ରଶ୍ମିକା ମନ୍ଦାନା ନିଜ ବାହାଘର ପାଇଁ ବାଛି ସାରିଲେଣି ପୁଅ, ନାମ ଜାଣିଲେ ବିଶ୍ବାସ ହେବନାହିଁ

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା(Rashmika Mandanna) ଭାରତର ଆନ୍ତର୍ଜାତୀୟ କ୍ରଶ ହୋଇ ସାରିଛନ୍ତି। ରଶ୍ମିକା ମନ୍ଦାନାଙ୍କ ପାଇଁ ଲୋକମାନଙ୍କ ପାଗଳାମିର କୈାଣସି ସୀମା ନାହିଁ। ସାଉଥରୁ ଆସିଥିବା ଏହି ଅଭିନେତ୍ରୀ ନା କେବଳ ସାଉଥରେ ବରଂ ପୂରା ଭାରତରେ ନିଜର ଗୋଟିଏ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଆଜି ଭାରତରେ ତାଙ୍କୁ ସମସ୍ତେ ଜାଣିଛନ୍ତି। ରଶ୍ମିକା ମନ୍ଦାନା ବହୁତ ହିଁ କମ ସମୟରେ ନିଜର ଗୋଟିଏ ବହୁତ ବଡ଼ ପରିଚୟ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆରେ ଦେଶର କୈାଣସି ବି ଅଭିନେତ୍ରୀଙ୍କ ଠାରୁ ଅଧିକ ଆଟେଂଶନ ରଶ୍ମିକା ମନ୍ଦାନାଙ୍କୁ ହିଁ ମିଳିଥାଏ। ଏହି କଥାରୁ ଅନୁମାନ କରାଯାଇପାରେ କି ରଶ୍ମିକା ମନ୍ଦାନା କେଉଁ ସ୍ତରରେ ପହଞ୍ଚି ସାରିଛନ୍ତି।

ରଶ୍ମିକା ମନ୍ଦାନାଙ୍କ କ୍ୟାରିୟରର କଥା କହିବା ତ ସେ ୨୦୧୬ରେ କନ୍ନଡ଼ ସିନେମା ‘କିରିକ ପାର୍ଟି’ରୁ ନିଜ ଅଭିନୟର କ୍ୟାରିୟର ଡେବ୍ୟୁ କରିଥିଲେ। ଏହି ସିନେମା ପରେ ସେ ଅନେକ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରୁଥିବାର ଦେଖାଯାଇଛନ୍ତି। ବର୍ତମାନ ଏହାପରେ ଏବେ ରଶ୍ମିକା ମନ୍ଦାନା କାର୍ଥୀ(Karthi) ଷ୍ଟାର ସୁଲତାନ(Sulthan)ରୁ ନିଜର ତାମିଲ ଡେବ୍ୟୁ ମଧ୍ୟ କରି ସାରିଛନ୍ତି। ଏହି ସିନେମାରେ ରଶ୍ମିକା ମନ୍ଦାନା ଗୋଟିଏ ଗାଁର ବହୁତ ହିଁ ସୁନ୍ଦର ଝିଅର ଚରିତ୍ରରେ ଅଭିନୟ କରିଥିଲେ। ଏହି ସିନେମାର ସୁଟିଂ ସମୟରେ ଏହି ଅଭିନେତ୍ରୀ ତାମିଲନାଡୁ ସଂସ୍କୃତିର ଚାଲି-ଚଳଣିରେ ବହୁତ ପ୍ରଭାବିତ ହୋଇଥିଲେ। ଏତିକି ନୁହେଁ ରଶ୍ମିକା ବର୍ତ୍ତମାନ ନିଜ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଜଣେ ତାମିଲିୟନଙ୍କୁ ବାହା ହେବାର ଇଚ୍ଛା ପ୍ରକାଶ କରିଛନ୍ତି।

ଆନ୍ତର୍ଜାତୀୟ କ୍ରଶ ହୋଇ ସାରିଥିବା ରଶ୍ମିକା ମନ୍ଦାନା (Rashmika Mandanna) କିଛିଦିନ ପୂର୍ବରୁ ହିଁ ମିଡ଼ିଆ ସହିତ କଥାବାର୍ତ୍ତା ସମୟରେ କହିଥିଲେ କି ସେ ଜଣେ ତାମିଲିୟନଙ୍କୁ ବାହା ହେବାପାଇଁ ଚାହାନ୍ତି। ସେ କହିଥିଲେ କି ‘ମୁଁ ସତରେ ତାମିଲନାଡୁର ସଂସ୍କୃତି ଏବଂ ସେଠାର ଖାଦ୍ୟରେ ବହୁତ ଆକର୍ଷିତ ହୋଇଛି। ମୋତେ ତାମିଲ ଖାଦ୍ୟ ସହିତ ବହୁତ ଅଧିକ ପ୍ରେମ ହୋଇ ଯାଇଛି। ଏଠାର ଖାଦ୍ୟ ବହୁତ ହିଁ ସ୍ବାଦିଷ୍ଟ ହୋଇଥାଏ। ସେ କହିଛନ୍ତି କି ଆଶା ରହିଛି କି ମୁଁ ଜଣେ ତାମିଲ ପୁଅଙ୍କ ସହିତ ବାହାହେବା ପରେ ତାମିଲନାଡୁର ବୋହୂ ହେବି। ଆପଣଙ୍କୁ ଜଣାଇ ଦେଉଛୁ କି ଏହି ୨୫ବର୍ଷର ଅଭିନେତ୍ରୀ ଏହି ପ୍ରକାରର ମତ ଦେଇ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣି ନେଇଛନ୍ତି ଏବଂ ଅନେକ ଦିଓ୍ବାନାଙ୍କ ହୃଦୟରେ ନିଆଁ ମଧ୍ୟ ଲଗେଇ ଦେଇଛନ୍ତି। ସେହି ଖବର ଅନୁଯାୟୀ ରଶ୍ମିକା ମନ୍ଦାନା ନିଜ ସିନେମା ‘ଡିୟର କମରେଡ’ର କୋ-ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହିତ ସମ୍ପର୍କର ଗୁଜବକୁ ନେଇ ବହୁତ ମୁଖ୍ୟ ଖବର ହୋଇ ଯାଇଥିଲେ।

ରଶ୍ମିକାଙ୍କ କାମ ବିଷୟରେ କଥା କୁହାଯିବ ତ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ପରିଚୟ ସୃଷ୍ଟି କରିବା ପରେ ରଶ୍ମିକା ମନ୍ଦାନା ବଲିଉଡ ଦୁନିଆରେ ମଧ୍ୟ ବର୍ତ୍ତମାନ ନିଜର ଡେବ୍ୟୁ କରିବା ପାଇଁ ଯାଉଛନ୍ତି। ରଶ୍ମିକା ମନ୍ଦାନା ବଲିଉଡରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆସିବାକୁ ଥିବା ସିନେମା ‘ମିଶନ ମଜନୁ’ (Mission Majnu)ରେ ଅଭିନେତ୍ରୀ ହୋଇଛନ୍ତି। ଏହି ସିନେମା ବ୍ୟତୀତ ଏହି ଅଭିନେତ୍ରୀ ଅମିତାଭ ବଚ୍ଚନ ଷ୍ଟାରର ‘ଗୁଡବାୟ'(Goodbye) ମଧ୍ୟ ସାଇନ କରିଛନ୍ତି। ଏହା ବ୍ୟତୀତ ଏହି ସମୟରେ ସେ ଅଲୁ ଅର୍ଜୁନ(Allu Arjun)ଙ୍କ ସିନେମା ‘ପୁଷ୍ପା'(Pushpa) ଯୋଗୁଁ ମଧ୍ୟ ମିଡିଆରେ ଛାଇ ହୋଇ ରହିଛନ୍ତି।

ଆପଣଙ୍କୁ ଜଣାଇ ଦେଉଛୁ କି ସାଉଥ ସିନେମା କଳାକାର ରଶ୍ମିକା ମନ୍ଦାନା (Rashmika Mandanna) ଙ୍କ ନାମ ଗୁଜବ ବୟଫ୍ରେଣ୍ଡ ବିଜୟ ଦେବରକୋଣ୍ଡା(Vijay Deverakonda)ଙ୍କ ସହିତ ଯୋଡି ହୋଇ ରହିଥାଏ। ରଶ୍ମିକା ମଧ୍ୟ କିଛି ଦିନ ପୂର୍ବରୁ ବିଜୟଙ୍କ ଜନ୍ମଦିନରେ ତାଙ୍କୁ ବହୁତ ଖୁବ ସୁନ୍ଦର ଶୈଳୀରେ ଓ୍ବିଶ କରିଥିଲେ। ଅଭିନେତ୍ରୀ ନିଜ ତରଫରୁ ସିନେମା ଷ୍ଟାରଙ୍କ ସେଲ୍ଫୀ ଫଟୋକୁ ସେୟାର କରି ତାଙ୍କୁ ଜନ୍ମ ଦିନରେ ଓ୍ବିଶ କରିଥିଲେ। ଯାହାପରେ ଏହି ଫଟୋ ସୋସିଆଲ ମିଡିଆକୁ ଦୋହଲାଇ ଦେଇଥିଲା। ଏହାସହିତ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *