ରାସ୍ତାରେ ଲୋକଙ୍କ ମଝିକୁ ଅଚାନକ ଆସିଗଲା ଏକ ବିଶାଳକାୟ ଗଣ୍ଡା, ଏହାପରେ ଯାହା ହେଲା ବିଶ୍ୱାସ କରିହେବନି, ଦେଖନ୍ତୁ video

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ ଆମକୁ କିଛି ହସାଉଥିବା ବେଳେ ଆଉ କେତେକ ଚକିତ କରିଥାଏ। ଏମିତି କିଛି ଭିଡିଓ ରହିଥାଏ ଯାହାକୁ ଦେଖିବା ପରେ ଆମେ ନିଜ ଆଖିକୁ ବିଶ୍ୱାସ କରିବା କ-ଷ୍ଟକର ହୋଇପଡେ। ନିକଟରେ ଏକ ହାତୀର ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ରେଳ ଟ୍ରାକରେ ଦୌଡୁଥିବାର ଦେଖାଯାଇଥିଲା। ସେହିଭଳି ଏବେ ଏକ ଗଣ୍ଡାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି କି ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ହଠାତ ଏକ ବିଶାଳ ଗଣ୍ଡା ଆସି ଚାଲିବାକୁ ଲାଗୁଛି।

ଏହି ଭିଡିଓଟି ଇଣ୍ଟରନେଟରେ ବହୁତ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ତେବେ ରାସ୍ତାରେ ଚାଲୁଥିବା ଏହି ଗଣ୍ଡାକୁ ଦେଖି ଲୋକମାନେ ସେମାନଙ୍କ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଗଣ୍ଡାଟି ରାସ୍ତାରେ ଚାଲିବା ସମୟରେ ଲୋକମାନେ ଭୟ-ଭୀତ ହୋଇ ଦୂରକୁ ଯାଉଥିବା ବେଳେ ଅଜଣା ପଶୁକୁ ଦେଖି ବୁଲା କୁକୁରଗୁଡିକ ଭୁକିବା ଆରମ୍ଭ କରିଥିବାର ଏହି ଭିଡିଓରୁ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶନ୍ତା ନନ୍ଦ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ରାସ୍ତାରେ ଗଣ୍ଡା ନା ଗଣ୍ଡାର ଘରେ ରାସ୍ତା? ଚ୍ୟା-ଲେ-ଞ୍ଜ ହେଉଛି ଏକ ସ୍ଥାୟୀ ଆସ୍ତିତ୍ୱର୍। ଆମେ ଜାତୀୟ ରାଜପଥରେ ବାଘ ଦେଖୁଛେ, ରିସର୍ଟରେ ସିଂହ, ରେଳ ଷ୍ଟେସନରେ ହାତୀ ଏବଂ ସହରରେ ଚିତାବାଘ ଦେଖୁଛୁ। ସେମାନଙ୍କର ପ୍ରା-ଇ-ଭେ-ଶି-କୁ ସମ୍ମାନ ଦିଅନ୍ତୁ।

ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଏଥିରେ ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓଟି କେଉଁ ଜାଗାର ତାହା ଏବେ ଯାଏଁ ଜଣା ପଡିନାହିଁ। ଲୋକମାନେ ଏହି ୨୬ ସେକେଣ୍ଡର ଭିଡିଓ କ୍ଲିପ୍କୁ ବହୁତ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଏହାକୁ ବହୁଳରୁ ବହୁଳ ଭାବେ ସେୟାର କରାଯାଉଛି। ତେବେ ଜଙ୍ଗଲ ବିବିଧତା ବିଗୁଡି ଥିବାରୁ ପଶୁ ମାନେ ଜନବସତି ଆଡ଼କୁ ଆସୁଥିବାର ଅନେକ ସମୟରେ ଦେଖା ଯାଉଛି।

Leave a Reply

Your email address will not be published. Required fields are marked *