ରୋମାଣ୍ଟିକ ନାଇଟରେ ବୟଫ୍ରେଣ୍ଡ କଲେ ଏମିତି କାଣ୍ଡ, ଝର୍କା ଡେଇଁ ପଳାଇଲେ ଝିଅ ଜଣଙ୍କ…

ରୋମାଣ୍ଟିକ ନାଇଟ ସମୟରେ ବୟଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡଙ୍କ ଉପରେ ହମଲା କରିଦେଲେ। ଝିଅ ଜଣଙ୍କୁ ଖିଡିକି ଡେଇଁ ନିଜ ଜୀବନ ବଞ୍ଚେଇ ବାକୁ ପଡ଼ିଥିଲା। ହେଲେ, ଡେଇଁବା କାରଣରୁ ଝିଅଟିର ମେରୁଦଣ୍ଡର ହିଡ ଭାଙ୍ଗି ଯାଇଥିଲା। ଏହି ଘଟଣା ବ୍ରିଟେନର ଅଟେ। ଏହି ଘଟଣାରେ କୋର୍ଟ ଆ-ରୋ-ପୀ ବୟଫ୍ରେଣ୍ଡଙ୍କୁ ଦୁଇବର୍ଷର ସଜ୍ଜା ଶୁଣାଇଛନ୍ତି।

ଏହି ଘଟଣା ଇଂଲଣ୍ଡର ନର୍ଥମ୍ପଟାୟଶାୟର ସହରର ଅଟେ। ଏଠାରେ ରହୁଥିବା ୨୮ବର୍ଷିୟ ଯୁବକ କାର୍ଟିସ ଥୋମାସଙ୍କ ଉପରେ ଆରୋପ ହେଉଛି କି ସେ ନିଜ ପ୍ରେମିକାଙ୍କ ସହିତ ଏମିତି ହରକତ କରିଛନ୍ତି କି, ଝିଅଟି ପ୍ରଥମ ମହଲାର ଖିଡିକି ଦେଇ ଡେଇଁବା ପାଇଁ ବାଧ୍ୟ ହୋଇଥିଲେ।

ଓ୍ବେବସାଇଟ ମେଟ୍ରୋର ରିପୋର୍ଟ ଅନୁସାରେ କାର୍ଟିସ ଥୋମାସ ଏବଂ ତାଙ୍କ ପ୍ରେମୀକା ନାଇଟ ଆଉଟର ପ୍ରସ୍ତୁତି କରୁଥିଲେ। ପ୍ରେମିକା ଯେଉଁ ପୋଷାକ ପିନ୍ଧିଥିଲେ, ତାକୁ ଦେଖି ଥୋମାସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝ-ଗ-ଡ଼ା ଆରମ୍ଭ ହୋଇ ଯାଇଥିଲା। ଏହାପରେ ମଧ୍ୟ ସେ ନିଜ ରାତିକୁ ଖରାପ କରିବା ପାଇଁ ଚାହୁଁନଥିଲେ। ସେ ପାର୍ଟି ପାଇଁ ଗୋଟିଏ ସ୍ଥାନୀୟ ବାରକୁ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ବୟଫ୍ରେଣ୍ଡଙ୍କ ଦ୍ଵାରା ଏହି ପ୍ରକାରର କମେଣ୍ଟ କରାଯାଇଥିଲା,କି ଝିଅ ଜଣଙ୍କ ଅସହଜ ଅନୁଭବ କରିବାକୁ ଲାଗିଥିଲେ। ସେ ଦୁଇଜଣ ଅଧା ରାତ୍ରିରେ ଘରକୁ ଫେରି ଆସିଥିଲେ।

ଦୁଇଜଣଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଥୋମାସ ଝିଅ ଜଣଙ୍କୁ ଜୋରରେ ଧକ୍କା ମାରି-ଥିଲେ, ଯେଉଁଥିରେ ସେ ବହୁତ ଡରି ଯାଇଥିଲେ ଏବଂ ଡର କାରଣରୁ ସେ ନିଜକୁ ଗାଧୁଆ ଘରେ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଥୋମାସ ତାଙ୍କୁ ଗାଧୁଆ ଘରୁ ବାହାରକୁ ଟାଣି ଆଣିଥିଲେ। ଗୋଟିଏ ଥର ପୁଣି ଚେଷ୍ଟା କରିବା ପରେ ସେ ଥୋମାସଙ୍କ କବଳରୁ ବଞ୍ଚି ବାହାରି ଯାଇଥିଲେ ଏବଂ ଅନ୍ୟ ମହଲାରେ ପହଞ୍ଚି ଯାଇଥିଲେ।

ଥୋମାସ ତାଙ୍କର ଆଉ ଅଧିକ କିଛି କ୍ଷତି କରି ପାରିବେ ନାହିଁ, ଏହି ଡରରେ ଝିଅ ଜଣଙ୍କ ଖିଡିକିରୁ ଡେଇଁ ପଡ଼ିଥିଲେ। ମାଟି ଉପରେ ପଡ଼ିବା ପରେ ସେ ଗମ୍ଭୀର ଭାବରେ ଆଘାତ ହୋଇ ଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର କହିଥିଲେ କି ତାଙ୍କ ମେରୁ ହାଡ଼ ଭାଙ୍ଗି ଯାଇଛି।ତାଙ୍କ ଆଖି ଏବଂ ମୁହଁରେ ମଧ୍ୟ କ୍ଷତ ହୋଇଛି।

ଏହି ଘଟଣା ପରେ ପୋଲିସ ଇରୋପୀ ଥୋମାସଙ୍କୁ ଗିରଫ କରି ନେଇଛନ୍ତି। ତାଙ୍କୁ କୋର୍ଟ ସାମ୍ନାରେ ଦାଖଲ କରାଯାଇଛି। କୋର୍ଟ ତାଙ୍କୁ ଅତ୍ୟାଚାରର ଆରୋପରେ ଦୁଇବର୍ଷ ଏବଂ ଚାରିମାସର ସଜ୍ଜା ଶୁଣାଇଛନ୍ତି।

ଘଟଣାର ଟିପ୍ପଣୀ କରିବା ସମୟରେ ନ୍ୟାୟାଧୀଶ ରୁପର୍ଟ ମେୟୋ କହିଛନ୍ତି କି ‘ଆପଣ ଗର୍ବି ଅଟନ୍ତି ଏବଂ ଆପଣଙ୍କ ଭିତରେ କୌଣସି ପଶ୍ଚାତାପ ଦେଖାଯାଉ ନାହିଁ।’

ଏହି ଘଟଣାର ତଦନ୍ତ କରୁଥିବା କନଷ୍ଟେବଳ ଏଣ୍ଡ୍ରିୟା ଟେଲର ପିଡିତାଙ୍କ ବାହାଦୁରୀର ପ୍ରଶଂସା କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି କି ପିଡିତା ସଂପୂର୍ଣ୍ଣ ଭାବରେ ଖୁସି ଅଛନ୍ତି।ଆରୋପୀଙ୍କୁ ଜେଲକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *