ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଛାତ୍ରୀମାନଙ୍କୁ ଦେଲେ ପରୀକ୍ଷାରେ ଫେଲ କରିଦେବାର ଧମକ, ଶିକ୍ଷକ ଗିରଫ

ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି | ଶିକ୍ଷକ ନିଜର ଜଣେ ଛାତ୍ରୀଙ୍କୁ ଫେଲ କରିଦେବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାପ ପକାଉଥିଲେ | ପୋଲିସ ଦ୍ୱାରା ଶିକ୍ଷକଙ୍କୁ ଅଲବରର ପୋସ୍କୋ କୋର୍ଟରେ ହାଜର କରାଯାଇଛି |

ବାସ୍ତବରେ, ଏଠାରେ ମାମଲା ଅଲବର ଜିଲ୍ଲାର ମାଣ୍ଡଣ ଥାନା ଅଞ୍ଚଳର ଅଟେ, ଏଠାରେ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟସରାନାରେ ନିଯୁକ୍ତ ଦେବପ୍ରକାଶ ଯାଦବ ଫେଲ କରାଇଦେବାର ଧମକ ଦେଇ ଛାତ୍ରୀ ମାନଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ ଏବଂ ଶାରୀରିକ ସମ୍ବନ୍ଧ ରଖିବାକୁ ଚାପ ପକାଉଥିଲେ | ଏହି ଘଟଣାର ଖୁଲାସା ଛାତ୍ରୀମାନେ କରିଛନ୍ତି |

ନୀମରାନା ପୋଲିସ ଉପାଧ୍ୟୀକ୍ଷିକ ଲୋକେଶ ମୀଣା ବିଧ୍ୟାଳୟ ପହଂଚି ଛାତ୍ରୀ ମାନଙ୍କୁ ଏବଂ ବିଧ୍ୟାଳୟ କର୍ମଚାରୀ ମାନଙ୍କ ସହିତ ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କ ବୟାନ ଫାଇଲ କରିଥିଲେ | ବିଦ୍ୟାଳୟରେ ୩ ଘଣ୍ଟାର ଯାଞ୍ଚ ପରେ ଦେବପ୍ରକାଶଙ୍କୁ ଗିରଫ କରିନିଆଯାଇଥିଲା |

ଦେବପ୍ରକାଶଙ୍କୁ ଅଲବର ସ୍ଥିତ ପୋସ୍କୋ ନ୍ୟାୟାଳୟରେ ହାଜର କରାଯାଇଥିଲା | କୁହାଯାଉଛି ଯେ ଛାତ୍ରୀମାନଙ୍କର ବୟାନ ପରେ ପ୍ରଶାସନିକ ଏବଂ ଶିକ୍ଷା ବିଭାଗର ଯାଞ୍ଚ ରିପୋର୍ଟରେ ଶିକ୍ଷକ ଦୋଷୀ ବୋଲି ପ୍ରମାଣିତ ହୋଇଥିଲେ | ଶୁକ୍ରବାର ଦିନ ପୋଲିସ ତଦନ୍ତରେ ମଧ୍ୟ ସେ ଦୋଷୀ ପ୍ରମାଣିତ ହୋଇଥିଲେ ଯାହାପରେ ତାଙ୍କୁ ଗିରଫ କରିନିଆଯାଇଥିଲା |

ଡିଏସପି ଲୋକେଶ ମୀଣା କହିଛନ୍ତି ଯେ ଘଟଣାରେ ପୋସ୍କୋ ଆକ୍ଟର ଧାରା ଯୋଡ଼ା ଯାଇଛି | କୋର୍ଟ ତାଙ୍କୁ ୨ ଜାନୁଆରୀ ପର୍ଯ୍ୟନ୍ତ ନ୍ୟାୟିକ ଅଭୀରକ୍ଷାରେ ପଠାଇ ଦେଇଛନ୍ତି | କୋର୍ଟର ଅତିରିକ୍ତ ସରକାରୀ ଓକିଲ ରୋଶନଦୀନ କହିଛନ୍ତି ଯେ ଅଭିଯୁକ୍ତ ଶିକ୍ଷକ ଦେବପ୍ରକାଶ ଯାଦବଙ୍କୁ ମାଣ୍ଡଣ ପୋଲିସ ପେଶ କରିଛନ୍ତି , ଯାହାଙ୍କ ବିରୋଧରେ ପୋଲିସ ଏସସି-ଏସଟି, ପୋସ୍କୋ ଆକ୍ଟ, ଫ୍ଲାର୍ଟିଂ ପରି ଧାରା ଗୁଡିକ ଅଧୀନରେ ମାମଲା ରୁଜ୍ଜୁ କରିଥିଲେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *