ରାଖୀ ସାୱନ୍ତ କଲେ କେତକ ଆଶ୍ଚର୍ଯ୍ୟଜନକ ଖୁଲାସା, କହିଲେ-ଅସହାୟତା କାରଣରୁ କଲେ ବିବାହ, ନହେଲେ ସେ ଉଠେଇ ନେଇଥାନ୍ତେ

‘କଣ୍ଟ୍ରୋବର୍ସୀ କୁଇନ’ ଏବଂ ଡ୍ରାମା କୁଇନ ନାମରେ ପ୍ରସିଦ୍ଧ ରାଖୀ ସାୱନ୍ତ ବର୍ତ୍ତମାନ ଟିଭିର ପ୍ରସିଦ୍ଧ ରିଆଲିଟି ଶୋ ବିଗ ବସର ୧୪ତମ ସିଜନରେ ନିଜର ଜଲବା ଦେଖାଉଛନ୍ତି। ରାଖୀ ସାୱନ୍ତ ଗତ କେତେ ଦିନରୁ ଏହି ଶୋର ସଦସ୍ୟ ହୋଇଛନ୍ତି ଏବଂ ସେ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରିବାର କୈାଣସି ସୁଯୋଗକୁ ଛାଡ଼ୁ ନାହାନ୍ତି।

ରାଖୀ ଶୋ ସହିତ ବୋଧହୁଏ ନିଜ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ରାଖୀଙ୍କ ବାହାଘର ରିତେଶ ନାମକ ବ୍ୟକ୍ତିଙ୍କ ସହିତ ହୋଇ ସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ରିତେଶଙ୍କର କୈାଣସି ଫଟୋ ସାମ୍ନାକୁ ଆସିନାହିଁ। ବାହାଘର ସମୟରେ ମଧ୍ୟ ରାଖୀ ରିତେଶଙ୍କ ବିନା ହିଁ ଫଟୋରେ ଦେଖିବାକୁ ମିଳିଥିଲେ। ସେ ବୋଧହୁଏ ନିଜ ସ୍ବାମୀଙ୍କୁ ବିଗ ବସରେ ମନେ ପକାଉ ଥିବାର ଦେଖା ଯାଇଥିଲେ।

ରାଖୀ ସାୱନ୍ତ ଗୋଟିଏ ଥର ପୁଣି ନିଜ ସ୍ବାମୀ ରିତେଶଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ସ୍ବାମୀ ରିତେଶଙ୍କୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି। ପତ୍ରକାରଙ୍କ ସହିତ କଥାବାର୍ତ୍ତାରେ ରାଖୀ ସାୱନ୍ତ କେତେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ପତ୍ରକାରଙ୍କ ସହିତ ରାଖୀଙ୍କ କଥାବାର୍ତ୍ତା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣା ଯାଉଛି କି, ବର୍ତ୍ତମାନ ବିଗ ବସ ୧୪ର କିଛି ପ୍ରତିଯୋଗୀଙ୍କୁ ପତ୍ରକାରଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳିଛି। ଏହି ସମୟରେ ରାଖୀ ସାୱନ୍ତ ସ୍ବାମୀ ରିତେଶଙ୍କ ସାଙ୍ଗରେ ନିଜ ବାହାଘର ଏବଂ ଗେମପ୍ଲାନକୁ ନେଇ କଥା ହୋଇଥିଲେ। ଯେତେବେଳେ ପତ୍ରକାର ରାଖୀଙ୍କୁ ପ୍ରଶ୍ନ କରିଥିଲେ କି ‘ସେ ନିଜ ବାହାଘରକୁ ନେଇ ଚର୍ଚ୍ଚାରେ କଣ ପାଇଁ ରହୁଛନ୍ତି, କଣ ସତରେ ସେ ବାହା ହେଇଛନ୍ତି ନା ନାହିଁ? ସେ ସମସ୍ତଙ୍କ ସାମ୍ନାକୁ କେବେ ଆସିବେ। ‘ରାଖୀ ଏହା ଉପରେ କହିଥିଲେ କି,’ପ୍ରଥମେ ସେ ମୋ ସାମ୍ନାକୁ ତ ଆସନ୍ତୁ।’

ପତ୍ରକାରଙ୍କ ପ୍ରଶ୍ନ ଉପରେ ରାଖୀ ଆଗକୁ କହିଥିଲେ କି,’ମୁଁ ବାହାସାହା ହୋଇଛି, ମୁଁ ମୋ ସ୍ବାମୀଙ୍କୁ ଅପେକ୍ଷା କରିଛି। ମୋତେ ମଧ୍ୟ ଜଣାନାହିଁ ସେ କେଉଁଠି? ମୋର କିଛି ଦୁର୍ବଳତା ଥିଲା, ଯେଉଁ କାରଣରୁ ମୁଁ ବାହା ହୋଇଛି। ଦେଶର ଜଣେ ପ୍ରସିଦ୍ଧ ବ୍ୟକ୍ତି ମୋତେ ଧମକ ଦେଇଥିଲେ ଏବଂ କହିଥିଲେ କି ଯଦି ମୁଁ ବାହା ନହୁଏ ତାହେଲେ ସେ ମୋତେ ଉଠେଇ ନେବେ। କିନ୍ତୁ ମୁଁ ଏହି ବିଷୟରେ କୈାଣସି ପୋଲି-ସଙ୍କୁ ଜଣାଇ ନାହିଁ। ଏବେ ଯଦି ମୁଁ ସେହି ବ୍ୟକ୍ତିଙ୍କର ନାମ ଶୋରେ ନେବି, ତାହେଲେ ସେ ମୋତେ ଶୋରୁ ବାହାର କରିଦେବେ। ଏହି କାରଣରୁ ମୋତେ ତାଙ୍କ ବନ୍ଧୁ ରିତେଶଙ୍କୁ ବାହା ହେବାକୁ ପଡ଼ିଥିଲା।

ଏଥିରେ ମୋ ସ୍ବାମୀ ରିତେଶଙ୍କର କୈାଣସି ଦୋଷ ନାହିଁ। ମୁଁ ତାଙ୍କୁ କହିଥିଲି କି ମୋତେ ବାହା ହେବାପାଇଁ। ନା ମୁଁ ତାଙ୍କୁ ଦେଖିଛି,ନା ତାଙ୍କ ସହିତ କଥା ହେଇଛି, ବାସ ତାଙ୍କ ବ୍ୟାଙ୍କ ବାଲାନ୍ସ ଦେଖିଛି। ଯେମିତି ଲୋକ ସଙ୍ଗେସଙ୍ଗେ ଶପିଙ୍ଗ ପାଇଁ ଯାଇଥାନ୍ତି, ସଙ୍ଗେସଙ୍ଗେ ବ୍ରେକଅପ କରିଥାନ୍ତି, ସେମିତି ହିଁ ମୁଁ ସଙ୍ଗେସଙ୍ଗେ ବାହା ହୋଇଥିଲି।’

ରାଖୀ ଆଗକୁ କହିଥିଲେ କି,’ବାହାଘର ରାତି ଯେତେବେଳେ ସେ ମିଡିଆକୁ ମୋ ପାଖକୁ ଆସୁଥିବାର ଦେଖିଲେ ତ ସେ ମୋତେ ଛାଡ଼ି ପଳାଇଥିଲେ। ଏବେ ଯେତେବେଳେ ମୁଁ ତାଙ୍କୁ କହୁଛି କି ମୋତେ ଆପଣଙ୍କ ସହିତ ଗୋଟିଏ ଫଟୋ ଶୋଶିଆଲ ମିଡ଼ିଆରେ ଛାଡିବାର ଅଛି ତ ସେ କହୁଛନ୍ତି କି ବର୍ତ୍ତମାନ ମୁଁ ଏଥିପାଇଁ ପ୍ରସ୍ତୁତ ହୋଇନାହିଁ, ସାମ୍ନାକୁ ଆସିଲେ ମୋର ବହୁତ ବେଜ୍ଜତି ହୋଇଯିବ। ସେହି ପ୍ରସିଦ୍ଧ ଖରାପ ବ୍ୟକ୍ତି କହିଛନ୍ତି କି ଯଦି ରାଖୀଙ୍କୁ ଏହି ବାହାଘର ପସନ୍ଦ ନୁହେଁ ତାହେଲେ ସେ ତାଙ୍କଠାରୁ ଛାଡ଼ପତ୍ର ନେଇ ପାରିବେ। ଏହା ମଧ୍ୟରେ ଯଦି ମୋ ହୃଦୟ ଅଭିନବ ଶୁକ୍ଲାଙ୍କ ପାଇଁ ଧଡକୁଥାଏ ତାହେଲେ ମୁଁ କ’ଣ କରିବି? ମୁଁ ମୋ ସ୍ବାମୀଙ୍କୁ ଧୋଖା ଦେଉନାହିଁ।’

ଅର୍ଶୀ ଉଡାଇଲେ ରାଖୀ ସ୍ବାମୀଙ୍କ ମଜାକ..

ବର୍ତମାନ ଶୋର ଏକ ଏପିଶୋଡରେ ଜଣେ ଅନ୍ୟ ପ୍ରତିଯୋଗି ଅର୍ଶୀ ଖାନ ରାଖୀଙ୍କ ସ୍ବାମୀ ରିତେଶଙ୍କର ମଜାକ ଉଡାଇଥିଲେ। ରାଖୀ କହିଥିଲେ କି, ଭେଲେନଟାଇନ ଡେରେ ତାଙ୍କ ସ୍ବାମୀ ତାଙ୍କ ପାଇଁ ଉପହାର ପଠାଇବେ। ଏହାର ଜବାବରେ ଅର୍ଶୀ ରାଖୀଙ୍କ ସ୍ବାମୀଙ୍କର ମଜାକ ଉଡ଼ାଇ କହିଥିଲେ କି, ତୁମ ସ୍ବାମୀ ଆଜି ପର୍ଯ୍ୟନ୍ତ କିଛି ପଠେଇଛନ୍ତି, ନା ବର୍ତ୍ତମାନ କିଛି ପଠାଇବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *