁ ଆସିଥିଲା ସେହି ସମୟରେ ରାଜ କୁନ୍ଦ୍ରା ନିଜ ଫୋନ ବଦଳେଇ ଦେଇଥିଲେ।ତାଙ୍କୁ ହାଜତକୁ ନିଆଯିବା ପରେ ବର୍ତ୍ତମାନ ଏହି କଥାର ଖୁଲାସା କରାଯାଇଛି। ରାଜ କୁନ୍ଦ୍ରା ଏବଂ ରାୟନ ଥୋରପେଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ ଗିରଫ କରି ନେଇଛନ୍ତି।

ପୋ-ର୍ନଗ୍ରାଫୀ ଘଟଣାରେ ରାଜ କୁନ୍ଦ୍ରା ଆର୍ଥିକ ଦୃଷ୍ଟିକୋଣରୁ ଏବଂ ଅନେକ ଗୁଡ଼ିଏ ଅନ୍ୟ ଡକ୍ୟୁମେଣ୍ଟ ଅନୁସାରେ ଗଭୀର ଭାବରେ ପଚରାଉଚରା କରାଯିବାର ଅଛି। କିନ୍ତୁ ଏହି ତଦନ୍ତରେ ରାଜ କୁନ୍ଦ୍ରା ସଂପୂର୍ଣ୍ଣ ଭାବରେ ସହଯୋଗ କରୁନାହାନ୍ତି। ୨୭ଜୁଲାଇକୁ ପୁଣି ଥରେ କୋର୍ଟରେ ତାଙ୍କୁ ଦାଖଲ କରାଯିବ।

Leave a Reply

Your email address will not be published. Required fields are marked *