ଅଚାନକ ସାମ୍ନାକୁ ଆସିଲା ଭୁତିଆ ସ୍ଥାନ, ଭରି ରହିଛି ଗଦା ଗଦା ସଡି ଯାଇଥିବା ମୃତଦେହ ଏବଂ କଙ୍କାଳ, ନିଷେଧ କରାଯାଇଛି ଲୋକଙ୍କ ପ୍ରବେଶ।

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଲୋକ ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଦିଆ ଯାଇଛି। ଏପରି କରିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ଯଦି ଆପଣଙ୍କୁ ଏମିତି କୌଣସି ସ୍ଥାନ ବିଷୟରେ ଜାଣିବାକୁ ମିଳେ ଯେଉଁଠାରେ କେବଳ ମଣିଷର ହାଡ଼ କଙ୍କାଳ ଏବଂ ଶବ ବା ମୃତଦେହ ଭରି ରହିଛି ତେବେ କଣ ଆପଣ ସେଠାକୁ ଯିବାକୁ ଇଚ୍ଛା କରିବେ।

ୟୁକେ(UK)ରେ ଏମିତି ଏକ ଆଇଲ୍ୟାଣ୍ଡ ସାମ୍ନାକୁ ଆସିଛି ଯେଉଁଠାରେ କେବଳ ଶବ ଭରି ରହିଛି। ଏଠାରେ ଆପଣଙ୍କୁ କେବଳ ଦାନ୍ତ, ମଣିଷର ପଚି ଯାଇଥିବା ଶରୀରର ଅଂଶ ମିଳିବ। ଏହାର ଫୋଟୋ ଗୁଡିକ ସୋସିଆଲ ମିଡିଆରେ ଶିଘ୍ରତାର ସହିତ ଭାଇରାଲ ହେବାରେ ଲାଗିଛି। ଏହା ବାସ୍ତବରେ ବହୁତ ଭୟାନକ ଅଟେ। ଏହି ସ୍ଥାନଟି ୟୁକେ ରହିଥିବା ବେଳେ ଏହାକୁ ଡେଡମ୍ୟାନ ଆଇଲ୍ୟାଣ୍ଡ ନାମରେ ନାମିତ କରାଯାଉଛି।

ଏହି ଆଇଲ୍ୟାଣ୍ଡର ଫୋଟୋ ଗୁଡିକ କୌଣସି ଭୁତ ଫିଲ୍ମର ଦୃଶ୍ୟ ପରି ହୋଇଛି। ତେବେ ୨୦୦ ବର୍ଷ ପୂର୍ବେ ମେଡୱେ ନଦୀରେ ମିଳିଥିବା ଏହି ଆଇଲ୍ୟାଣ୍ଡର ବ୍ୟବହାର ସେହି ଅପରାଧୀଙ୍କର ଶବ ବା ମୃତଦେହ ପୋତିବା ପାଇଁ କରାଯାଉଥିଲା ଯେଉଁମାନେ ଅଷ୍ଟ୍ରେଲିଆ ଜାହାଜ ଗୁଡିକରେ ମରି ଯାଇଥିଲେ।

ଏହି ଜାହାଜ ଗୁଡିକରେ କଏଦୀ ମାନଙ୍କୁ ବହୁ ମାତ୍ରାରେ ଭର୍ତ୍ତି କରିଦିଆଯାଉଥିଲା। ଯେତେବେଳେ ଜାହାଜ ଭିତରେ କଏଦୀ ମାନଙ୍କର ମୃତ୍ୟୁ ହୋଇଯାଉଥିଲା ସେତେବେଳେ ତାଙ୍କୁ ଏହି ଆଇଲ୍ୟାଣ୍ଡରେ ଫୋପାଡି ଦିଆଯାଉଥିଲା। ଏହି ଆଇଲ୍ୟାଣ୍ଡରୁ ୨୦୦ରୁ ଅଧିକ ଶବ ମିଳିଛି। ଏଥିମଧ୍ୟରୁ ଅନେକ ହାଡ଼ ଏବଂ ଖପୁରୀ ମଧ୍ୟ ମିଳିଛି।

କୁହାଯାଇଛି ଯେ, ଏହି ଶବ ଗୁଡ଼ିକୁ କଫିନରେ ଭର୍ତ୍ତି କରାଯାଇଥିଲା କିନ୍ତୁ କୋଷ୍ଟଲ ଇରୋଜନ ଏବଂ ବର୍ଷ ବର୍ଷ ଧରି ପଡି ରହିବା କାରଣରୁ ଏହିସବୁ ପଚି ଯାଇଥିଲା ଏବଂ ବର୍ତ୍ତମାନ ପ୍ରତ୍ୟେକ ସ୍ଥାନରେ ହାଡ଼ ଗୁଡିକ ପଡି ରହିଛି।

କେଣ୍ଟଲିବ ରିପୋର୍ଟ ମୁତାବକ ଶବ ଗୁଡିକ ମାଟିରେ ମଧ୍ୟ ପୋତା ହୋଇପାରି ନଥିଲା କାରଣ ଉଚ୍ଚ ଲହଡି ବାରମ୍ବାର ଏହାକୁ ଓଲଟାଇ ଦେଉଥିଲା। ଏହି ଆଇଲ୍ୟାଣ୍ଡକୁ ପ୍ରଥମଥର ପାଇଁ ୨୦୧୭ ମସିହାରେ ଜଣାପଡିଥିଲା ସେତେବେଳେ ଜଣେ ଟିଭି ପ୍ରେଜେଣ୍ଟର ଏହାର ସନ୍ଧାନ ଲଗାଇଥିଲେ।

ଏହି ଟିଭି ପ୍ରେଜେଣ୍ଟର୍ସ ମୁତାବକ, ଏହା ବହୁତ ଭୟାନକ ରହିଥିଲା, କୌଣସି ବହୁତ ଭୁତ ଫିଲ୍ମର ସେଟ ପରି। ସେ କହିଥିଲେ ଯେ ଚାରିଆଡେ କେବଳ ଶବ ଏବଂ କଙ୍କାଳ ହିଁ ରହିଥିଲା। ସେଠାରେ କୌଣସି ସ୍ଥାନରେ ଗୋଟିଏ ହେଲେ ଜୀବିତ ଜିନିଷ ଦେଖିବାକୁ ମିଳି ନଥିଲା।

ଏହି ଆଇଲ୍ୟାଣ୍ଡର ପରିସର ୧୨୦୦ ମିଟରରୁ ୨୦୦ ମିଟର ଅଟେ। ଏହାକୁ ନ୍ୟାଚୁରାଲ ଇଂଲଣ୍ଡ ଦ୍ୱାରା କଭର କରାଯାଇଥାଏ ଏବଂ ସାଧାରଣ ଲୋକଙ୍କର ଏଠାରେ ପ୍ରବେଶ ପାଇଁ ନିଷେଧ କରାଯାଇଛି।

ସୋସିଆଲ ମିଡିଆରେ ଏହାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋ ଗୁଡିକ ଦେଖି ଲୋକଙ୍କର ଲୋମ ଟାଙ୍କୁରି ଉଠିଥାଏ। ଯେଉଁଠି ଦୃଷ୍ଟି ପକାଇଲେ କେବଳ ମୃତଦେହ ଏବଂ କଙ୍କାଳ କେଉଁଠି ହେଲେ ଗୋଟିଏ ଜୀବିତ ମଣିଷ ଦେଖା ଯାଉ ନାହାଁନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *