କୋଟି କୋଟି ସଂପତ୍ତିର ମାଲିକ ଅଟନ୍ତି ରଜନୀକାନ୍ତଙ୍କ ଜ୍ୱାଇଁ,୧୬ବର୍ଷ ପୂର୍ବରୁ ତାଙ୍କ ଝିଅକୁ ବାହା ହୋଇଥିଲେ, ଏବେ ହୋଇଛନ୍ତି ଦୁଇ ଛୁଆଙ୍କ ବାପା

ମୁମ୍ବାଇ: ଚେନ୍ନାଇ।ସାଉଥର ସୁପରଷ୍ଟାର ରଜନୀକାନ୍ତ (Rajinikanth) ୭୦ ବର୍ଷର ସୋଇସାରିଛନ୍ତି।୧୨ଡିସେମ୍ବର ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିବା ରଜନୀକାନ୍ତକୁ ସବୁଠାରୁ ପ୍ରଥମ ସୁଯୋଗ ୧୯୭୫ମଇରେ ୨୫ବର୍ଷ ବୟସରେ ମିଳିଥିଲା ଏହା ତାମିଲ ସୀନେମା ‘ଅପୂର୍ବ ରାଙ୍ଗାଗଲ’ ଥିଲା, ଯେଉଁଥିରେ କମଲ ହାସନ ମୁଖ୍ୟ ଚରିତ୍ରରେ ଥିଲେ। ଡାଇରେକ୍ଟର ବାଲଚନ୍ଦନଙ୍କ ଏହି ସିନେମାରେ ରଜନୀକାନ୍ତ କେବଳ ୧୫ମିନିଟର ଅଭିନୟ କରିଥିଲେ, ଯେଉଁ ଚରିତ୍ରକୁ କେହି ବି ଜାଣି ପାରିନଥିଲେ। ସେହି ସମୟରେ କେହି ବି ଏହି କଥା ଚିନ୍ତା କରି ନଥିଲେ କି ଏହି ସାଧାରଣ ବ୍ୟକ୍ତି ଗୋଟିଏ ଦିନ ସୁପରଷ୍ଟାର ହୋଇଯିବ। ଏହାଛଡା, ରଜନୀକାନ୍ତଙ୍କ ବିଷୟରେ ତ ଲୋକମାନେ ବହୁତ କିଛି ଜାଣିଛନ୍ତି, କିନ୍ତୁ ତାଙ୍କ ପରିବାର ବିଷୟରେ ଲୋକମାନଙ୍କୁ ବହୁତ କମ ଜଣାଅଛି। ଏହି ସମୟରେ ଆମେ କହୁଛୁ ରଜନୀକାନ୍ତଙ୍କ ବଡ଼ ଜ୍ବାଇଁ ଧନୁଷଙ୍କ ବିଷୟରେ।

ରଜନୀକାନ୍ତଙ୍କ ବଡ଼ ଜ୍ୱାଇଁ ହେଉଛନ୍ତି ଧନୁଷ:

ରଜନୀକାନ୍ତଙ୍କର ଦୁଇ ଝିଅ ଅଟନ୍ତି,ବଡ଼ ଝିଅର ନାମ ଐଶ୍ବର୍ୟା ଏବଂ ଛୋଟ ଝିଅର ନାମ ସୌନ୍ଦର୍ୟା ଅଟେ। ରଜନୀକାନ୍ତଙ୍କ ବଡ଼ ଝିଅ ଐଶ୍ବର୍ୟାର ବାହାଘର ସାଉଥର ଅଭିନେତା ଧନୁଷଙ୍କ ସହିତ ହୋଇଛି। ମିଡ଼ିଆ ରିପୋର୍ଟ ମୁତାବକ୨୮ଜୁଲାଇ,୧୯୮୩ରେ ଥେନୀ, ତାମିଲନାଡୁରେ ଜନ୍ମ ହୋଇଥିବା ଧନୁଷ ପାଖାପାଖି ୭୨କୋଟି ସଂପତ୍ତିର ମାଲିକ ଅଟନ୍ତି।

ଧନୁଷଙ୍କ ପ୍ରକୃତ ନାମ ବେଙ୍କେଟଶ ପ୍ରଭୁ କସ୍ତୁରୀ ରାଜ:

ରଜନୀଙ୍କ ଜ୍ବାଇଁଙ୍କ ନାମ ଧନୁଷ କେମିତି ହୋଇଥିଲା ଏହା ପଛରେ ବି ଏକ କାହାଣୀ ରହିଛି।୧୬ବର୍ଷ ବୟସରେ ସେ ସିନେମାରେ କାମ କରିବା ଆରମ୍ଭ କରିଥିଲେ। ଏହି ସମୟରେ ସେ ତାଙ୍କ ନାମକୁ ବଦଳାଇବାକୁ ବି ଚିନ୍ତା କରିଥିଲେ।୧୯୯୫ରେ ଆସିଥିବା ସିନେମା ‘କୁଋଦ୍ଧୀପୁନ୍ନଲ’ ରେ ‘ଧନୁଷ’ ନାମରେ ଏକ ମିଶନ ହୋଇଥିଲା। ଏଥିରେ ପ୍ରଭାବିତ ହୋଇ ବେଙ୍କେଟଶ ପ୍ରଭୁ ତାଙ୍କ ନାମ ଧନୁଷ ରଖି ନେଇଥିଲେ।

ଦୁଇ ଛୁଆର ବାପା ଅଟନ୍ତି ଧନୁଷ:

୧୦ମ ପାସ କରିଥିବା ଧନୁଷ ୨୩ବର୍ଷ ବୟସରେ ନିଜଠାରୁ ୨ବର୍ଷ ବଡ ରଜନୀକାନ୍ତଙ୍କ ବଡ଼ଝିଅ ଐଶ୍ୱର୍ଯ୍ୟକୁ ବାହା ହୋଇଥିଲେ। ଦୁଇଜଣ ପ୍ରଥମ ଥର ୨୦୦୩ରେ kadhal Kondaen ସିନେମାର ସୁଟିଂ ସମୟରେ ଦେଖା ହୋଇଥିଲେ।୨୦୦୪ରେ ଦୁଇଜଣ ବାହାଘର ବନ୍ଧନରେ ବାନ୍ଧି ହୋଇଯାଇଥିଲେ।ଧନୁଷ ଭଗବାନ ଶିବଙ୍କ ଭକ୍ତ ଅଟନ୍ତି।ସେ ତାଙ୍କ ଦୁଇ ଛୁଆଙ୍କ ନାମ ଯତ୍ର ଏବଂ ଲିଙ୍ଗା ରଖିଛନ୍ତି।

କୋଲାବରୀ ଡୀ ଗୀତରେ ହୋଇଥିଲେ ପ୍ରସିଦ୍ଧ:

ଧନୁଷଙ୍କୁ ସବୁଠାରୁ ଅଧିକ ସଫଳତା କୋଲାବରୀ ଡୀ ଗୀତରୁ ମିଳିଥିଲା। ବହୁତ କମ ଲୋକ ଜାଣିଥିବେ କି ଧନୁଷ ଏହି ଗୀତର କଥା କେବଳ ୬ମିନିଟରେ ଲେଖିଥିଲେ।ଗୀତଟିର ପ୍ରସ୍ତୁତି ୩୫ମିନିଟରେ ହିଁ ଆରମ୍ଭ ହୋଇଥିଲା।

କାରର ସଉକ ରହିଛି ଧନୁଷଙ୍କର:

ଧନୁଷଙ୍କୁ ଦାମୀ କାରର ସଉକ ରହିଛି।ତାଙ୍କ ପାଖରେAudi A8, Bentley Continental Flying Spur, Jaguar XE,Rolls-Royce Ghost Series।।ଭଳି ଦାମୀ କାର ଅଛି।

ଏକ ସିନେମାରେ ଏତିକି ନିଅନ୍ତି ଧନୁଷ:

ଧନୁଷଙ୍କ ପାଖରେ ପମ୍ମଲ, ଚେନ୍ନାଇରେ ଆଲିଶନ‌ ବଙ୍ଗଳା ଅଛି। ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୧୮କୋଟି ଟଙ୍କା ହେବ। ଏହି ଘରକୁ ସେ ୨୦୧୩ରେ କିଣିଥିଲେ। ଏହା ବ୍ୟତୀତ ତାଙ୍କ ପାଖରେ ଏକ ଅତିଥି ଘର ବି ଅଛି।ଧନୁଷ ଏକ ସିନେମା ପାଇଁ ୭ ରୁ ୧୦କୋଟି ଟଙ୍କା ଦାବି କରନ୍ତି। ଏହା ବ୍ୟତୀତ ସେ ଅନ୍ୟ ଏଣ୍ଡଷ୍ଟ୍ରିରୁ ବି ରୋଜଗାର କରନ୍ତି। ସେ ପେଟା ସହ ବି ଯୋଡ଼ି ହୋଇଛନ୍ତି।

ଏହି ସିନେମା ଗୁଡିକରେ କାମ କରି ସାରିଛନ୍ତି ଧନୁଷ:

ଧନୁଷ ‘ତିଋଡା ତିଋଡୀ’ (୨୦୦୩), ‘ଡ୍ରିମ୍ସ’ (୨୦୦୪), ‘ପୁଛୁପେତ୍ରେଈ’ (୨୦୦୬), ‘ପୋଲ୍ଲାଧବନ'(୨୦୦୭), ‘ପଦିକ୍କାଦବନ’ (୨୦୦୯), ‘ସୀଡନ’ (୨୦୧୧), ‘ଏଥିର ନିଚଲ’ (୨୦୧୩), ‘ରାଂଝଣା’ (୨୦୧୩), ‘ମାରୀ’ (୨୦୧୫), ‘ବିଆଈପି 2’ (୨୦୧୭) ପରି ପ୍ରମୁଖ ସିନେମାରେ କାମ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *