ଦେଖନ୍ତୁ କଳିଯୁଗର ‘କୁମ୍ଭକର୍ଣ୍ଣ’ଙ୍କୁ, ଅଭିଶାପରୁ ନୁହେଁ, ଏହି ରୋଗ କାରଣରୁ ହୋଇଯାଇଛି ଏମିତି ଅବସ୍ଥା

ଇଣ୍ଡୋନେସିଆ(Indonesia)ରେ ରହୁଥିବା ୧୭ବର୍ଷର ଏଚା (Echa)ଙ୍କୁ କଳିଯୁଗର କୁମ୍ଭକର୍ଣ୍ଣ କୁହାଯାଇଥାଏ। ଏଚା ଯଦି ଗୋଟିଏ ଥର ଶୋଇ ପଡନ୍ତି ତ ଲଗାତର ଅନେକ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ। ଏଚାଙ୍କ ନାମ ଲଗାତର ୧୩ଦିନ ପର୍ଯ୍ୟନ୍ତ ଶୋଇବାର ରେକର୍ଡ ଅଛି। ତାଙ୍କୁ ରିୟଲ ଲାଇଫ ସ୍ଲୀପିଙ୍ଗ ବ୍ୟୁଟି(Real Life Sleeping Beauty) ମଧ୍ୟ କୁହାଯାଇଥାଏ।

ଆପଣମାନେ ରାମାୟଣ (Ramayan)ରେ କୁମ୍ଭକର୍ଣ୍ଣ ବିଷୟରେ ଦେଖି-ଶୁଣି ଥିବେ। ରାବଣ ଭାଇ କୁମ୍ଭକର୍ଣ୍ଣ ଯଦି ଗୋଟିଏ ଥର ଶୋଇ ଯାଉଥିଲା ତ ଅନେକ ଦିନ-ମାସ ପର୍ଯ୍ୟନ୍ତ ଉଠୁନଥିଲା। ତାକୁ ଉଠାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଥିଲା। କୁମ୍ଭକର୍ଣ୍ଣ ପରି ହିଁ କଳିଯୁଗରେ ଇଣ୍ଡୋନେସିଆରେ ରହୁଥିବା ଏଚା ଚର୍ଚ୍ଚାରେ ରହିଛନ୍ତି, ଯିଏ ଶୋଇବା ପରେ ଅନେକ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ। ଏଚାଙ୍କୁ ଚର୍ଚ୍ଚା ସେତେବେଳେ ମିଳିଥିଲା ଯେତେବେଳେ ୨୦୧୭ରେ ଏଚା ଲଗାତର ୧୭ଦିନ ଉଠିନଥିଲେ। ଏହାପରେ ଏମିତି ଅନେକ ମୂହୁର୍ତ୍ତ ଆସିଥିଲା ଯେତେବେଳେ ଏଚା ବହୁଦିନ ପାଇଁ ଶୋଇ ଯାଇଥିଲେ।

ଗୋଟିଏ ସପ୍ତାହ ପରେ ଏହି ଅବସ୍ଥାରେ ଉଠିଥିଲେ

ବର୍ତମାନ ଏଚା,ଯିଏ ଇଣ୍ଡୋନେସିଆର ସାଉଥ କଲୀମାଣ୍ଟନ (South Kalimantan)ରେ ରହୁଛନ୍ତି, ସାତଦିନ ପରେ ଶୋଇ ଉଠିଥିଲେ। ଗୋଟିଏ ସପ୍ତାହ ପରେ ଉଠିବା କାରଣରୁ ଏଚା ବହୁତ ଦୁର୍ବଳ ହୋଇଯାଇଛନ୍ତି। ଏତେ ଦିନ ପର୍ଯ୍ୟନ୍ତ ଶୋଇରହିବା କାରଣରୁ ଏଚାଙ୍କ ଅବସ୍ଥା ବହୁତ ଖ-ରା-ପ ହୋଇଯାଇଛି। ବହୁଦିନ ପର୍ଯ୍ୟନ୍ତ ଶୋଇ ରହିବା କାରଣରୁ ଏଚା ବହୁତ ଦୁର୍ବଳ ହୋଇ ଯାଇଛନ୍ତି। ଡାକ୍ତର ଏଚାଙ୍କ ଟେ-ଷ୍ଟ କରିଥିଲେ ଯେଉଁଥିରୁ କୈାଣସି ରୋଗ ବିଷୟରେ ଜଣା ପଡିନଥିଲା।

ଜଣା ପଡୁନାହିଁ କାରଣ

ଏଚା ଲଗାତର ଅନେକ ଦିନ ପର୍ଯ୍ୟନ୍ତ କଣ ପାଇଁ ଶୋଇ ରୁହନ୍ତି,ଏହାର କୈାଣସି କାରଣ ବୁଝା ପଡିନାହିଁ। ଡାକ୍ତର ମଧ୍ୟ ଏଚାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ଅଟନ୍ତି। କିନ୍ତୁ ଏଚାଙ୍କ ଅବସ୍ଥାରୁ ଅନୁମାନ ଲଗାଯାଉଛି କି ତାଙ୍କୁ ବୋଧହୁଏ ହାଇପରସୋମନିୟା ହୋଇଛି। ଏହି ରୋଗରେ ମନୁଷ୍ୟକୁ ଦିନରେ ବହୁତ ନିଦ ଲାଗିଥାଏ ଏବଂ ତାର ଅଧିକାଂଶ ସମୟ ଶୋଇବାରେ ହିଁ ବିତିଥାଏ। ହାଇପରସୋମନିୟା (Hypersomnia) କାରଣରୁ ଶୀରା ସହିତ ଯୋଡା ଅନେକ ସମସ୍ୟା ହୋଇଯାଇଥାଏ ଏହା ସହିତ ଅନେକ ପ୍ରକାରର ଶାରିରୀକ ଏବଂ ମାନସିକ ଅନିୟନ୍ତ୍ରଣ ମଧ୍ୟ ହୋଇ ଯାଇଥାଏ।

ଶୋଇବା ସମୟରେ ଏମିତି ହୋଇଥାଏ ରୋଟିନ

ଯଦି ଏଚା ଗୋଟିଏ ଥର ଶୋଇ ଯାଆନ୍ତି ତାହେଲେ ତାଙ୍କୁ ଉଠାଇବା କଷ୍ଟକର ହୋଇ ଯାଇଥାଏ। ତାଙ୍କୁ ନିଦରେ ହିଁ ତାଙ୍କ ବାପାମାଆ ଖାଦ୍ୟ ଖୁଆଇ ଥାନ୍ତି, ଯାହାକୁ ସେ ଚୋବେଇ ଖାଇ ଦେଇଥାନ୍ତି। ଯେତେବେଳେ ଗାଧୁଆ ଘରକୁ ଯିବାକୁ ପଡିଥାଏ ତ ନିଦରେ ହିଁ ଏଚା ବ୍ୟାକୁଳ ହୋଇ ଯାଇଥାନ୍ତି। ତାଙ୍କୁ ଉଠାଇ ବାପାମାଆ ଗାଧୁଆଘରକୁ ନେଇଯାଆନ୍ତି ଯେଉଁଠାରେ ତାଙ୍କୁ ଧରି ଟୟଲେଟ ସିଟରେ ବସା ଯାଇଥାଏ। ଏପର୍ଯ୍ୟନ୍ତ ସ୍ଲୀପିଙ୍ଗ ବ୍ୟୁଟି ସିଣ୍ଡ୍ରୋମର କୈାଣସି ଚିକିତ୍ସା ହୋଇ ପାରିନାହିଁ। କିନ୍ତୁ ଏଚାଙ୍କ ବାପାମାଆଙ୍କର ବିଶ୍ଵାସ ରହିଛି କି ବହୁତ ଶୀଘ୍ର ତାଙ୍କ ଝିଅ ଠିକ ହୋଇଯିବ।

Leave a Reply

Your email address will not be published. Required fields are marked *