କୁକୁର ନକହିବାରୁ ରାଜକୁମାର ଛାଡ଼ି ଦେଇଥିଲେ ଏହି ସିନେମା,ପରେ ଏହି ଅଭିନେତା ହୋଇ ଯାଇଥିଲେ ରାତାରାତି ଷ୍ଟାର,ଜାଣନ୍ତୁ ପୁରା ଖବର

ହିନ୍ଦୀ ସିନେମାର ବଳିଷ୍ଠ ଅଭିନେତା ଅମିତାଭ ବଚ୍ଚନ ନିଜର ୫୧ ବର୍ଷର ସିନେମା କ୍ୟାରିୟର ମଧ୍ୟରେ ଗୋଟିଏ ରୁ ବଢି ଆଉ ଗୋଟିଏ ହିଟ ସିନେମା ଦେଇଛନ୍ତି।ବର୍ଷ୧୯୬୯ରେ ସିନେମା ସତ୍ତା ହିନ୍ଦୁସ୍ଥାନୀରୁ ନିଜ ସିନେମା କ୍ୟାରିୟରର ଆରମ୍ଭ କରିଥିବା ଅମିତାଭ ବଚ୍ଚନଙ୍କୁ ଆରମ୍ଭ ସମୟରେ ବହୁତ ସଂ-ଘର୍ଷ କରିବାକୁ ପଡ଼ିଥିଲା, ତାପରେ ଯାଇ ସେ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

Google

ବର୍ଷ୧୯୭୩ରେ ଆସିଥିବା ସିନେମା (Film Zanjeer) ଅମିତାଭ ବଚ୍ଚନଙ୍କୁ ଗୋଟିଏ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ସିନେମାର ଅପାର ସଫଳତା ଅମିତାଭ ବଚ୍ଚନଙ୍କୁ ହିନ୍ଦୀ ସିନେମାର ଏଙ୍ଗ୍ରୀ ୟଙ୍ଗ ମ୍ୟାନ କରି ଦେଇଥିଲା। କିନ୍ତୁ ଏହି କଥା ସହିତ ବହୁତ କମ ଲୋକ ପରିଚିତ ଅଟନ୍ତି କି, ଅମିତାଭ ବଚ୍ଚନଙ୍କ ପୂର୍ବରୁ ପ୍ରଥମେ ଏହି ସିନେମା ନିଜ ସମୟର ବଳିଷ୍ଠ ଅଭିନେତା ରାଜକୁମାରଙ୍କୁ ଅଫର ହୋଇଥିଲା, କିନ୍ତୁ ରାଜକୁମାର ଏହି ସିନେମାକୁ ଆଡେଇ ଦେଇଥିଲେ।ପରେ ଯେତେବେଳେ ସିନେମା ବିଗ ବୀଙ୍କ ହାତକୁ ଆସିଥିଲା ତ ତାଙ୍କ ସଫଳତାର ତାରକା ଉଚ୍ଚରେ ଥିଲା।

ଗୌରବର କଥା ହେଉଛି କି, ରାଜକୁମାରଙ୍କ ସହିତ ଜଡିତ ଅନେକ ପ୍ରସିଦ୍ଧ କାହାଣୀ ଆପଣଙ୍କୁ ଶୁଣିବାକୁ ମିଳିଯିବ।ସେ ନିଜର ଭାରି ଆବାଜ, ଦମଦାର ପରିବେଷଣ ସହିତ ହିଁ ନିଜର ସୁନ୍ଦର ବ୍ୟକ୍ତିତ୍ଵ ଯୋଗୁଁ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। ଜଣା ଯାଉଛି କି, ରାଜକୁମାର ନିଜ ଇଚ୍ଛାରେ ହିଁ ରହୁଥିଲେ ଏବଂ ସେ ତାହା କରୁଥିଲେ ଯାହା ତାଙ୍କୁ ପସନ୍ଦ ଆସୁଥିଲା।

ରାଜକୁମାରଙ୍କ ଡାଇଲଗ ଡେଲିଭରୀର ଫ୍ୟାନ୍ସ ଆଜି ମଧ୍ୟ ପାଗଳ ଅଟନ୍ତି। ରାଜକୁମାର ଆଜି ଆମ ଗହଣରେ ନାହାନ୍ତି, ହେଲେ ସେ ନିଜ ସିନେମା, ପରିବେଷଣ ଏବଂ କାହାଣୀକୁ ନେଇ ସମସ୍ତଙ୍କ ହୃଦୟରେ ଜିବିତ ଅଛନ୍ତି। ଏମିତି ହିଁ ଗୋଟିଏ କଥା ଅମିତାଭ ବଚ୍ଚନଙ୍କ ସୁପରହିଟ ସିନେମା ହୋଇଥିବା ‘ଜଂଜୀର’ ସହିତ ମଧ୍ୟ ଯୋଡି ହୋଇ ରହିଛି।

Google

ବର୍ଷ୧୯୭୩ରେ ଆସିଥିବା ସିନେମା ‘ଜଂଜୀର’ର ନିର୍ଦ୍ଦେଶନା ପ୍ରକାଶ ମେହରା କରିଥିଲେ। ସିନେମାର କାହାଣୀକୁ ସଲିମ ଖାନା ଏବଂ ଜାବେଦ ଅଖ୍ତର ଲେଖିଥିଲେ। ଅମିତାଭ ବଚ୍ଚନଙ୍କ ପୂର୍ବରୁ ସଲିମ ଖାନ ସିନେମାର କାହାଣୀ ରାଜକୁମାରଙ୍କ ପାଖକୁ ନେଇ ଯାଇଥିଲେ।ସଲିମ ଏହା ଭାବି ରାଜକୁମାରଙ୍କ ପାଖରେ ପହଞ୍ଚିଥିଲେ କି ସେ ସିନେମା ପାଇଁ ଏକଦମ ଯୋଗ୍ୟ ପ୍ରମାଣିତ ହେବେ।

ରାଜକୁମାରଙ୍କ ଠାରୁ ସମୟ ବାହାର କରି ସଲିମ ଖାନଙ୍କ ସିନେମା ବିଷୟରେ କଥା ହେବା ପାଇଁ ତାଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ସିନେମାର ପୂରା ସ୍କ୍ରିଟ ଶୁଣାଇଥିଲେ। ଆଗକୁ ଯାଇ ରାଜକୁମାରଙ୍କ ଠାରୁ ସଲିମ ନିଜ ମତ ମାଗିଥିଲେ। ଜବାବରେ ଏହି ସିନେମା ପାଇଁ ହଁ କରିବା ପାଇଁ ରାଜକୁମାର ଅଜବ ପ୍ରଣାଳୀ ଖୋଜିଥିଲେ ଏବଂ ନିଜ କୁକୁରକୁ ଡାକି ତାକୁ ପଚାରିଥିଲେ କି କଣ ତାଙ୍କୁ ଏହି ସିନେମାରେ କାମ କରିବା ଉଚିତ। ଏହି ଦୃଶ୍ୟ ଦେଖି ସଲିମ ଖାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Google

ରାଜକୁମାର ଏବଂ ସଲିମ ଖାନଙ୍କ ଆଖି କୁକୁର ଉପରେ ହିଁ ଲାଖି ରହିଥିଲା। ସେତେବେଳେ ହିଁ କୁକୁର ଭୋକି ନିଜ ନିଷ୍ପତ୍ତି ଶୁଣାଇ ଦେଇଥିଲା। ଏହାପରେ ରାଜକୁମାର ସଲୀମଙ୍କୁ କହିଥିଲେ କି,ଭାଇ ତୁମ ସ୍କ୍ରିପ୍ଟ ତ ମୋ କୁକୁରକୁ ପସନ୍ଦ ଆସୁନାହିଁ,ତ ମୋତେ କେମିତି ଆସିବ? ଏହାପରେ ସଲୀମ ଖାନ ରାଜକୁମାରଙ୍କ ଘରୁ ଚାଲି ଯାଇଥିଲେ। ଆଗକୁ ଯାଇ ଏହି ସିନେମା ଦେବ ଆନନ୍ଦ ଏବଂ ଧର୍ମେନ୍ଦ୍ର ଭଳି ବଳିଷ୍ଠ କଳାକାରଙ୍କୁ ମଧ୍ୟ ଅଫର କରିଥିଲେ। ହେଲେ କଥା କେଉଁଠାରେ ପକ୍କା ହୋଇ ପାରିନଥିଲା। ଶେଷରେ ସିନେମା ଆସିଥିଲା ବିଗ ବୀ ବା ଅମିତାଭ ବଚ୍ଚନଙ୍କ ହାତକୁ ଏବଂ ବଲିଉଡକୁ ମିଳିଥିଲା ତାର ଏଙ୍ଗ୍ରୀ ୟଙ୍ଗମ୍ୟାନ।

ଜଣା ଯାଉଛି କି,୮ଅକ୍ଟୋବର ୧୯୨୬ରେ ପାକିସ୍ଥାନର ଲୋରାଲାଇରେ ଜନ୍ମ ହୋଇଥିବା ରାଜକୁମାରଙ୍କ ଅସଲି ନାମ କୁଳଭୂଷଣ ପଣ୍ଡିତ ଥିଲା।ସେ ସବ ଇଂସ୍ପେ-କ୍ଟରର ଚାକିରି ଛାଡ଼ି ସିନେମାକୁ ଆସିଥିଲେ। ଅନେକ ସୁନ୍ଦର ସିନେମାରେ କାମ କରିଥିବା ରାଜକୁମାରଙ୍କର ୬୯ବର୍ଷ ବୟସରେ ୩ଜୁଲାଇ ୧୯୯୬ରେ ମୁମ୍ବାଇରେ ମୃ-ତ୍ୟୁ ହୋଇଥିଲା।

Google

ସେଠାରେ ଅମିତାଭ ବଚ୍ଚନଙ୍କ କାର୍ଯ୍ୟକ୍ଷେତ୍ରରେ କଥା କୁହାଯିବତ ୭୮ବର୍ଷ ବୟସରେ ମଧ୍ୟ ଅମିତାଭ ବଚ୍ଚନ ସିନେମାରେ ଲଗାତର ସକ୍ରିୟ ଅଛନ୍ତି। ତାଙ୍କ ଆଗାମୀ ସିନେମାରେ ବ୍ରହ୍ମାସ୍ତ୍ର ଏବଂ ଚେହରେ ସାମିଲ ଅଛି। ସେଠାରେ କିଛିଦିନ ପୂର୍ବରୁ ହିଁ ତାଙ୍କ ଟିଭି ଶୋ କୌନ ବନେଗା କରୋଡପତିର ୧୨ତମ ସିଜନ ସମାପ୍ତ ହୋଇଛି। ଗୌରବର କଥା ହେଉଛି କି, ସିନେମା ବ୍ରହ୍ମାସ୍ତ୍ର ଏବଂ ଚେହରେ ବହୁତ ଶୀଘ୍ର ମୁକ୍ତିଲାଭ ହେବା ପାଇଁ ଯାଉଛି।ବହ୍ମାସ୍ତ୍ରର ଯେଉଁଠାରେ ଅମିତାଭ ବଚ୍ଚନଙ୍କ ସହିତ ରଣବୀର କପୂର ଏବଂ ଆଲିୟା ଭଟ୍ଟ ନଜର ଆସିବାକୁ ଯାଉଛନ୍ତି।ତ ସେହି ଚେହରେରେ ଅମିତାଭଙ୍କ ସହିତ ମୁଖ୍ୟ ଚରିତ୍ରରେ ଇମରାନ ହାଶମୀ ଦେଖିବାକୁ ମିଳିବେ।

Leave a Reply

Your email address will not be published. Required fields are marked *