ମନୀଷା କୋଇରାଲାଙ୍କ ଠାରୁ ନେଇ ଆଲିୟା ଭଟ୍ଟଙ୍କ ଭଉଣୀ ପର୍ଯ୍ୟନ୍ତ,୫୩ବର୍ଷର ରାହୁଲ ରାୟଙ୍କର ଚାଲିଥିଲା ଏହି ଝିଅମାନଙ୍କ ସହିତ ଆଫେ-ୟାର

”ଆଶିକୀ’ (Aashiqui) ଖ୍ୟାତି ରାହୁଲ ରାୟ (Rahul Roy) ୯ ଫେବୃଆରୀକୁ ୫୩ବର୍ଷର ହୋଇଗଲେଣି। ୧୯୬୮ରେ ଜନ୍ମ ହୋଇଥିବା ରାହୁଲ ‘ଆଶିକୀ’ ସିନେମା ପରେ ରାତାରାତି ସୁପରଷ୍ଟାର ହୋଇ ଯାଇଥିଲେ। ତାଙ୍କ ଇମେଜ ଏକ ଲଭର ବୟ ପରି ଥିଲା ଏବଂ ଅନେକ ଝିଅ ତାଙ୍କ ଉପରେ ମରୁଥିଲେ। ରାହୁଲଙ୍କ ପ୍ରେମ ଜୀବନ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଏହା ମଧ୍ୟରେ ଜଣଙ୍କ ପରେ ଜଣେ ଅନେକ ଝିଅ ଆସିଥିଲେ ଏବଂ ପୁଣି ଚାଲି ଯାଇଥିଲେ। ଆଜି ଆମେ ଆପଣଙ୍କୁ ରାହୁଲଙ୍କର ଏହି ପ୍ରେମ ଆଫେୟାର୍ସ ବିଷୟରେ ଜଣାଇବାକୁ ଯାଉଛୁ।

ପୂଜା ଭଟ୍ଟ: ‘ଜାନମ’, ‘ଜୁନୁନ’ ଏବଂ ‘ଫିର ତେରୀ କାହାନୀ ୟାଦ ଆଇ’ ଭଳି ସିନେମାରେ ସାଥିହୋଇ କାମ କରିବା ସମୟରେ ରାହୁଲ ଏବଂ ପୂଜା ଭଟ୍ଟ (ଆଲିଆ ଭଟ୍ଟଙ୍କ ସାବତ ଭଉଣୀ)ଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇଥିଲା। ଏମାନେ ଶୁଟରେ ଅନେକ ସମୟ ବିତେଇବା ପରେ ସାଥିହୋଇ ଡିନର ପାଇଁ ଯାଉଥିଲେ। କିନ୍ତୁ ନିଜ କ୍ୟାରିୟର ଏବଂ ବ୍ୟସ୍ତ କାର୍ଯ୍ୟସୂଚୀ ଚାଲିବାରୁ ଦୁଇଜଣ ବହୁତ କମ ଦେଖା ହୋଇ ପାରୁଥିଲେ। ବହୁତ ଶୀଘ୍ର ସେମାନଙ୍କର ଦୂରତା ବ୍ରେକଅପରେ ପରିଣତ ହୋଇ ଯାଇଥିଲା।

ମନୀଷା କୋଇରାଲା: ‘ମଝଦାର’ ଏବଂ ‘ଅଚାନକ’ରେ ସାଥିହୋଇ କାମ କରିବା ସମୟରେ ରାହୁଲ ଏବଂ ମନୀଷା କୋଇରାଲାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଯାଇଥିଲା। ସେତେବେଳେ ମନୀଷା ଜଣେ ବଡ଼ ହିରୋଇନ ଥିଲେ ଏବଂ ରାହୁଲ ନିଜର କ୍ୟାରିୟର ସେଟ କରିବା ପ୍ରସ୍ତୁତିରେ ଥିଲେ। ଏଥିପାଇଁ ସେ ନିଜ ପ୍ରେମ ସମ୍ପର୍କ ଠାରୁ ଅଧିକ କ୍ୟାରିୟରକୁ ଧ୍ୟାନ ଦେଉଥିଲେ। ଏହି କାରଣରୁ ମନୀଷା ତାଙ୍କ ଠାରୁ ଦୂରେଇ ଯାଇଥିଲେ।

ସୁମନ ରଙ୍ଗନାଥନ: ରାହୁଲଙ୍କର ସୁମନଙ୍କ ସହିତ ପ୍ରଥମ ଦେଖା ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ହୋଇଥିଲା। ବହୁତ ଶୀଘ୍ର ଦୁଇଜଣଙ୍କ ମଧ୍ୟରେ ଆଫେୟାର ହୋଇ ଯାଇଥିଲା। ଏମିତିକି ସୁମନ ରାହୁଲଙ୍କ ସହିତ ଏକ ଆପାର୍ଟମେଣ୍ଟ ଶେୟାର କରିବାକୁ ଲାଗିଥିଲେ। ଏହା ମଧ୍ୟ କୁହାଯାଉଛି କି ସେ ରାହୁଲ ହିଁ ଥିଲେ ଯିଏ ସୁମନଙ୍କୁ ବିକ୍ରମ ଭଟ୍ଟଙ୍କ ‘ଫରେବ’ (୧୯୯୬)ସିନେମା ଦେଇଥିଲେ। ଦୁଇଜଣଙ୍କ ବାହାଘରର ଖବର ମଧ୍ୟ ଉଠିଥିଲା କିନ୍ତୁ ଏମିତି ହୋଇପାରି ନଥିଲା। ସୁମନ ସାଉଥ ସିନେମାରେ ବ୍ୟସ୍ତ ହୋଇ ଯାଇଥିଲେ। ଏଥିପାଇଁ ସେ ରାହୁଲଙ୍କ ସହିତ ନିଜର ୩ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଥିଲେ।

ରାଜଲକ୍ଷ୍ମୀ ଖାନବିଲକର: ରାହୁଲ ବର୍ଷ ୧୯୯୮ରେ ମଡେଲ ରାଜଲକ୍ଷ୍ମୀ ଖାନବିଲକରଙ୍କ ସହିତ ବାହା ହୋଇଥିଲେ। ଦୁଇଜଣ ମୁମ୍ବାଇର ଏକ ପାର୍ଟିରେ ଦେଖା ହୋଇଥିଲେ। ୧୪ବର୍ଷ ପର୍ଯ୍ୟନ୍ତ ଦୁଇଜଣଙ୍କ ସଂପର୍କ ଠିକ ଚାଲିଥିଲା ପୁଣି ମନାନ୍ତର ଚାଲିବାରୁ ୨୦୧୨ରେ ଦୁଇଜଣଙ୍କର ନିଜ ସହମତି ଅନୁସାରେ ଛାଡ଼ପତ୍ର ହୋଇ ଯାଇଥିଲା। ଛାଡ଼ପତ୍ର ପରେ ମଧ୍ୟ ଦୁଇଜଣ ଜଣେ ଅନ୍ୟ ଜଣଙ୍କୁ ସମ୍ନାନ କରୁଥିଲେ। ରାହୁଲ ଏକ ଇଣ୍ଟରବ୍ୟୁରେ ଏହା ମଧ୍ୟ କହିଥିଲେ କି ମୁଁ ସବୁବେଳେ ରାଜଲକ୍ଷ୍ମୀ ଏବଂ ତାଙ୍କ ପରିବାର ପାଇଁ ଛିଡା ହୋଇ ରହିବି।

ସାଧନା ସିଂହ: ବୃତ୍ତିରେ ମଡେଲ ସାଧନା ସିଂହଙ୍କୁ ରାହୁଲ ବର୍ଷ ୨୦୧୬ରେ ଦେଖା ହୋଇଥିଲେ। ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଏବଂ ପୁଣି ପ୍ରେମ ବଢ଼ିବାକୁ ଲାଗିଥିଲା। ସାଧନାଙ୍କୁ ନେଇ ରାହୁଲ ଗୋଟିଏ ଥର କହିଥିଲେ କି ‘ସେ ବହୁତ ପ୍ୟାରୀ ଅଟନ୍ତି’। ତାଙ୍କୁ ଦେଖି ଏମିତି ଲାଗୁଥିଲା କି ମନେମନେ ମୁଁ ତାଙ୍କୁ ଅନେକ ବର୍ଷରୁ ଜାଣିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *